ଚମତ୍କାର କଲା ଟିକା: ଦୀର୍ଘଦିନ ପରେ ଖୋଲିଲା ପାଟି, କାମ କଲା ଅଙ୍ଗ

author img

By

Published : Jan 13, 2022, 5:20 PM IST

ଚମତ୍କାର କଲା ଟିକା: ଦୀର୍ଘଦିନ ପରେ ଖୋଲିଲା ପାଟି, କାମ କଲା ଅଙ୍ଗ

କୋଭିସିଲ୍ଡ ଟିକାର ପ୍ରଥମ ଡୋଜ ନେବା ପରେ ସେ ନିଜର ହଜିଯାଇଥିବା ସ୍ବରକୁ ଫେରି ପାଇଛନ୍ତି ଝାଡଖଣ୍ଡ ବୋକାରୋ ଜିଲ୍ଲାର 55 ବର୍ଷିୟ ଦୁଲାରଚାନ୍ଦ ମୁଣ୍ଡା । ଏହାସହ ପୂର୍ବପରି ଚାଲିବା ଆରମ୍ଭ କରିଛନ୍ତି ସେ । ଅଧିକ ପଢନ୍ତୁ

ରାଞ୍ଚି : ଝାଡଖଣ୍ଡ ବୋକାରୋ ଜିଲ୍ଲାରେ ସାମ୍ନାକୁ ଆସିଛି ଏକ ଅଦ୍ଭୁତ କରିଦେଲା ପରି ଘଟଣା । ଯେଉଁଠି ଗତ କିଛି ବର୍ଷ ଧରି ଜଣେ ବ୍ୟକ୍ତି କଥା ହୋଇପାରୁନଥିଲା, ବର୍ତ୍ତମାନ ଦାବି ହେଉଛି ଯେ 55 ବର୍ଷିୟ ଦୁଲାରଚାନ୍ଦ ମୁଣ୍ଡା, କୋଭିସିଲ୍ଡ ଟିକାର(covishield vaccine) ପ୍ରଥମ ଡୋଜ ନେବା ପରେ ସେ ନିଜର ହଜିଯାଇଥିବା ସ୍ବରକୁ ଫେରି ପାଇଛନ୍ତି(dumb person get speak)। ପାଞ୍ଚ ବର୍ଷ ପୂର୍ବେ ଏକ ସଡକ ଦୁର୍ଘଟଣାରେ ସେ ତାଙ୍କ କଥା କହିବାର ଶକ୍ତି ହରାଇ ବସିଥିଲେ । କିନ୍ତୁ କୋରୋନା ଟିକା ପାଇବା ପରେ ଏବେ ସେ ସହଜରେ କହିବା ଆରମ୍ଭ କରିଛନ୍ତି । ଏଥିସହ ଦୁର୍ଘଟଣା ପରେ ବ୍ୟକ୍ତି ଜଣଙ୍କ ଶରୀର ନିସ୍ତେଜ ହୋଇଯାଇଥିଲା, ଅନେକ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା, କିନ୍ତୁ ଟିକା ପାଇବା ପରେ ସେ ଏବେ ପୂର୍ବପରି ଚାଲିବା ଆରମ୍ଭ କରିଛନ୍ତି। ଏକଥା ଜଣାପଡିବା ପରେ ଡାକ୍ତରମାନେ ମଧ୍ୟ ଚକିତ ହୋଇଯାଇଛନ୍ତି ଏବଂ ଏହାକୁ ଏକ ଚମତ୍କାର ବୋଲି ବିବେଚନା କରାଯାଉଛି ।

ଘଟଣା ପାଇଁ ମେଡିକାଲ ଟିମ ଗଠନ କରାଯାଇ ଏହାର ତଦନ୍ତ ଚାଲିଛି । ତେବେ ବ୍ୟକ୍ତି ଜଣକ ହେଉଛନ୍ତି ବୋକାରୋ ଜିଲ୍ଲା ଗୋମିୟା ପ୍ରଖଣ୍ଡର ପେଟରୱାର ଗାଁର । ବ୍ୟକ୍ତିଙ୍କ ବନ୍ଧୁ ପରିଜନ କହିଛନ୍ତି କି, ଦୁଲାରଚାନ୍ଦ ଠିକ ହେବା ପାଇଁ ସେମାନେ ହସ୍ପିଟାଲଠୁ ନେଇ ମନ୍ଦିର ମସଜିଦ ଯାଇ ପ୍ରାର୍ଥନା କରିଥିଲେ । କିନ୍ତୁ କିଛିବି ଫାଇଦା ମିଳିନଥିଲା । ଶେଷରେ କୋଭିଡର ଗୋଟିଏ ଡୋଜ ଏମିତି ଚମତ୍କାର କରିଛି, ଯାହାକୁ ନେଇ ନିଜେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି ଦୁଲାରଚାନ୍ଦ।

ପେଟରୱାର କମ୍ୟୁନିଟି ହେଲ୍ଥ ସେଣ୍ଟରର ଡାକ୍ତରୀ ଦାୟିତ୍ବରେ ଥିବା ଡକ୍ଟର ଅଲବେଲ କେର୍କେଟା କହିଛନ୍ତି ଯେ, ଜାନୁୟାରୀ 4 ରେ ଅଙ୍ଗନୱାଡି କେନ୍ଦ୍ରର ସେବା ତରଫରୁ ଦୁଲାରଚାନ୍ଦ ମୁଣ୍ଡାଙ୍କ ଘରକୁ ଯାଇ କୋଭିସିଲ୍ଡ ଟିକା ଦିଆଯାଇଥିଲା ଏବଂ 5 ଜାନୁଆରୀରୁ ହିଁ ତାଙ୍କ ଶରୀରର ଅଙ୍ଗ କାମ କରିବା ଆରମ୍ଭ କରିଦେଲା । ତେବେ ରୋଗୀର ମେରୁଦଣ୍ଡରେ ସମସ୍ୟା ଥିବା ଡାକ୍ତର ଆଲବେଲ କେର୍କେଟା କହିଛନ୍ତି। ଅନ୍ୟପଟେ ସିଭିଲ୍ ସର୍ଜନ ଡା ଜିତେନ୍ଦ୍ର କୁମାର କହିଛନ୍ତି ଯେ, ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଏନେଇ ଏକ ଡାକ୍ତରୀ ଦଳ ଗଠନ କରାଯାଇ ଏହି ଚିକିତ୍ସାର ଇତିହାସ ବିଶ୍ଳେଷଣ କରାଯିବ ।

ତେବେ ପେଟରୱାରରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସମସ୍ତେ ଜାଣିବାକୁ ଆଗ୍ରହୀ ଯେ, ଜଣେ ମୂକ ବ୍ୟକ୍ତି କିପରି କହିବା ଆରମ୍ଭ କଲା | ଆଘାତ ଯୋଗୁଁ, ବିଛଣା ଉପରେ ପଡ଼ିରହିଥିବା ବ୍ୟକ୍ତି ହଠାତ ଚାଲିବା କେମିତି ଆରମ୍ଭ କଲା । ତେବେ ଡାକ୍ତରଙ୍କ ଏକ ଟିମ ଏହାର ଇତିହାସ ବିଶ୍ଳେଷଣ କରିବାରେ ନିୟୋଜିତ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.