ଅବକାରୀ ନୀତି କାର୍ଯ୍ୟକାରୀତାରେ ଅନିୟମିତତା, ୧୧ ଅଧିକାରୀଙ୍କୁ ନିଲମ୍ବିତ କଲେ ଦିଲ୍ଲୀ ଉପ ରାଜ୍ୟପାଳ

author img

By

Published : Aug 6, 2022, 10:59 PM IST

ଅବକାରୀ ନୀତି କାର୍ଯ୍ୟକାରୀରେ ଅବହେଳା, ୧୧ ଅଧିକାରୀଙ୍କୁ ନିଲମ୍ବିତ କଲେ ଉପ ରାଜ୍ୟପାଳ

ଅବକାରୀ ନୀତି ଲାଗୁ କରିବାରେ ଅନିୟମିତତା ଅଭିଯୋଗରେ ୧୧ ଅଧିକାରୀଙ୍କୁ ନିଲମ୍ବିତ କଲେ ଦିଲ୍ଲୀ ଉପ ରାଜ୍ୟପାଳ ବିନୟ ସକ୍ସେନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଅବକାରୀ ନୀତି (excise policy) ଲାଗୁ କରିବାରେ ଅବହେଳା ପ୍ରଦର୍ଶନ ଅଭିଯୋଗରେ ୧୧ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ଦିଲ୍ଲୀ ଉପ ରାଜ୍ୟପାଳ ବିନୟ ସକ୍ସେନା । ଏହି ଅଧିକାରୀଙ୍କ ମଧ୍ୟରେ ଜଣେ ସର୍ବ ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ଓ ଜଣେ DANICS ଅଧିକାରୀ ମଧ୍ୟ ରହିଛନ୍ତି । ଏମାନଙ୍କ ସମେତ ମୋଟ ୧୧ ଅଧିକାରୀ ନିଲମ୍ବନ ତାଲିକାରେ ରହିଛନ୍ତି । ନିଲମ୍ବିତ ହୋଇଥିବା IAS ଅଧିକାରୀ ହେଉଛନ୍ତି ଏ.ଜି କ୍ରୀଷ୍ଣା ଏବଂ DANICS ଅଧିକାରୀ ଆନନ୍ଦ କୁମାର ତିୱାରୀ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଦିଲ୍ଲୀରେ ନୂତନ ଅବକାରୀ ନିୟମ ଲାଗୁ ହେବା ସମୟରେ IAS ଅଧିକାରୀ ଏ.ଜି କ୍ରୀଷ୍ଣା ଏକ୍ସାଇଜ୍ କମିଶନର (ଅବକାରୀ ଆୟୁକ୍ତ) ଭାବେ ଦାୟିତ୍ବରେ ଥିବା ବେଳେ DANICS ଅଧିକାରୀ ଆନନ୍ଦ କୁମାର ତିୱାରୀ ଡେପୁଟି କମିଶନର ଭାବେ ଅବସ୍ଥାପିତ ଥିଲେ । ଏହି ଦୁଇ ଅଧିକାରୀଙ୍କ ବ୍ୟତୀତ ଏକ୍ସାଇଜ୍ ବିଭାଗର ଅନ୍ୟ କିଛି ବରିଷ୍ଠ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

କାର୍ଯ୍ୟାନୁଷ୍ଠାନ ନେଇ ସୂତ୍ରରୁ ମିଳିଥିବା ଅନୁଯାୟୀ, ସମ୍ପୃକ୍ତ ଅଧିକାରୀଙ୍କ ଦ୍ବାରା ଟେଣ୍ଡର ଚୂଡ଼ାନ୍ତ ହେବା ଏବଂ ପୋଷ୍ଟ ଟେଣ୍ଡର ସୁବିଧା ପ୍ରଦାନରେ ଅନିୟମିତତା ପ୍ରଦର୍ଶନ କରାଯାଇଥିବା ଭଳି ଅଭିଯୋଗ ରହିଥିଲା । ଭିଜିଲାନ୍ସ ତଦନ୍ତ ପରେ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ସତ୍ୟତା ଥିବା ଜଣାପଡିବା ପରେ ଉପରାଜ୍ୟପାଳ ଏହି କାର୍ଯ୍ୟାନୁଷ୍ଠାନ ସ୍ବରୂପ ସେମାନଙ୍କ ନିଲମ୍ବନ ସୁପାରିଶକୁ ମଞ୍ଜୁରୀ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.