PSLV-C51/ଆମାଜୋନିଆ -1 ମିଶନ ପାଇଁ ଆରମ୍ଭ ହେଲା କାଉଣ୍ଟଡାଉନ

author img

By

Published : Feb 27, 2021, 2:30 PM IST

PSLV-C51/ଆମାଜୋନିଆ -1 ମିଶନ ପାଇଁ ଆରମ୍ଭ ହେଲା କାଉଣ୍ଟଡାଉନ

ଆସନ୍ତାକାଲି ତଥା ଫେବୃଆରୀ 28 ତାରିଖରେ PSLV-C51ମିଶନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ବେଙ୍ଗାଲୁରୁ: ଆସନ୍ତାକାଲି ତଥା ଫେବୃଆରୀ 28 ତାରିଖରେ PSLV-C51ଲଞ୍ଚ ହେବାକୁ ଥିବା ବେଳେ ଏହି ମିଶନର ଶୁଭାରମ୍ଭ ପାଇଁ କାଉଣ୍ଟ ଡାଉନ୍ ଶନିବାର ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଆରମ୍ଭ ହୋଇଛି । ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଫେବୃଆୀ 28ରେ ଏହାର ଉତକ୍ଷେପଣକୁ ସ୍ଥିର କରାଯାଇଛି ।

  • Countdown for the launch of #PSLVC51/Amazonia-1 mission commenced today at 0854Hrs (IST) from Satish Dhawan Space Centre (SDSC) SHAR, Sriharikota.

    Launch is scheduled tomorrow at 1024 Hrs IST. pic.twitter.com/XRx3isDsGm

    — ISRO (@isro) February 27, 2021 " class="align-text-top noRightClick twitterSection" data=" ">

PSLV-C51ରକେଟ ହେଉଛି PSLVର 53ତମ ମିଶନ । ରବିବାର ଏହା ବ୍ରାଜିଲରେ ନିର୍ମିତ ହୋଇଥିବା ଆମୋଜୋନିଆ-1 ସାଟେଲାଇଟକୁ ଉତକ୍ଷେପଣ କରାଯିବା ସହିତ 18ଟି ସହଯାତ୍ରୀ ଉପଗ୍ରହ ବା ସାଟେଲାଇଟକୁ ମଧ୍ୟ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ । ଏଥିଲାଗି ଶନିବାରଠାରୁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । PSLV-C51/ଆମାଜନିଆ -1 ହେଉଛି ISROର ବାଣିଜ୍ୟିକ ସଂସ୍ଥା 'ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍' (NSIL) ର ପ୍ରଥମ ଉତ୍ସର୍ଗୀକୃତ ବ୍ୟବସାୟିକ ମିଶନ ।

ପୃଥିବୀକୁ ପର୍ଯ୍ୟବେକ୍ଷଣ କରିବା ପାଇଁ ଏହି ଆମୋଜୋନିଆ-1 ଉପଗ୍ରହ ବା ସାଟେଲାଇଟକୁ ଉତକ୍ଷେପଣ କରାଯାଉଛି । ଏହି ଉପଗ୍ରହ ଆମାଜନ ଅଞ୍ଚଳରେ ଜଙ୍ଗଲ ନଷ୍ଟ ହେବା ଉପରେ ନଜର ରଖିବା ପାଇଁ ଉପଭୋକ୍ତାମାନଙ୍କୁ ରିମୋଟ ସେନ୍ସିଂ ତଥ୍ୟ ପ୍ରଦାନ କରି ଜଙ୍ଗଲର ଆକାରକୁ ଆହୁରି ମଜବୁତ କରିବ । 18ଟି ସହଯାତ୍ରୀ ଉପଗ୍ରହ ମଧ୍ୟରୁ 4ଟି ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ରରୁ ଯିବାକୁ ଥିବା ବେଳେ ଆଉ 14ଟି ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍(NSIL)ରୁ ଉତକ୍ଷେପଣ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.