ବାପାଙ୍କୁ ବିଷ ଦେଇ ମାରିଲେ, ପୁଅର ମିଛ ମୃତ୍ୟୁ ପ୍ରମାଣପତ୍ର ବନାଇ ସମ୍ପତ୍ତି ହଡପ କଲେ ଆତ୍ମୀୟ

author img

By

Published : Aug 4, 2022, 10:14 AM IST

ବାପାଙ୍କୁ ବିଷ ଦେଇ ମାରିଲେ, ପୁଅର ମିଛ ମୃତ୍ୟୁ ପ୍ରମାଣପତ୍ର କରି ସମ୍ପତ୍ତି ହଡପ କଲେ

ସମ୍ପତ୍ତି ପାଇଁ ସାଂଘାତିକ ଷଡଯନ୍ତ୍ର । ବାପାଙ୍କ ମୃତ୍ୟୁ ପରେ ପୁଅର ମିଛ ମୃତ୍ୟୁ ପ୍ରମାଣପତ୍ର ବନାଇ ସମ୍ପତ୍ତି ହଡ଼ପ କରିନେଲେ ଆତ୍ମୀୟ । ଅଧିକ ପଢନ୍ତୁ

ଜୟପୁର: ସମ୍ପତ୍ତି ପାଇଁ ଆତ୍ମୀୟଙ୍କ ସାଂଘାତିକ ଷଡଯନ୍ତ୍ର । ବାପାକୁ ବିଷ ଦେଇ ମାରିଦେଲେ । ୫ ବର୍ଷର ନିରୀହ ପୁଅର ମିଛ ମୃତ୍ୟୁ ପ୍ରମାଣପତ୍ର ତିଆରି କରି ସମସ୍ତ ସମ୍ପତ୍ତି ହଡ଼ପ କଲେ । ଏବେ ୧୯ ବର୍ଷ ପରେ ସରକାରୀ ପ୍ରମାଣପତ୍ରରେ ମୃତ ଘୋଷିତ ୨୪ ବର୍ଷୀୟ ଯୁବକ ନିଜକୁ ଜୀବିତ ପ୍ରମାଣିତ କରିବାକୁ ପ୍ରଶାସନିକ ଅଧିକାରୀଙ୍କ ଚକ୍କର କାଟୁଛି । ତାଙ୍କ ସହ ଅନ୍ୟାୟ ହୋଇଥିବା ଅଭିଯୋଗ କରି ନ୍ୟାୟ ପାଇଁ ସେ ଜିଲ୍ଲା ପ୍ରଶାସନକୁ ଗୁହାରି କରିଛନ୍ତି । 'କାଗଜ' ଫିଲ୍ମର କାହାଣୀ ଭଳି ସମସ୍ତଙ୍କୁ ତାଜୁବ କଲାପରି ଏହି ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନ ଭରତପୁରରୁ ।

ସୂଚନା ଅନୁଯାୟୀ, ଭରତପୁର ଅନ୍ତର୍ଗତ ଶ୍ରୀନଗରର ବାସିନ୍ଦା ହେଉଛନ୍ତି ମହେଶ ଚନ୍ଦ । ଯିଏକି ସରକାରୀ କାଗଜପତ୍ରରେ ମୃତ ଘୋଷିତ ହୋଇଛନ୍ତି । ଏବେ ମହେଶ ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚି ତାଙ୍କ ବିରୁଦ୍ଧରେ ନିଜ ଆତ୍ମୀୟ ରଚିଥିବା ଷଡଯନ୍ତ୍ରର ପର୍ଦ୍ଦାଫାସ କରିଛନ୍ତି । ମହେଶଙ୍କ ଅଭିଯୋଗ ଅନୁଯାୟୀ, ''ମାତ୍ର ୫ ବର୍ଷ ବୟସରେ ତାଙ୍କ ବାପା ସାହବ ସିଂହଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାପରେ ୨୦୦୩ରେ ବଡବାପା ଓ ଦାଦା ତାଙ୍କର ନକଲୀ ମୃତ୍ୟୁ ପ୍ରମାଣପତ୍ର ବନାଇ ସବୁ ସମ୍ପତ୍ତି ନିଜ ନାଁରେ କରାଇ ନେଇଥିଲେ । ସେ ସମୟରେ ତାଙ୍କୁ ଘରେ ବନ୍ଦୀ କରି ରଖାଯାଉଥିଲା । ସ୍କୁଲ ଯିବା ସମୟରେ ସେମାନେ ତାଙ୍କ ଉପରେ କଡା ନଜର କରୁଥିଲେ । ଏପରିକି ପରିଜନମାନେ ତାଙ୍କୁ ମିଳୁଥିବା ଦିବ୍ୟାଙ୍ଗ ଭତ୍ତା ମଧ୍ୟ ବନ୍ଦ କରିଦେଇଥିଲେ ।''

ଏହାମଧ୍ୟ ପଢନ୍ତୁ:କାଗଜ ଫିଲ୍ମର ବାସ୍ତବ କାହାଣୀ: ନିଜକୁ ଜୀବିତ ପ୍ରମାଣିତ କରିବାକୁ ସଂଘର୍ଷ କରୁଛନ୍ତି ବ୍ୟକ୍ତି

ବହୁ କଷ୍ଟ ସହିବା ପରେ ଶେଷରେ ମହେଶ ତାଙ୍କ କବଳରୁ ବାହାରିବାରେ ସକ୍ଷମ ହୋଇଥିଲେ । ଏବେ ଏହି ୨୪ ବର୍ଷୀୟ ଯୁବକ ନିଜ ପତ୍ନୀ ଏବଂ ମାଆଙ୍କ ସହ ଅନ୍ୟତ୍ର ବସବାସ କରୁଛନ୍ତି । ଭାରତପୁର ସହରର ଗୋଟିଏ ଦୋକାନରେ ସେ କାର୍ଯ୍ୟରତ ଅଛନ୍ତି । ଏବେ ପୀଡିତ ମହେଶ ନିଜର ଜୀବିତ ପ୍ରମାଣିତ ତିଆରି କରିବା ସହ ସହକାରୀ ସହାୟତା ଭିକ୍ଷା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.