ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କଥାହେଲେ ରାଜନାଥ

author img

By

Published : Sep 20, 2021, 8:45 PM IST

Defence minister rajnath singh

ପ୍ରତିରକ୍ଷା ମନ୍ତ୍ରୀ ରାଜନଥ ସିଂ ସୋମବାର ଆମେରିକା ରକ୍ଷା ସଚିବଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି । ଏନେଇ ଟ୍ବିଟ ଯୋଗେ ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନଥ ସିଂ ଆଜି ଆମେରିକା ରକ୍ଷା ସଚିବ ଲାୟଣ୍ଡ ଆଷ୍ଟିନଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି । ଆଲୋଚନା ନେଇ ଟ୍ବିଟ ଯୋଗେ ପ୍ରତିରକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଆଫଗାନିସ୍ତାନ ସ୍ଥିତି ସହ ଉଭୟ ଭାରତ-ଆମେରିକା ଦ୍ବିପାକ୍ଷିକ ସୁରକ୍ଷା ସମ୍ପର୍କ ନେଇ ଆଲୋଚନା କରିଛନ୍ତି । ଗତ ମାର୍ଚ୍ଚରେ ଭାରତ ଗସ୍ତରେ ଆସିଥିବା ଲାୟଣ୍ଡ ଆଷ୍ଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବାର୍ତ୍ତା ଦେଇଥିଲେ । ଏହାବାଦ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରଥିଲେ ।

ତେବେ ବର୍ତ୍ତମାନ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଆଲୋଚନା କରିବା, ପୁଣି ଆଫଗାନସ୍ଥିତିକୁ ନେଇ ଆଲୋଚନା କରିବା ଅନେକ ଚର୍ଚ୍ଚା ସୃଷ୍ଟି କରିଛି । କାରଣ ଆଫଗାନ ସ୍ଥିତିକୁ ନେଇ ଏବେ ଆମେରିକା ବ୍ୟାକଫୁଟରେ ଅଛି । ଏପରି ସ୍ଥଳେ ଏସିଆ ମହାଦେଶରେ ଭାରତ ହିଁ ଆମେରିକା ପାଇଁ ଏକମାତ୍ର ଭରସାଯୋଗ୍ୟ ମିତ୍ର ରାଷ୍ଟ୍ର । ତେଣୁ ବ୍ୟବସାୟ, ସୁରକ୍ଷା ଓ ଆଞ୍ଚଳିକ ପ୍ରସଙ୍ଗରେ ଭାରତର ସହଯୋଗ ଆମେରିକା ପାଇଁ ଜରୁରୀ ।

ଅନ୍ୟପଟେ ନିକଟରେ ଆଫଗାନିସ୍ତାନ ବିମାନ ବନ୍ଦରରେ ଡ୍ରୋନ ଆକ୍ରମଣରେ ଆମେରିକାର ୧୦ ସୈନ୍ୟଙ୍କ ମୃତ୍ୟୁକୁ ନେଇ ୟୁଏସ କ୍ଷୁବ୍ଧରେ ଅଛି । ଏପରି ସ୍ଥଳେ ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦି କ୍ବାଡ ରାଷ୍ଟ୍ର ସମ୍ମିଳନୀରେ ଯୋଗ ଦେବା ପାଇଁ ଆମେରିକା ଗସ୍ତରେ ଯାଉଛନ୍ତି । ତେଣୁ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଆଲୋଚନା କରିବା ନିଶ୍ଚିତ କିଛି ବଡ ସଂକେତ ଦେଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.