India Corona: ବଢୁଛି କୋରୋନା ଭୟ, ୧୭ ହଜାର ଟପିଲା ଦୈନିକ ସଂକ୍ରମଣ

author img

By

Published : Jun 24, 2022, 10:07 AM IST

Updated : Jun 24, 2022, 10:42 AM IST

India Corona: ବଢୁଛି କୋରୋନା ଭୟ, ଦିନକରେ ୧୭ ହଜାର ଟପିଲା ସଂକ୍ରମଣIndia Corona: ବଢୁଛି କୋରୋନା ଭୟ, ଦିନକରେ ୧୭ ହଜାର ଟପିଲା ସଂକ୍ରମଣ

ଦେଶରେ ବଢୁଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 17,336 ଜଣ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କୋରୋନା । ଦିନକରେ ୧୭ ହଜାର ଡେଇଁଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍‌ 17,336 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 17,336 fresh Covid Cases) । ଏପରି ଭାବେ ହୁ ହୁ ହୋଇ ସଂକ୍ରମଣ ବଢିବା ଏବେ ଲୋକଙ୍କ ଚିନ୍ତା ବଢାଇଛି । ମାତ୍ର ଆଶ୍ବସ୍ତିକର ବିଷୟ ହେଉଛି ଯେ, ସଂକ୍ରମଣ ବଢୁଥିଲେ ହେଁ ମୃତ୍ୟୁସଂଖ୍ୟା ଦେଶରେ କମ୍ ରହିଛି । ଦିନକରେ ମାତ୍ର 13 ଜଣଙ୍କର ମୁଣ୍ତ ନେଇଛି ମହାମାରୀ ଏବଂ 13,029 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା 80 ହଜାର ଉପରେ ରହିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 88,284କୁ ବୃଦ୍ଧି ପାଇଛି । ଏଯାବତ୍ 4,27,49,056 ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଓ ସମୁଦାୟ 5,24,954 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 196 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 13,71,107 ଜଣଙ୍କୁ ଟିକା ଦିଆଯାଇଛି ।

Last Updated :Jun 24, 2022, 10:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.