Canada vs India: କେନ୍ଦ୍ରକୁ କଂଗ୍ରେସର ସମର୍ଥନ, ଦେଶର ସ୍ବାର୍ଥ ସର୍ବୋପରି କହିଲା ଦଳ
Canada vs India: କେନ୍ଦ୍ରକୁ କଂଗ୍ରେସର ସମର୍ଥନ, ଦେଶର ସ୍ବାର୍ଥ ସର୍ବୋପରି କହିଲା ଦଳ
କାନାଡା କୂଟନୀତିଜ୍ଞଙ୍କୁ ବହିଷ୍କାର ନେଇ କେନ୍ଦ୍ରକୁ ସମର୍ଥନ କଲା କଂଗ୍ରେସ । ଦେଶର ସ୍ବାର୍ଥ ସବୁଠୁ ଉପରେ କହିଲେ ଜୟରାମ ରମେଶ । ଅଧିକ ପଢନ୍ତୁ
ନୂଆଦିଲ୍ଲୀ: ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜାର ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । କାନାଡା ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ଭାରତ ମଧ୍ୟ ଯେସାକୁ ତେସା କରିଛି । ଭାରତରେ କାନାଡା ହାଇକମିଶନର ଥିବା କାରମେନ ମାକେଙ୍କୁ ୫ ଦିନ ଭିତରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି ବୈଦେଶିକ ମନ୍ତ୍ରଣାଳୟ । ତେବେ କାନାଡା କୂଟନୀତିଜ୍ଞଙ୍କୁ ବହିଷ୍କାର ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ କଂଗ୍ରେସ ସମର୍ଥନ କରିଛି । ଦେଶର ସ୍ବାର୍ଥ ସବୁଠୁ ଉପରେ । ଆତଙ୍କବାଦ ବିରୋଧରେ ଦେଶ କରୁଥିବା ଲଢେଇରେ କେବେହେଲେ କୌଣସି ପ୍ରକାର ବୁଝାମଣା ହୋଇପାରିବ ନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା ଜୟରାୟ ରମେଶ କହିଛନ୍ତି ।
-
The Indian National Congress has always believed that our country's fight against terrorism has to be uncompromising, especially when terrorism threatens India's sovereignty, unity and integrity. Our country's interests and concerns must be kept paramount at all times.#Canada
— Jairam Ramesh (@Jairam_Ramesh) September 19, 2023
ଜୟରାମ ରମେଶ ଆଜି(ମଙ୍ଗଳବାର) ଏକ୍ସ(ପୂର୍ବର ଟ୍ବିଟର)ରେ କହିଛନ୍ତି, ''ଜାତୀୟ କଂଗ୍ରେସ ସବୁବେଳେ ବିଶ୍ବାସ କରେ ଯେ ଆତଙ୍କବାଦ ବିରୋଧରେ ଦେଶ କରୁଥିବା ଲଢେଇରେ କେବେହେଲେ କୌଣସି ପ୍ରକାର ବୁଝାମଣା ହୋଇପାରିବ ନାହିଁ । ବିଶେଷକରି ଯେତେବେଳେ ଆତଙ୍କବାଦ ଭାରତର ସାର୍ବଭୌମତ୍ବ, ଏକତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରେ । ଆମ ପାଇଁ ଦେଶର ସ୍ବାର୍ଥ ଓ ଚିନ୍ତା ସବୁବେଳେ ସବୁଠୁ ଉପରେ ।''
ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଅଭିଷେକ ମନୁ ସିଂଘଭି କାନାଡା ପ୍ରଧାନମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଅନ୍ୟ ଭାରତ ବିରୋଧୀ ପ୍ରଚାରକ ଭଳି ଜଷ୍ଟିନ ଟ୍ରୁଡୋ ଭାରତ ପାଇଁ ବିପଦଜନକ୍କ । ଟ୍ରୁଡୋ ପୃଥିବୀର ସବୁଠୁ ବଡ ଜୋକର । ନୂଆଦିଲ୍ଲୀ ସ୍ଥିତ କାନାଡା ହାଇକମିଶନରୁ ଭାରତ ତୁରନ୍ତ ସୁରକ୍ଷା ହ୍ରାସ କରିବା ଉଚିତ୍ । ଏହା ଅତ୍ୟନ୍ତ ଦୁଃଖଦାୟକ ।
ଏଠାରେ ଉଲ୍ଲେଖଯୋଗ୍ୟ, ଖଲିସ୍ତାନୀ ନେତା ନିଜ୍ଜାରଙ୍କୁ କାନାଡାରେ ଗୁରୁଦ୍ବାର ବାହାରେ ଗୁଳି କରି ହତ୍ୟା କରାଯାଇଥିଲା । ଏହି ହତ୍ୟା ପାଇଁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସଂସଦରେ ଭାରତ ବିରୋଧରେ ଅଭିଯୋଗ ଆଣିଥିଲେ । କାନାଡରେ ହିଂସା ଘଟାଇବା ଓ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟା ପଛରେ ଭାରତର ହାତ ଥିବା ସେ ଅଭିଯୋଗ କରିଥିଲେ । ଏଥିପାଇଁ ଜଣେ ଶୀର୍ଷ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ । ସେପଟେ କାନାଡାର ଏହି ହିଂସା ଅଭିଯୋଗକୁ ଭିତ୍ତିହୀନ ଓ ଉଦ୍ଦେଶ୍ୟମୂଳକ ବୋଲି କହି ଦୃଢ ଭାବରେ ଖଣ୍ଡନ କରିଥିଲା ଭାରତ ।
