50 ପ୍ରତିଶତ ବିମାନ ଉଡାଇପାରିବ Spice Jet, କଟକଣା ଜାରି କଲା DGCA

author img

By

Published : Jul 27, 2022, 8:10 PM IST

50 ପ୍ରତିଶତ ବିମାନ ଉଡାଇପାରିବ Spice Jet, କଟକଣା ଜାରି କଲା DGCA

ଏକାଧିକ ଉଡାଣ ବେଳେ ଯାନ୍ତ୍ରିକ ତ୍ରୁଟି ପରେ ବିମାନ କମ୍ପାନୀ ସ୍ପାଇସଜେଟକୁ DGCAର ଛାଟ । ଆଗାମୀ 8 ସପ୍ତାହ ପର୍ଯ୍ୟନ୍ତ ମାତ୍ର 50 ପ୍ରତିଶତ ବିମାନ ଉଡାଣ ପାଇଁ ନିର୍ଦ୍ଦେଶ । ବିମାନ କମ୍ପାନୀ କହିଲା ପ୍ରଭାବିତ ହେବନି ଫ୍ଲାଇଟ ଅପରେସନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଏକାଧିକ ଥର ଉଡାଣ ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିବାଦରେ ଥିବା ବିମାନ କମ୍ପାନୀ ସ୍ପାଇସଜେଟ ଉପରେ କଟକଣା ଲଗାଇଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) । ଆଗାମୀ 8 ସପ୍ତାହ ପର୍ଯ୍ୟନ୍ତ ସଂସ୍ଥା ତାର ସମ୍ପୂର୍ଣ୍ଣ ଉଡଣା କ୍ଷମତା ପରିବର୍ତ୍ତେ ମାତ୍ର 50 ପ୍ରତିଶତ ବିମାନ ଉଡାଇବା ନେଇ ନିର୍ଦ୍ଦେଶ ମିଳିଛି । ତେବେ ଏପରି ନିର୍ଦ୍ଦେଶ ପରେ ଉଡାଣ ଅପରେସନ ପ୍ରଭାବିତ ହେବ ନାହିଁ ବୋଲି ସମ୍ପୃକ୍ତ ସଂସ୍ଥା ପକ୍ଷରୁ କୁହାଯାଇଛି ।

କେବଳ ଏତିକି ନୁହେଁ DGCA ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଏହି କଟକଣା ଅବଧି ପୁରା ହେବା ପରେ ସଂସ୍ଥା ଯଦି ସମ୍ପୂର୍ଣ୍ଣ କ୍ଷମତା ସହ ବିମାନ ଉଡାଇବାକୁ ଅନୁମତି ମାଗେ ତେବେ, ଏହା ପ୍ରାମାଣିତ କିରବାକୁ ପଡିବ, ଯେ ସଂସ୍ଥା ପାଖରେ ଯଥେଷ୍ଟ ସାଧନ ଓ ପ୍ରଶିକ୍ଷିତ ମାନବ ସମ୍ବଳ ରହିଛି । କଟକଣା ପରେ ସଂସ୍ଥା ମଧ୍ୟ ବିବୃତ୍ତି ଜାରି କରିଛି । ବିବୃତ୍ତିରେ କୁହାଯାଇଛି, ନିର୍ଦ୍ଦେଶନାମାକୁ ବିମାନ କମ୍ପାନୀ ପାଳନ କରିବାକୁ ପ୍ରସ୍ତୁତ । କିନ୍ତୁ ଫ୍ଲାଇଟ ଅପରେସନରେ କୌଣସି ସମସ୍ୟା ହେବ ନାହିଁ । ତେଣୁ ଯାତ୍ରୀମାନେ କୌଣସି ପ୍ରକାର ସନ୍ଦେହରେ ରହିବାର ଆବଶ୍ୟକତା ନାହିଁ ।

ଏକାଧିକ ଉଡାଣରେ ତ୍ରୁଟି ଯୋଗୁ ବିମାନ କମ୍ପାନୀ ଉଡାଣ ସମ୍ପର୍କିତ ପ୍ରୋଟୋକଲରେ ଖିଲାପ କରୁଥିବା ଅଭିଯୋଗ ହୋଇଥିଲା । କମ୍ପାନୀ ଉଡାଣ ବେଳେ ଯାତ୍ରୀ ସୁରକ୍ଷା ସମ୍ପର୍କିତ ଓ ଅନ୍ୟ ପ୍ରୋଟୋକଲ ଅନୂପାଳନ କରୁନଥିବା ଦର୍ଶାଇ ଜନସ୍ବାର୍ଥ ମାମଲା ମଧ୍ୟ ଦାଏର ହୋଇଥିଲା । ଯାତ୍ରୀଙ୍କ ସୁରକ୍ଷାକୁ ବିପନ୍ନ କରିଥିବା କାରଣରୁ ସଂସ୍ଥାର ଉଡାଣ ଅପରେସନ ଅନୁମତି ବାତିଲ ପାଇଁ ଦାଏର ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଥିଲେ ଜଣେ ଆବେଦନକାରୀ ।

ତେବେ ଯାନ୍ତ୍ରିକ ତ୍ରୁଟିର ତଦନ୍ତ ନିର୍ଦ୍ଦେଶ ସହ ବିମାନ କମ୍ପାନୀକୁ କାରଣ ଦର୍ଶାଓ ନୋଟିସ ଜାରି କରିଥିଲା DGCA । କମ୍ପାନୀ ପକ୍ଷରୁ ନୋଟିସର ଉତ୍ତର ରଖାଯିବା ପରେ DGCA ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.