ଘରେ ଟିକାକରଣ ପରବର୍ତ୍ତୀ ଯତ୍ନ ପାଇଁ ଡାକ୍ତରଙ୍କ ପରାମର୍ଶ

author img

By

Published : May 18, 2021, 9:42 PM IST

ଘରେ ଟିକାକରଣ ପରବର୍ତ୍ତୀ ଯତ୍ନ ପାଇଁ ଡାକ୍ତରଙ୍କ ପରାମର୍ଶ

ଭୂତାଣୁରୁ ରକ୍ଷା ପାଇବା ପାଇଁ ଆବଶ୍ୟକୀୟ ସବୁ ପଦକ୍ଷେପ ଜଣେ ନେଇସାରିଥିଲେ ମଧ୍ୟ, ଟିକା ପରବର୍ତ୍ତୀ ଲକ୍ଷଣର ମୁକାବିଲା ଘରେ କରାଯାଇ ପାରିବ ବୋଲି ଡାକ୍ତରମାନେ କହିଛନ୍ତି ।

ଇଞ୍ଜେକ୍ସନ ଦେବା ସ୍ଥାନରେ ଦରଜ, ଇଞ୍ଜେକ୍ସନ ଦିଆଯାଇଥିବା ହାତରେ ଯନ୍ତ୍ରଣା, ସାମାନ୍ୟ ଜ୍ବର, ଟିକିଏ କ୍ଲାନ୍ତି, ମୁଣ୍ଡବ୍ୟଥା, ଥଣ୍ଡା ଓ ଏପରିକି ଡାଇରିଆ ଭଳି କିଛି ଲକ୍ଷଣ କୋଭିଡ ଟିକା ଦିଆଯିବା ପରେ ଦେଖାଯାଏ । ଭୂତାଣୁରୁ ରକ୍ଷା ପାଇବା ପାଇଁ ଆବଶ୍ୟକୀୟ ସବୁ ପଦକ୍ଷେପ ଜଣେ ନେଇସାରିଥିଲେ ମଧ୍ୟ ଟିକା ପରବର୍ତ୍ତୀ ଲକ୍ଷଣର ମୁକାବିଲା ଘରେ କରାଯାଇ ପାରିବ ବୋଲି ଡାକ୍ତରମାନେ କହିଛନ୍ତି ।

ଟିକାକରଣ ପରେ ଟିକା କେନ୍ଦ୍ରରେ ଥିବା ବିଶ୍ରାମ କକ୍ଷରେ ତଦାରଖ ପାଇଁ ରହିବା ଅତି ଜରୁରୀ ବୋଲି କୋଏଲିସନ ଫର୍ ଫୁଡ୍ ଆଣ୍ଡ୍ ନ୍ୟୁଟ୍ରିସନ ସିକ୍ୟୁରିଟି –ସିଏଫଏନଏସକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁଜିତ ରଞ୍ଜନ କହିଛନ୍ତି । ଆପଣ ଟିକା ନେଲା ପରେ ସ୍ବାସ୍ଥ୍ୟକର୍ମୀ ଆପଣଙ୍କୁ ୩୦ ମିନିଟ ଯାଏଁ ତଦାରଖ କରିବା ଉଚିତ । ଟିକା ପରେ କୌଣସି ତୁରନ୍ତ ପ୍ରତିକ୍ରିୟା ଦେଖାଦେଉଛି କି ନାହିଁ ତାହା ନିଶ୍ଚିତ କରିବା ଦରକାର । ଅବଶ୍ୟ ଟିକାକରଣ ପରେ ସ୍ବାସ୍ଥ୍ୟଗତ ପ୍ରତିକ୍ରିୟା କ୍ବିଚିତ ଦେଖାଯାଇଛି ।

ରୋଗ ନ ହେବା ପାଇଁ ପ୍ରତିରୋଧକ ସ୍ବରୂପ ଟିକା ଡିଜାଇନ କରାଯାଇଛି । କୌଣସି ପାର୍ଶ୍ବ ପ୍ରତିକ୍ରିୟା ବିନା ପ୍ରତିରୋଧକ ସୃଷ୍ଟି କରିବା ସ୍ବାଭାବିକ କଥା । କିନ୍ତୁ ସାମାନ୍ୟରୁ ମଧ୍ୟମ ପାଶ୍ବ ପ୍ରତିକ୍ରିୟା କିଛି ଦିନ ରହି ଉଭେଇ ଯିବା ବି ସାଧାରଣ କଥା ବୋଲି ସୁଜିତ ରଂଜନ ଆଇଏଏନଏସ ଲାଇଫ୍‌କୁ କହିଛନ୍ତି ।

ଟିକାକରଣ ଭାଇରସରୁ ସଂପୂର୍ଣ୍ଣ ସୁରକ୍ଷା ନିଶ୍ଚିତ କରୁ ନ ଥିଲେ ମଧ୍ୟ ମହାମାରୀ ବିରୋଧରେ ସମ୍ମିଳିତ ଲଢେଇ ପାଇଁ ଡୋଜ୍ ନେବା ବୁଦ୍ଧିମାନର କାମ ବୋଲି ବେଙ୍ଗଳୁରୁରୁ ଆପୋଲୋ ସ୍ପେକ୍ଟ୍ରା ହସପିଟାଲର ଚିକିତ୍ସକ ତେଜସ୍ୱିନୀ ଦୀପକ କହିଛନ୍ତି । ଜଣେ ବ୍ୟକ୍ତିର ଶରୀର ଉପରେ ହିଁ ଟିକାକରଣର ସାମାନ୍ୟ ପାଶ୍ୱର୍ ପ୍ରତିକ୍ରିୟା ନିର୍ଭର କରେ ଓ ଟିକାକୃତ ବ୍ୟକ୍ତି ଘରେ ପାଶ୍ୱର୍ ପ୍ରତିକ୍ରିୟାର ଲକ୍ଷଣ ସବୁ ସହଜରେ ପରିଚାଳନା କରିପାରିବ ବୋଲି ସେ କହିଛନ୍ତି ।

ଅତିଶୟ କ୍ଲାନ୍ତି, ମୁଣ୍ଡବ୍ୟଥା ଓ ଶାରୀରିକ ଦୁର୍ବଳତା ଭଳି କିଛି ଲକ୍ଷଣ ଟିକାକରଣ ପରେ ପରିଲକ୍ଷିତ ହୁଏ । ହାଇଡ୍ରେଟ୍ ରହିବା ପାଇଁ ଆବଶ୍ୟର ପରିମାଣରେ ପାଣି ପିଇବା ଦରକାର । ଭଲ ନିଦ ହେବା, ସନ୍ତୁଳିତ ଆହାର, ଲଘୁ ବ୍ୟାୟାମ ଓ କାଫିନ୍ ସ୍ୱଳ୍ପ ପରିମାଣରେ ନେବା ପାଇଁ ସୁପାରିଶ କରାଯାଇଛି । ଶରୀର ପୀଡା କମାଇବା ପାଇଁ ଟିକାକରଣ ପରେ ପାରାସେଟାମଲ୍ ଟାବଲେଟ୍ ନିଆଯାଇପାରେ ବୋଲି ଚିକିତ୍ସକ କହନ୍ତି ।

ଲୋକାଲ ଇଂଜେକସନ ସାଇଟରେ ଯନ୍ତ୍ରଣା ଦିନକ ମଧ୍ୟରେ ଉଭେଇ ଯାଏ । ଜ୍ୱର ଓ ଶରୀର ପୀଡା ୨ରୁ ୩ ଦିନ ମଧ୍ୟରେ ଭଲ ହୋଇଯାଏ । ତେବେ ସାମାନ୍ୟ ପାଶ୍ୱର୍ ପ୍ରତିକ୍ରିୟା ନେଇ ବିଶେଷ ଚିନ୍ତା କରିବା ଦରକାର ନାହିଁ । ଇଂଜେକସନ ସାଇଟରେ ଯନ୍ତ୍ରଣା ଦୂର କରିବା ପାଇଁ ଆପଣ ଏକ ଓଦା କନା ରଖିପାରିବେ । ଆବଶ୍ୟକ ହେଲେ କିଛି ଔଷଧ ବି ସେବନ କରିପାରିବେ । ଜ୍ୱର ଭଲ ହେବା ପାଇଁ ଆଂଟିପାଇରେଟିକ୍ସ ଔଷଧ ସେବନ କରିହେବ ।ଏହାଛଡା ଜଳୀୟ ଅଂଶ ବଜାୟ ପାଇଁ ପ୍ରଚୁର ପାଣି ପିଇବା ଆବଶ୍ୟକ । ଜ୍ୱର କ୍ଷେତ୍ରରେ ଆପଣଙ୍କୁ ବିଶ୍ରାମ ନେବାକୁ ପଡିବ ।

ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଲେ ହୋକୁ ଏଡାଇବା ପାଇଁ କୌଣସି ଗୁଗୁଲିଂ କରିବା ଦରକାର ନାହିଁ । ଆପଣ ନିଜେ ଏହାର ପରିଚାଳନା କରିପାରିବେ ବୋଲି ଦିଲ୍ଲୀର ୟୁନିଭର୍ସିଟି କଲେଜ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ୍ ଜିଟିବି ହସପିଟାଲର କମ୍ୟୁନିଟି ମେଡିସିନ ବିଭାଗର ମୁଖ୍ୟ ଖାନ୍ ଅମୀର ମାରୁଫ କହିଛନ୍ତି । ଟିକାରରଣ ପରେ ଲୋକେ ଇଂଟରନେଟରେ ପାଶ୍ୱର୍ ପ୍ରତିକ୍ରିୟାର କାରଣ ସଂପର୍କରେ ଖୋଜି ନିଜେ ନିଜେ ଉପଚାର ବାଛିନିଅନ୍ତି, ଯାହା କି କ୍ଷତିକାରଣ ହୋଇଥାଏ । ଏହା ପରିବର୍ତ୍ତେଡାକ୍ତରଙ୍କ ସହ ପରାମର୍ଶ କରିବା ଭଲ ବୋଲି ପ୍ରଫେସର ମାରୁଫ କହନ୍ତି ।ସେ କହନ୍ତି ଯେ, ଯଦି ଯନ୍ତ୍ରଣା ଦିନକ ପରେ ମଧ୍ୟ ରହେ ବା ଜ୍ୱର ୨ରୁ ୩ ଦିନକ ରହେ, ତାହା ହେଲେ ବି ବ୍ୟସ୍ତ ନ ହୋଇ ଡାକ୍ତରଙ୍କ ସହ ପରାମର୍ଶ କରିବା ଦରକାର ।

ଟିକା ଦିଆଯାଇଥିବା ହାତରେ ସଫା ଓଦା କନା ରଖିବା ଦ୍ୱାରା ଯନ୍ତ୍ରଣା କମ୍ ହେବା ସହ ଫୁଲା ବି କମେ । ଏହାଦ୍ୱାରା ସଂକ୍ରମଣର ଭୟ ବି ଦୂର ହୁଏ ବୋଲି ଡାକ୍ତରମାନେ କହନ୍ତି ।

ନୂଆଦିଲ୍ଲୀ ସ୍ଥିତ ଆପୋଲୋ ସ୍ପେକ୍ଟ୍ରା ନେହେରୁ ଏନକ୍ଲେଭର ଚିକିତ୍ସକ ନବନୀତ କଉର କହିଛନ୍ତି ଯେ, ଟିକାକରଣ ପରେ ଷ୍ଟ୍ରବେରି, ଚେରି, କମଳା, ସବୁଜ ପନିପରିବା ଓ ବାଦାମ ଭଳି ପ୍ରଦାନ ନିରୋଧୀ ଖାଦ୍ୟ ଖାଇବା ଦରକାର । ପ୍ରକ୍ରିୟାକୃତ ଓ ଜଙ୍କ୍ ଫୁଡ୍ ସୀମିତ ପରିମାଣରେ ହିଁ ଖାଇବା ଦରକାର ବୋଲି ସେ କହନ୍ତି । ସ୍ୱାସ୍ଥ୍ୟକର ଆହାର ହିଁ ପ୍ରଦାହ ହ୍ରାସ କରି ଆପଣଙ୍କ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ ବୋଲି ଡାକ୍ତର ମାରୁଫ କହନ୍ତି ।

ଦ୍ୱିତୀୟ ଡୋଜ୍ ଟିକାର ଦୁଇ ସପ୍ତାହ ପରେ ହିଁ ପ୍ରତିରୋଧକ ବିକଶିତ ହୁଏ । ଏହାଛଡା ଟିକା ୧୦୦ ପ୍ରତିଶତ ପ୍ରଭାବଶାଳୀ ନୁହେଁ । ତେଣୁ ଟିକା ନେବା ପରେ ବି ଜଣେ ପୁଣି ଥରେ ସଂକ୍ରମିତ ହୋଇପାରେ ବୋଲି ଡାକ୍ତର ମାରୁଫ କହନ୍ତି ।

ଟିକା ନେଲା ପରେ ମଦ୍ୟପାନ ନେଇ ମତ ପାର୍ଥକ୍ୟ ରହିଛି । କିନ୍ତୁ ଅନେକ ଡାକ୍ତର ମଦ୍ୟପାନ ଓ ଧୂମ୍ରପାନ ବିରୋଧରେ ମତ ଦେଇଛନ୍ତି । କହିବା ବାହୁଲ୍ୟ ଯେ, ଟିକା ନେବା ପରେ ମଧ୍ୟ ମାସ୍କ ପରିଧାନ, ନିୟମିତ ହାତ ଧୁଆ ଓ ସାମାଜିକ ସୁରକ୍ଷା ବଳି କୋଭିଡ ନିୟମ ପାଳନ କରିବା ଜରୁରୀ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ପାଶ୍ୱର୍ ପ୍ରତିକ୍ରିୟା ପରେ ମଧ୍ୟ ଦ୍ୱିତୀୟ ଡୋଜ୍ ଟିକା ନେବା ପାଇଁ କୁଣ୍ଠିତ ହେବା ଉଚିତ ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.