India-China Military Talks: ପୂର୍ବ ଲଦାଖରୁ ସୈନ୍ୟ ପ୍ରତ୍ୟାହାର ଉପରେ ଗୁରୁତ୍ବ

author img

By

Published : Jan 13, 2022, 10:52 AM IST

India-China Military Talks: ପୂର୍ବ ଲଦାଖରୁ ସୈନ୍ୟ ପ୍ରତ୍ୟାହାର ଉପରେ ଗୁରୁତ୍ବ

ଭାରତ-ଚୀନ ମଧ୍ୟରେ ୧୪ ତମ କମାଣ୍ଡର ସ୍ତରୀୟ ବୈଠକ । ପୂର୍ବ ଲଦାଖର ଉତ୍ତେଜନାପୂର୍ଣ୍ଣ ପଏଣ୍ଟରୁ ସୈନ୍ୟ ପ୍ରତ୍ୟାହାର ନେଇ ବୈଠକରେ ଜୋର୍ ଦିଆଯାଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବୁଧବାର ଭାରତ-ଚୀନ ମଧ୍ୟରେ ୧୪ତମ କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି(India, China holds 14th round of military talks) । ବୈଠକରେ ପୂର୍ବ ଲଦାଖର ଉତ୍ତେଜନାପୂର୍ଣ୍ଣ ପଏଣ୍ଟରୁ ତୁରନ୍ତ ସୈନ୍ୟ ପ୍ରତ୍ୟାହାର ଉପରେ ଜୋର୍ ଦିଆଯାଇଛି । ସୁରକ୍ଷା ପ୍ରତିଷ୍ଠାନର ସୂତ୍ରରୁ ଏହି ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା(LAC) ନିକଟ ଚୀନର ଚୁସୁଲ୍-ମୋଲ୍‌ଡୋ ବର୍ଡର ପଏଣ୍ଟରେ ଏହି ବୈଠକ ବସିଥିଲା । ଏଥିରେ ହଟ୍ ସ୍ପ୍ରିଙ୍ଗ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆଗକୁ ବଢାଇବା ଦିଗରେ ଧ୍ୟାନ କେନ୍ଦ୍ରିତ କରାଯାଇଛି ।

ବୈଠକ ସକାଳ ସାଢେ ୯ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ଯାଏଁ ଚାଲିଥିଲା । ଭାରତ ପକ୍ଷରୁ ଲେଫ୍ଟନାଣ୍ଟ ଜେନରାଲ ଅନିନ୍ଦ୍ୟ ସେନଗୁପ୍ତା( Lt Gen Anindya Sengupta) ନେତୃତ୍ବ ନେଇଥିଲେ । ସେହିପରି ଚୀନ ପକ୍ଷରୁ ଦକ୍ଷିଣ ସିଜିୟାଙ୍ଗ ସୈନ୍ୟ ଜିଲ୍ଲାର ଚିଫ୍ ମେଜର ଜେନେରାଲ ୟାଙ୍ଗ ଲିନ୍(south Xinjiang military district chief Major General Yang Lin) ନେତୃତ୍ବ କରିଥିଲେ । ଭାରତୀୟ ପକ୍ଷ ଡେପସାଙ୍ଗ ବଲ୍ଗ(Depsang Bulge ) ଏବଂ ଡେମୋକୋକରେ ଥିବା ସମସ୍ୟାର ସମାଧାନ ସମେତ LACର ଅବଶିଷ୍ଟ ସମସ୍ତ ଉତ୍ତେଜନାପୂର୍ଣ୍ଣ ପଏଣ୍ଟରୁ ଯଥାଶୀଘ୍ର ସୈନ୍ୟ ପ୍ରତ୍ୟାହାର କରିବା ନେଇ ଜୋର୍ ଦେଇଛି ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଅକ୍ଟୋବର 10 ତାରିଖରେ 13ତମ ବୈଠକ ଶେଷ ହୋଇଥିଲା । କିନ୍ତୁ ଉକ୍ତ ପର୍ଯ୍ୟାୟ ବୈଠକ ବିଶେଷ ଫଳପ୍ରଦ ମଧ୍ୟ ହୋଇ ପାରିନଥିଲା । ଭାରତ ପକ୍ଷରୁ ପ୍ରଦାନ କରାଯାଇଥିବା ଶାନ୍ତି ପ୍ରସ୍ତାବକୁ ଚୀନ ସେନା ଗ୍ରହଣ କରିନଥିଲା ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.