Presidential Election: ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ଦ୍ରୌପଦୀ ମୁର୍ମୁ

author img

By

Published : Jun 24, 2022, 7:50 AM IST

Presidential Election: ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ଦ୍ରୌପଦୀ ମୁର୍ମୁ, ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ଦ୍ରୌପଦୀ ମୁର୍ମୁ । ନାମାଙ୍କନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିର ରହିବାର ସୂଚନା ରହିଛି । ଏଥିସହ ବିଜେଡିରୁ ପ୍ରସ୍ତାବକ ଥିବା ଦୁଇ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଏନଡିଏ ପକ୍ଷରୁ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଉପସ୍ଥିତ ରହିବେ । ଏନେଇ ମୁର୍ମୁ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ବିଜେପି ଶାସିତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହେବେ । ଏହାବ୍ୟତୀତ ଓଡିଶା ବିଜେପିର ୧୦ ଜଣ ବିଧାୟକ ମଧ୍ୟ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି ।

  • आपके आशीर्वाद व सहयोग से #राष्ट्रपति पद हेतु राष्ट्रीय लोकतांत्रिक गठबंधन के उम्मीदवार के तौर पर....
    आज अपना नामांकन दाखिल करूँगी...

    आशा है आप सभी का प्रेम अनवरत बना रहेगा।#PresidentElection2022@narendramodi @BJP4India @JPNadda

    — Droupadi Murmu (@DroupadiMurmu__) June 24, 2022 " class="align-text-top noRightClick twitterSection" data=" ">

ପ୍ରାର୍ଥିପତ୍ର ଦାଖଲ ସମୟରେ ଉପସ୍ଥିତ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିମନ୍ତ୍ରଣ କରିଥିଲେ । ମାତ୍ର ସେ ଏବେ ବିଦେଶ ଗସ୍ତରେ ଥିବାରୁ ବିଜୁ ଜନତା ଦଳ(BJD) ପକ୍ଷରୁ ମଧ୍ୟ ଦୁଇ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଉପସ୍ଥିତ ରହିବେ । ଏଥିପାଇଁ ଦୁଇ ମନ୍ତ୍ରୀ ଦିଲ୍ଲୀରେ ପହଞ୍ଚି ମୁର୍ମୁଙ୍କ ପ୍ରାର୍ଥୀପତ୍ରରେ ପ୍ରସ୍ତାବକ ଭାବେ ସ୍ବାକ୍ଷର କରିଛନ୍ତି ।

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଦ୍ରୌପଦୀ ମୁର୍ମୁ ଗତକାଲି(ଗୁରୁବାର), ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ତାଙ୍କୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.