CMVR Act ସଂଶୋଧନ: M1 ବର୍ଗ ଗାଡିର ପଛସିଟରେ ଏୟାରବ୍ୟାଗ ବାଧ୍ୟତାମୂଳକ

author img

By

Published : Jan 15, 2022, 6:24 PM IST

CMVR Act ସଂଶୋଧନ

ମୋଟର ଯାନରେ ବସିଥିବା ଯାତ୍ରୀମାନଙ୍କୁ ପାର୍ଶ୍ବବର୍ତ୍ତୀ ଧକ୍କା ବା ଦୁର୍ଘଟଣା ପ୍ରଭାବରୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (Ministry of Road Transport & Highway) ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ (Central Motor Vehicle Rule) ୧୯୮୯ ରେ ସଂଶୋଧନ କରାଯାଇ ସୁରକ୍ଷା ବୈଶିଷ୍ଟ୍ୟରେ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ମୋଟର ଯାନରେ ବସିଥିବା ଯାତ୍ରୀମାନଙ୍କୁ ପାର୍ଶ୍ବବର୍ତ୍ତୀ ଧକ୍କା ବା ଦୁର୍ଘଟଣା ପ୍ରଭାବରୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (Ministry of Road Transport & Highway) ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ (Central Motor Vehicle Rule) ୧୯୮୯ ରେ ସଂଶୋଧନ କରାଯାଇ ସୁରକ୍ଷା ବୈଶିଷ୍ଟ୍ୟରେ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ।

  • In order to enhance the safety of the occupants in motor vehicles carrying upto 8 passengers, I have now approved a Draft GSR Notification to make a minimum of 6 Airbags compulsory. #RoadSafety #SadakSurakshaJeevanRaksha

    — Nitin Gadkari (@nitin_gadkari) January 14, 2022 " class="align-text-top noRightClick twitterSection" data=" ">

କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ନିଷ୍ପତ୍ତି ଅନୁସାରେ ଅକ୍ଟୋବର ୨୦୨୨ ପରେ ନିର୍ମିତ ଏମ1 ବର୍ଗର ଗାଡି (M1 Category vehicle) ଗୁଡିକରେ ଦୁଇ ପାର୍ଶ୍ବ, ସାଇଡ ଟର୍ସୋ ଏୟାର ବ୍ୟାଗ ଓ ଦୁଇ ପାର୍ଶ୍ବ ପରଦ ବା ଟ୍ୟୁବ ଏୟାର ବ୍ୟାଗ ଲଗାଇବା ବାଧ୍ୟତାମୂଳକ ହେବ। ମନ୍ତ୍ରଣାଳୟ ପକ୍ଷରୁ ଏସଂକ୍ରାନ୍ତରେ ଗତ ୧୪ ତାରିଖରେ ଏକ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ନିୟମ ଅନୁଯାୟୀ, ଗାଡିର ଆଗ ଧାଡିରେ ଆଉଟ ବୋର୍ଡ ସିଟିଂ ପୋଜିସନ ବା କଡ ସିଟରେ ବସୁଥିବା ଦୁଇଜଣ ବ୍ୟକ୍ତିଙ୍କ ପାଇଁ ଗୋଟିଏ ଲେଖାଏଁ ଦୁଇ ପାର୍ଶ୍ବ ସାଇଡ ଟର୍ସୋ ଏୟାର ବ୍ୟାଗ ଲଗାଯିବ।

  • ...i.e two side/side torso airbags and two side curtain/tube airbags covering all outboard passengers. This is a crucial step to make motor vehicles in India safer than ever. #RoadSafety #SadakSurakshaJeevanRaksha

    — Nitin Gadkari (@nitin_gadkari) January 14, 2022 " class="align-text-top noRightClick twitterSection" data=" ">

ପଛ କଡ ସିଟରେ ବସୁଥିବା ପ୍ରତ୍ୟେକଙ୍କ ପାଇଁ ଦୁଇ ପାର୍ଶ୍ବ ପରଦା ବା ଟ୍ୟୁବ ଏୟାର ବ୍ୟାଗ ଲଗାଯିବ । ପୂର୍ବରୁ ଏମ1 ବର୍ଗର ସମସ୍ତ ମୋଟରଯାନରେ ଡ୍ରାଇଭରଙ୍କ ପାଇଁ ବାଧ୍ୟତାମୂଳକ ଭାବେ ଏୟାରବ୍ୟାଗ ସଂଯୋଗ ନିୟମ ଥିଲା। ଯାତ୍ରୀ ପରିବହନ ଲାଗି ବ୍ୟବହୃତ, ଡ୍ରାଇଭରଙ୍କ ସିଟ ସହିତ ଆଠଟିରୁ ଅଧିକ ସିଟ ନଥିବା ମୋଟର ଯାନକୁ ଏମ1 ବର୍ଗରେ ଅନ୍ତର୍ଭୂକ୍ତ କରାଯାଇଛି। ଡ୍ରାଇଭରଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଜୁଲାଇ ପହିଲା ୨୦୧୯ ପରଠାରୁ ନିର୍ମିତ ବାହନରେ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମ ଲାଗୁ କରାଯାଇଥିଲା।

ଏୟାର ବ୍ୟାଗ ହେଉଛି ଗାଡିରେ ସଂଯୁକ୍ତ ଏକ ପ୍ରତିରୋଧକ ବ୍ୟବସ୍ଥା। ଏହା ଗାଡି ଧକ୍କା ହେବା ସମୟରେ ଗାଡିର ଡ୍ୟାସବୋର୍ଡ ଓ ଡ୍ରାଇଭରଙ୍କ ମଝିରେ ଏକ ପ୍ରତିରୋଧକ ଭାବେ କାର୍ଯ୍ୟ କରିଥାଏ । ଯାହା ଗୁରୁତର ଭାବେ ଆହତ ହେବାକୁ ରୋକିବାରେ ସହାୟକ ହୋଇଥାଏ । ସଡକ ପରିବହନ ମନ୍ତ୍ରଣାଳୟ ଜାନୁଆରୀ ପହିଲା ୨୦୨୨ ପରେ ନିର୍ମିତ ହୋଇଥିବା ଗାଡିରେ ଡ୍ରାଇଭରଙ୍କ ବ୍ୟତୀତ ଆଗ ସିଟରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ଫ୍ରଣ୍ଟ ଏୟାର ବ୍ୟାଗ ସଂଯୋଗ କରିବାର ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଥିଲା।

ସାଇଡ ବା ସାଇଡ ଟର୍ସୋ ଏୟାର ବ୍ୟାଗର ଅର୍ଥ ହେଉଛି ଯେକୌଣସି ଏକ ବାୟୁଭର୍ତ୍ତି ପ୍ରତିରୋଧକ ଉପକରଣ । ଯାହାକି ଗାଡି ଭିତରର ସିଟ କିମ୍ବା ସାଇଡ ଷ୍ଟ୍ରକଚରରେ ଲାଗିଥାଏ। ଏହା ଗାଡି ଆଗ ଧାଡିରେ କଡ ସିଟରେ ବସୁଥିବା ଯାତ୍ରୀଙ୍କୁ ପାର୍ଶ୍ବ ଭାଗରୁ ହେଉଥିବା ଧକ୍କା କିମ୍ବା ବାହାରକୁ ବାହାରି ପଡିଯିବାରୁ ସୁରକ୍ଷା ଦେବା ଲାଗି ଡିଜାଇନ କରାଯାଇଥାଏ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.