ରାତି ପାହିଲେ ଜିସାଟ-୧ ଲଞ୍ଚ କରିବ ଇସ୍ରୋ, କାଉଣ୍ଟଡାଉନ ଆରମ୍ଭ

author img

By

Published : Aug 11, 2021, 8:24 AM IST

Updated : Aug 11, 2021, 9:24 AM IST

ଆସନ୍ତାକାଲି ଜିସାଟ-୧ ଲଞ୍ଚ କରିବ ଇସ୍ରୋ

ଜିସାଟ-୧ ଲଞ୍ଚ ପାଇଁ ଇସ୍ରୋର କାଉନଡାଉନ ଆରମ୍ଭ ହୋଇଯାଇଛି । ପୃଥିବୀ ଉପରେ ନଜର ରଖିବା ପାଇଁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଆସନ୍ତାକାଲି (ଗୁରୁବାର) ସକାଳ ୫ଟା ୪୫ମିନିଟରେ ଜିଓ ଇମେଜିଂ ସାଟେଲାଇଟ-୧ ଉତକ୍ଷେପଣ କରିବ । ଅଧିକ ପଢନ୍ତୁ...

ବେଙ୍ଗାଲୁରୁ: ଜିସାଟ-୧ ଲଞ୍ଚ ପାଇଁ ଇସ୍ରୋର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ପୃଥିବୀ ଉପରେ ନଜର ରଖିବା ପାଇଁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଆସନ୍ତାକାଲି (ଗୁରୁବାର) ସକାଳ ୫ଟା ୪୫ମିନିଟରେ ଜିଓ ଇମେଜିଂ ସାଟେଲାଇଟ-୧ ଉତକ୍ଷେପଣ କରିବ । ସତୀଶ ଧାୱନ ସ୍ପେସ ସେଣ୍ଟରରୁ ଏହାକୁ ଲଞ୍ଚ କରାଯିବ ।

ଏହାର କୋଡ ନାଁ ରହିଛି ଇଓଏସ-୦୩ । EOS-03 ହେଉଛି ଏକ ଉଚ୍ଚ ଉନ୍ନତ ଉପଗ୍ରହ ଯାହାକି ଜିଏସଏଲଭି ଏଫ-୧୦ ଯାନ ସାହାଯ୍ୟରେ ଏହି ଉପଗ୍ରହକୁ ପୃଥିବୀ କକ୍ଷପଥରେ ଉତକ୍ଷେପଣ କରାଯିବ । ଏହା ଜିଏସଏଲଭିର ୧୪ତମ ଉତକ୍ଷେପଣ । କୋରୋନା ମହାମାରୀ ପାଇଁ ଏହି ଉପଗ୍ରହ ଉତକ୍ଷେପଣକୁ ସ୍ଥଗିତ ରଖାଯାଇଥିଲା ।

୨,୨୬୮ କିଲୋଗ୍ରାମ ଓଜନର ଏହି ସାଟେଲାଇଟ ଦୈନିକ ୪ରୁ ୫ ଥର ଇମେଜିଂ କରିବାର ସକ୍ଷମ ରଖିଛି । ଏଥିସହ ଏହି ସାଟେଲାଇଟ ପ୍ରାକୃତିକ ବିପର୍ଯ୍ୟୟ ଯେପରି ବନ୍ୟା, ବାତ୍ୟା ବିଷୟରେ ଆଗୁଆ ସୂଚନା ପ୍ରଦାନ କରିବ । ଜିସାଟ-୧ ପରେ ରାଡାର ଇମେଜିଂ ସାଟେଲାଇଟ ଇଓଏସ-୪ ଉତକ୍ଷେପଣ କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated :Aug 11, 2021, 9:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.