ଅକ୍ଟୋବର 17ରେ ନିର୍ବାଚନ, 19ରେ କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ

author img

By

Published : Aug 28, 2022, 5:18 PM IST

ଅକ୍ଟୋବର 17 ରେ ନିର୍ବାଚନ, 19 ରେ କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ

ଅକ୍ଟୋବର 17 ରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ Congress president Election ଓ 19ରେ ଫଳାଫଳ । ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି । ପରବର୍ତ୍ତୀ ଅଧ୍ୟକ୍ଷ ଉପରେ ରହିଛି ସମଗ୍ର ଦେଶର ନଜର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଅକ୍ଟୋବର 17 ତାରିଖରେ ହେବ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ (Congress president Election)। ଆଜି କଂଗ୍ରେସ ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକରେ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । 17 ତାରିଖରେ ମତଦାନ (Election for Congress president on October 17) ହେବାକୁ ଥିବାବେଳେ 19ରେ ଗଣତି ଓ ନୂତନ ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିବା ନେଇ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜି ଆୟୋଜିତ CWC ବୈଠକରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସାସଂଦ ରାହୁଲ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଧ୍ୟ ଭର୍ଚ୍ଚୁଆଲି ଅଂଶଗ୍ରହଣ କରିଥିଲେ ।

କଂଗ୍ରେସ ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକ
କଂଗ୍ରେସ ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକ

ଶୁକ୍ରବାର ଦଳର ବରିଷ୍ଠ ନେତା ଗୁଲାମନବୀ ଆଜାଦଙ୍କ ଇସ୍ତଫା ପରେ ଆଜି ଦଳ ନୂତନ ହାଇକମାଣ୍ଡ ନିର୍ବାଚନ ପ୍ରକ୍ରିୟା ଉପରେ ଗୁରୁତ୍ବ ଦେଇ ବୈଠକ ଡାକିଥିବା ଅନୁମାନ କାରଯାଉଛି । ଏବେ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷା ଭାବେ ଦାୟିତ୍ବ ତୁଲାଉଛନ୍ତି । ପୂର୍ବରୁ ଇସ୍ତଫା ଦେଇସାରିଥିବା ରାହୁଲ ଗାନ୍ଧୀ ମଧ୍ୟ ଅଧ୍ୟକ୍ଷ ପଦ ପାଇଁ ନାରାଜ ଥିବା ସୂଚନା ମିଳିଛି । ଏପରି ସ୍ଥିତିରେ ଗାନ୍ଧୀ ପରିବାର ବାହାର କାହାକୁ ଜଣଙ୍କୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରିବାର ସୁଯୋଗ ମିଳିପାରେ ବୋଲି ଅନୁମାନ କାରଯାଉଛି ।

ଗତ କିଛି ଦିନ ତଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ଦଳର ବରିଷ୍ଠ ତଥା ଗାନ୍ଧୀ ପରିବାରର ଅନୁଗତ କୁହାଯାଉଥିବା ଅଶୋକ ଗେହେଲୋଟଙ୍କୁ କଂଗ୍ରେସ ଅଧ୍ୟକ୍ଷ କରାଯିବା ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । ଆଜି ଏହାରି ମଧ୍ୟରେ ଅକ୍ଟୋବର 17 ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଓ 19 ରେ ଫଳଫଳ ଘୋଷଣା ନେଇ ଦଳର ଜାତୀୟ କାର୍ଯ୍ୟକାରିଣୀ କମିଟି ସମୟ ଧାର୍ଯ୍ୟ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.