ଗାନ୍ଧୀ ମାଣ୍ଡେଲା ପୁରସ୍କାରରେ ସମ୍ମାନିତ ହେଲେ ଧର୍ମଗୁରୁ ଦଲାଇଲାମା

author img

By

Published : Nov 20, 2022, 7:46 AM IST

dalai lama conferred gandhi mandela award 2019

ହିମାଚଳ ପ୍ରଦେଶ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ ଗାନ୍ଧୀ ମାଣ୍ଡେଲା ପୁରସ୍କାର ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ

ଶିମଲା: ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ ମିଳିଲା ଗାନ୍ଧୀ ମାଣ୍ଡେଲା ପୁରସ୍କାର । ହିମାଚଳ ପ୍ରଦେଶ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ଏହି ପୁରସ୍କାର ପ୍ରଦାନ କରିଛନ୍ତି । 2020ରେ ଦଲାଇଲାମାଙ୍କୁ ଗାନ୍ଧୀ ମାଣ୍ଡେଲା ପୁରସ୍କାର ପାଇଁ ମନୋନିତ କରାଯାଇଥିଲା । କିନ୍ତୁ କୋରୋନା ଯୋଗୁଁ ଏହି ସମ୍ମାନ ପ୍ରଦାନ କରାଯାଇନଥିଲା ।

  • Dharamshala, Himachal Pradesh | Gandhi Mandela Foundation conferred the Gandhi Mandela Award 2019 upon the Dalai Lama today.

    Governor Rajendra Vishwanath Arlekar presented the award to him at the event. pic.twitter.com/vLw9UqT1Gh

    — ANI (@ANI) November 19, 2022 " class="align-text-top noRightClick twitterSection" data=" ">

ଶନିବାର ହିମାଚଳ ପ୍ରଦେଶର ମ୍ୟାକେଲୋଡଗଞ୍ଜ ଠାରେ ଗାନ୍ଧୀ ମଣ୍ଡେଲା ଫାଉଣ୍ଡେସନ ଦ୍ବାରା ଆୟୋଜିତ ଏକ ସମାରୋହରେ ଦଲାଇଲାମା ଏହି ସମ୍ମାନ ଗ୍ରହଣ କରିଛନ୍ତି । ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସମେତ ଭାରତର ପୂର୍ବତନ ପ୍ରଧାନ ବିଚାରପତି କେ ଜି ବାଲ କ୍ରିଷ୍ଣନ ମଧ୍ୟ ଉପସ୍ଥିତ ଥିଲେ । ସମ୍ମାନ ପ୍ରଦାନ ନେଇ ଦଲାଇଲାମା କହିଛନ୍ତି, ଆମେ ଏକ ସାମାଜିକ ପ୍ରାଣୀ । "କରୁଣା" ଆମ ଭିତରର ଶାନ୍ତି ଏବଂ ଶକ୍ତି ହେବା ଉଚିତ୍‌ । ଯଦି ମନୁଷ୍ୟ ଭିତରେ ଶାନ୍ତି ରହିଛି ତେବେ ମାନବୀୟ ବୁଦ୍ଧିକୁ ସଠିକ ଭାବେ ବ୍ୟବହାର କରି ହେବ । ଅହିଂସା ଓ କରୁଣା ବୈଶ୍ବିକ ଶାନ୍ତି ପାଇଁ ଅତ୍ୟନ୍ତ ଜରୁରୀ। ଏହି ପୁରସ୍କାର ପାଇଁ ଦଲାଇଲାମା ଏକମାତ୍ର ଯୋଗ୍ୟ ବିବେଚିତ ବୋଲି ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.