congress president poll: ଅଧ୍ୟକ୍ଷ ପଦ ପାଇଁ ଶଶୀଙ୍କ ସହ ଲଢିବେ ଗେହେଲୋଟ !

author img

By

Published : Sep 20, 2022, 8:21 PM IST

congress president poll: ଅଧ୍ୟକ୍ଷ ପଦ ପାଇଁ ଶଶୀଙ୍କ ସହ ଲଢିବେ ଗେହେଲୋଟ !

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ବଢୁଛି ଚର୍ଚ୍ଚା (congress president poll )। ଶଶୀ ଥରୁରଙ୍କୁ ଟକ୍କର ଦେବା ପାଇଁ ମୈଦାନକୁ ଆସିପାରନ୍ତି ଗେହେଲୋଟ । ନିର୍ବାଚନ ସତ୍ତ୍ବେ ମଧ୍ୟ ଗାନ୍ଧୀ ପରିବାର ନିଷ୍ପତ୍ତି ହିଁ ସାବ୍ୟସ୍ତ ହୋଇପାରେ ନିର୍ଣ୍ଣାୟକ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଯେତିକି ପାଖଉଛି, ପ୍ରାର୍ଥୀତ୍ବ ଚର୍ଚ୍ଚା ମଧ୍ୟ ସେତିକି ବଢିବାରେ ଲାଗିଛି । ଦଳୀୟ ହାଇକମାଣ୍ଡ ପାଇଁ କିଏ ନିର୍ବାଚନୀ ମୈଦାନକୁ ଓହ୍ଲାଉଛନ୍ତି ତାହା ନାମାଙ୍କନ ତାରିଖ ପାଖେଇବା ପରେ ସ୍ପଷ୍ଟ ହେବାକୁ ଥିବା ବେଳେ ସମ୍ଭାବ୍ୟ ପ୍ରାର୍ଥୀଙ୍କୁୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଗତକାଲି ବରିଷ୍ଠ ନେତା ତଥା ସାଂସଦ ଶଶୀ ଥରୁର ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିବା ପରେ ତାଙ୍କ ପ୍ରାର୍ଥୀତ୍ବକୁ ଗ୍ରୀନ ସିଗନାଲ ମିଳିଥିବା ଚର୍ଚ୍ଚା ହେଉଛି ।

ଏହାରି ମଧ୍ୟରେ ତାଙ୍କ ବିପକ୍ଷରେ ଦଳର ବରିଷ୍ଠ ନେତା ତଥା ଗାନ୍ଧୀ ପରିବାରର ଅନୁଗତ କୁହାଯାଉଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ପ୍ରତିଦ୍ବନ୍ଦ୍ବିତାକୁ ଓହ୍ଲାଇ ପାରନ୍ତି (Gehlot to fight Cong prez polls)ବୋଲି ଚର୍ଚ୍ଚା ହେଉଛି (Gehlot vs Tharoor contest)। ତେବେ ମୁକ୍ତ ନିର୍ବାଚନ ପରେ ମଧ୍ୟ ଗାନ୍ଧୀ ପରିବାରର ଇଚ୍ଛା ହିଁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ ଦଳୀୟ ସୂତ୍ରରୁ ସୂଚନା ମିଳିଛି ।

ନାମ ଗୋପନ ରଖି ଅଖୀଳ ଭାରତୀୟ କଂଗ୍ରେସ କମିଟିର ଜଣେ କାର୍ଯ୍ୟକର୍ତ୍ତା (a senior AICC functionary) ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,‘‘ଶଶୀ ଥରୁର ଓ ଗେହେଲୋଟ ଉଭୟ ଟାଣୁଆ ପ୍ରାର୍ଥୀ(Gehlot vs Tharoor contest) । ଅନ୍ୟ କିଛି ଆଶାୟୀ ପ୍ରାର୍ଥୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିପାରେ । କିନ୍ତୁ ଗାନ୍ଧୀ ପରିବାର ଯେଉଁ ପ୍ରାର୍ଥୀଙ୍କୁ ଚାହିଁବେ ସେ ହିଁ ଏହି ସର୍ବୋଚ୍ଚ ସାଙ୍ଗଠନିକ ପଦବୀରେ ପହଞ୍ଚି ପାରିବେ । ଏବେ ମଧ୍ୟ ଦଳରେ ଗାନ୍ଧୀ ପରିବାରର ଅଖଣ୍ଡ ପ୍ରଭାବ ରହିଛି । ବହୁ ବରିଷ୍ଠ ଦଳୀୟ କାର୍ଯ୍ୟକର୍ତ୍ତା ପୁଣି ଥରେ ଗାନ୍ଧୀ ପରିବାରରୁ କେହି ଏହି ସର୍ବୋଚ୍ଚ ପଦବୀ ବଜାୟ ରଖନ୍ତୁ ବୋଲି ମଧ୍ୟ ଚାହୁଁଛନ୍ତି । ଏପରି ସ୍ଥଳେ ନିର୍ବାଚନ ହେଲେ ମଧ୍ୟ ଗାନ୍ଧୀ ପରିବାରର ଇଚ୍ଛା ହିଁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ । ’’

ତେବେ ଏପରି ସମ୍ଭାବ୍ୟ ପ୍ରାର୍ଥୀତ୍ବ ଚର୍ଚ୍ଚା ମଧ୍ୟରେ ନାମାଙ୍କନ ଦାଖଲ ତାରିଖ ନିକଟତର ହେଲେ ଏହି ଚର୍ଚ୍ଚାରେ କ୍ରମଶଃ ସ୍ପଷ୍ଟତା ଆସିପାରେ । ଚଳିତ ମାସ 24 ରୁ 30 ମଧ୍ୟରେ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ତାରିଖ ଘୋଷଣା କରିଛି ଦଳ । ସେହିପରି ଅକ୍ଟୋବର 17 ରେ ମତଦାନ ଓ 19 ରେ ଫଳାଫଳ ଘୋଷଣା ହେବା ନେଇ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି । ଦୀର୍ଘ ବର୍ଷ ଧରି ଦଳର ସର୍ବୋଚ୍ଚ କମାଣ ଗାନ୍ଧୀ ପରିବାର ପାଖରେ ଥିବା ବେଳେ ଏବେ ଏହି ଧାରାରେ ପରବର୍ତ୍ତନ ଘଟୁଛି, ନା ଚିରାଚରିତ ଭାବେ ଗାନ୍ଧୀ ପରିବାର ପରିବର୍ତ୍ତେ ଅନୁଗତଙ୍କ ନିକଟକୁ ଆସୁଛି ନେତୃତ୍ବ ତାକୁ ହିଁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.