Punjab Assembly Poll: ଚମକୌର ସାହିବରୁ ଲଢିବେ ଚନ୍ନି, ଅମ୍ରିତସର ଇଷ୍ଟରୁ ସିଦ୍ଧୁ

author img

By

Published : Jan 15, 2022, 3:22 PM IST

Updated : Jan 15, 2022, 4:25 PM IST

congress assembly poll: 86 ପ୍ରାର୍ଥୀ ଷୋଷଣା କଲା କଂଗ୍ରେସ

ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ରହିଛନ୍ତି ୮୬ ଜଣ ପ୍ରାର୍ଥୀ । ପ୍ରଥମ ତାଲିକାରେ ମୁଖ୍ୟମନ୍ତ୍ରୀ ପିସିସି ସଭାପତିଙ୍କ ସହ ବହୁ ବଡ ଚେହେରା । ଅଧିକ ପଢନ୍ତୁ

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଆଜି ରାଜ୍ୟରେ ଶାସନରେ ଥିବା କଂଗ୍ରେସ ପ୍ରଥମ ପର୍ଯାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଚମକୌର ସାହିବରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ନିର୍ବାଚନ ଲଢୁଥିବା ବେଳେ ଅମୃତସର ପୂର୍ବ ଆନସରୁ ରାଜ୍ୟ ପିସିସି ମୁଖ୍ୟ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି ଦଳ । ସେହିପରି ପ୍ରଥମ ପର୍ଯ୍ୟାୟ ତାଲିକାରେ ଅନେକ ହାଇପ୍ରୋଫାଇଲ ଆସନ ସହ କିଛି ବଡ ଚେହେରାଙ୍କୁ ସ୍ଥାନ ଦେଇଛି ଦଳ ।

ମୁଖ୍ୟମନ୍ତ୍ରୀ ଚନ୍ନି ତାଙ୍କ ପୂର୍ବ ଆସନରୁ ନିର୍ବାଚନ ଲଢୁଥିବାବେଳେ ତାଙ୍କୁ ଦୁଇଟି ଆସନରୁ ଲଢାଇବାକୁ ଦଳ ଚିନ୍ତା କରୁଥିବା ଚର୍ଚ୍ଚା ହେଉଥିଲା । ତେବେ ସେପରି କିଛି ହୋଇନାହିଁ । ସେହିପରି କଂଗ୍ରେସ ଇସ୍ତାହାର କମିଟିର ମୁଖ୍ୟ ତଥା ବର୍ତ୍ତମାନ ରାଜ୍ୟସଭା ସାଂସଦ ଥିବା ପ୍ରତାପ ବାଜୱାଙ୍କୁ କାଇଦାନ ଆସନରୁ ଟିକେଟ ଦେଇଛି ଦଳ । ପୂର୍ବରୁ ଏହି ଆସନରୁ ତାଙ୍କ ଭାଇ ଫତେହ ଜଙ୍ଗ ପ୍ରତିନିଧିତ୍ବ କରିଆସୁଥିବା ବେଳେ ସେ ବର୍ତ୍ତମାନ ବିଜେପିରେ ଯୋଗ ଦେଇଛନ୍ତି ।

  • The CEC has selected the following candidates for the ensuing general elections to the Legislative Assembly of Punjab pic.twitter.com/0IH7bg1hL6

    — INC Sandesh (@INCSandesh) January 15, 2022 " class="align-text-top noRightClick twitterSection" data=" ">

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ମାତ୍ର ୪ ଜଣ ମହିଳା ପ୍ରାର୍ଥୀଙ୍କୁ ସ୍ଥାନ ମିଳିଛି । ସିଦ୍ଧୁଙ୍କ ଘନିଷ୍ଠ ସହଯୋଗୀ ତଥା ମନ୍ତ୍ରୀ ପରଗତ ସିଂ ଜଲନ୍ଦର କ୍ୟାଣ୍ଟରୁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ । ଡେପୁଟି ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ସୋନି ବର୍ତ୍ତମାନ ଆସନ ତଥା ଅମୃତସର ମଧ୍ୟରୁ ପ୍ରତିଦ୍ବନ୍ଦିତା କରୁଥିବାବେଳେ ଅନ୍ୟ ଜଣେ ଉପ ମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ରାନ୍ଧଓ୍ବା ଡେରା ବାବା ନାନକ ଆସନରୁ ନିର୍ବାଚନ ଲଢିବା ନେଇ ସ୍ଥିର କରିଛି ଦଳ ।

ପଞ୍ଜାବ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି କୁଲଜିତ୍ ଫତେହଗଡ ସାହେବରୁ ନିର୍ବାଚନ ଲଢିବେ । ନିକଟରେ ଦଳରେ ସାମିଲ ଦେଇଥିବା ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦ ମୋଗା ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢୁଥିବା ବେଳେ ଗାୟକ ସିଦ୍ଧୁ ମୁସେଓ୍ବାଲା ମାନସରୁ ଟିକେଟ ପାଇଛନ୍ତି ।

କଂଗ୍ରେସ ଅଭିଯାନ କମିଟି ମୁଖ୍ୟ ସୁନୀଲ ଜାଖରଙ୍କ ଭଣଜା ତଥା ଯୁବ କଂଗ୍ରେସ ନେତା ସନ୍ଦୀପ ଜାଖର ଆବୋହାରରୁ ନିର୍ବାଚନ ଲଢିବା ନେଇ ଦଳ ସ୍ଥିର କରିଛି । ସେହପରି ମନ୍ତ୍ରୀ ଭରତ ଭୂଷଣ ଆଶୁ ଲୁଧିଆନା ପଶ୍ଚିମ ଆସନ, ଅରୁଣା ଚୌଧୁରୀ ଦିନା ନଗର ବିଧାନସଭା ଆସନ, ତ୍ରିପାଠୀ ରାଜୀନ୍ଦର ବାଜଓ୍ବା ଫତେହଗଡ଼ ଚୌରିଆନ ସିଟ, ରାଣା ଗୁରୁଜିତ ସିଂ କାପୁରଥଲା, ମନପ୍ରୀତ ବାଦଲ ଭଟିଣ୍ଡା-ଅର୍ବାନ ଆସନ, ସଂଗତ ସିଂ ଗିଲଜିଆନ ସହରା ଆସନରୁ ମୈଦାନକୁ ଓହ୍ଲାଇବେ । ପୂର୍ବତନ AAP ବିଧାୟକ ରୁପିନ୍ଦର ରୁବି ମଧ୍ୟ ନିର୍ବାଚନ ଲଢିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଟିକେଟ ହାତେଇବାରେ ସଫଳ ହୋଇଛନ୍ତି ।

ଫେବୃଆରୀ 14 ରେ ଗୋଟିଏ ପର୍ଯ୍ୟାୟରେ ପଞ୍ଜାବରେ ମତଦାନ ଶେଷ ହେବ । ସେହିପରି ଅନ୍ୟ ୪ ରାଜ୍ୟ ସହିତ ମାର୍ଚ୍ଚ 10 ରେ ପଞ୍ଜାବରେ ଭୋଟ୍ ଗଣତି ସହ ଜନାଦେଶ ପ୍ରକାଶ ପାଇବ । ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଥିବା ବେଳେ ରାଜ୍ୟରେ କ୍ଷମତାରେ ଥିବା କଂଗ୍ରେସ ଆଜି ପ୍ରଥମ ପର୍ଯ୍ୟାୟରେ ୮୬ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 15, 2022, 4:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.