Delhi MCD Polls: ଆରମ୍ଭ ହେଲା ମତଦାନ

author img

By

Published : Dec 4, 2022, 8:00 AM IST

ଦିଲ୍ଲୀ ମହାନଗର ନିଗମ ନିର୍ବାଚନ: ଆରମ୍ଭ ହେଲା ମତଦାନ

ଆଜି ଦିଲ୍ଲୀ ମହାନଗର ନିଗମ ନିର୍ବାଚନ (Delhi MCD Polls) । ୧,୩୪୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମହାନଗର ନିଗମ ନିର୍ବାଚନ( MCD poll Today) । ଏମସିଡିର ୨୫୦ ୱାର୍ଡ ପାଇଁ ପଡୁଛି ଭୋଟ । ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ଏହା ସନ୍ଧ୍ୟା ସାଢେ ୫ଟା ଯାଏଁ ଚାଲିବ । ଦିଲ୍ଲୀ ଏମସିଡି ନିର୍ବାଚନରେ ମୋଟ ୧,୩୪୯ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ପ୍ରାୟ ୧.୪୬ କୋଟି ଭୋଟର ନିଜର ମତସାବ୍ୟସ୍ତ କରିବେ । ଏଥିପାଇଁ ୧୩,୬୩୮ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଆଜି ଭୋଟ ଗ୍ରହଣ ହୋଇ ଆସନ୍ତା ୭ ତାରିଖରେ ଫଳାଫଳ ଘୋଷଣା କରାଯିବ ।

ଦିଲ୍ଲୀ ଏମସିଡି ନିର୍ବାଚନରେ ମୋଟ ୧,୪୫,୦୫,୩୫୮ ଜଣ ଭୋଟର ମତଦାନ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୭୮,୯୩,୪୧୮ ଜଣ ପୁରୁଷ ଭୋଟର, ୬୬,୧୦,୮୭୯ ଜଣ ମହିଳା ଓ ୧,୦୬୧ ଜଣ ଟ୍ରାନ୍ସଜେଣ୍ଡର ଭୋଟର ରହିଛନ୍ତି । ରାଜ୍ୟ ନିର୍ବାଚନ କମିଶନ(State Election Commission)ଙ୍କ ପକ୍ଷରୁ ମୋଟ ୧୩୬୩୮ ପୁଲିଂ ଷ୍ଟେସନ ବ୍ୟବସ୍ଥା କରାଯାଇଥିବା ବେଳେ ୬୮ଟି ମଡେଲ ପୋଲିଂ ଷ୍ଟେସନ ଓ ୬୮ ପିଙ୍କ ଷ୍ଟେସନ ରହିଛି । ଏମସିଡିର ୨୫୦ ୱାର୍ଡ ପାଇଁ ଆମ୍ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ଲଢେଇ ହେଉଛି ।

ଏହାମଧ୍ୟ ପଢନ୍ତୁ: Gujarat Assembly Poll: ସରିଲା ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର, 14 ଜିଲ୍ଲାର 93 ଆସନରେ ପଡିବ ଭୋଟ

ବିଜେପି ଓ କେଜ୍ରିୱାଲଙ୍କ ନେତୃତ୍ବାଧୀନ ଆପ୍ ଦିଲ୍ଲୀରେ ହାଇଭୋଲଜେଟରେ ପ୍ରଚାର କରିଛନ୍ତି । ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସାଂସଦମାନେ ପ୍ରଚାର କରିଥିଲେ । ଏହି ହେଭିୱେଟମାନେ ମାଳ ମାଳ ଜନସଭା ସହ ଡୋର ଟୁ ଡୋର କ୍ୟାମ୍ପେନ କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.