କମିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର

author img

By

Published : Oct 1, 2022, 12:18 PM IST

୨୫ ଟଙ୍କା ଶସ୍ତା ହେଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର

ସାଧାରଣ ଲୋକଙ୍କୁ ଆଶ୍ବସ୍ତି । ୨୫ ଟଙ୍କା ଶସ୍ତା ହେଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଶସ୍ତା ହେଲା ଗ୍ୟାସ୍ ସିଲିଣ୍ଡର । ଆଜି ଦେଶରେ କମର୍ସିଆଲ ଏଲପିଜି ସିଲିଣ୍ଡର (Commercial LPG cylinder Price slashed) ଦାମ୍ ହ୍ରାସ ପାଇଛି । ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମ୍‌ ୨୫.୫ ଟଙ୍କା କମିଛି । ଫଳରେ ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ ୧,୮୮୫ ଟଙ୍କାରୁ ହ୍ରାସ ପାଇ ୧,୮୫୯ ଟଙ୍କା ହୋଇଯାଇଛି । ଚଳିତ ବର୍ଷ ଜୁନରୁ ଅଦ୍ୟାବିଧି ୬ ଥର କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମରେ ହ୍ରାସ ହେଲାଣି । କିନ୍ତୁ ଏଥର ମଧ୍ୟ ଘରୋଇ ରନ୍ଧନ କାର୍ଯ୍ୟରେ ବ୍ୟବହୃତ ୧୪.୨ କେଜି ବିଶିଷ୍ଟ ଏଲପିଜି ସିଲିଣ୍ଡର ମୂଲ୍ୟ ୧,୦୫୩ ଟଙ୍କାରେ ଅପରିବର୍ତ୍ତିତ ରହିଛି ।

ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବାବେଳେ, ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ ରେସ୍ତୋରାଁ, ହୋଟେଲ ଆଦି ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ କିଛି ମାତ୍ରାରେ ଆଶ୍ବସ୍ତି ଦେଇଛି । ରେସ୍ତୋରାଁ, ଚା' ଷ୍ଟଲ ଏବଂ ଅନ୍ୟ ଭୋଜନାଳୟ ଗୁଡିକ ବ୍ୟବସାୟିକ ସିଲିଣ୍ଡରର ବଡ ଉପଭୋକ୍ତା ଅଟନ୍ତି । ଗ୍ୟାସ ଦାମ୍ ବଢିଲେ ସେମାନେ ଖାଦ୍ୟପଦାର୍ଥ ମୂଲ୍ୟ ମଧ୍ୟ ମହଙ୍ଗା କରିଥାନ୍ତି । ତେବେ ଗତ ସେପ୍ଟେମ୍ବର ୧ରେ ତୈଳ ବିପଣନ କମ୍ପାନୀଗୁଡିକ କର୍ମସିଆଲ ଏଲପିଜି ସିଲିଣ୍ଡର ଦାମରେ ୯୧ଟଙ୍କା୫୦ ପଇସା ହ୍ରାସ କରିଥିଲେ । ସେହିପରି ଅଗଷ୍ଟ ପହିଲାରେ ଏହା ୩୬ ଟଙ୍କା ଶସ୍ତା ହୋଇଥିଲା ।

ଆଜି କର୍ମସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ କମିବା ପରେ କୋଲକାତାରେ ଏହାର ଦାମ୍ ୧୯୯୫.୫ ଟଙ୍କାରୁ ୧,୯୫୯ ଟଙ୍କାକୁ ହ୍ରାସ ପାଇଛି । ମୁମ୍ବାଇରେ ବ୍ୟବସାୟିକ ସିଲିଣ୍ଡର ୧୮୧୧.୫୦ ଟଙ୍କା ଏବଂ ଚେନ୍ନାଇରେ ୨,୦୦୯,୫୦ ଟଙ୍କା ହୋଇଛି । ପ୍ରକାଶଥାଉ କି, ପ୍ରତି ମାସ ପହିଲାରେ ଗ୍ୟାସ୍ କମ୍ପାନୀଗୁଡିକ ଗ୍ୟାସ୍ ସିଲିଣ୍ଡର ଦାମରେ ସଂଶୋଧନ କରିଥାନ୍ତି ।

ଏହାମଧ୍ୟ ପଢନ୍ତୁ: ପୁଣି ଥରେ ରେପୋ ରେଟ୍ ବଢାଇଲା ରିଜର୍ଭ ବ୍ୟାଙ୍କ, ମହଙ୍ଗା ହେବ EMI

ଅନ୍ୟପଟେ ବିମାନରେ ବ୍ୟବହୃତ ଇନ୍ଧନ ବା ଏଭିଏସନ ଟର୍ବାଇନ ଫୁଏଲ(ATF) ଦର ମଧ୍ୟ କମିଛି । ଆଜି ATF ମୂଲ୍ୟରେ ୪.୫ ପ୍ରତିଶତ ହ୍ରାସ ହୋଇଛି । ଦିଲ୍ଲୀରେ ATF ମୂଲ୍ୟ କିଲୋଲିଟର ପିଛା ୫,୫୨୧.୧୭ ଟଙ୍କା ବା ୨.୨ ପ୍ରତିଶତ ହ୍ରାସ ପାଇ ୧୧୫,୫୨୦.୨୭ ଟଙ୍କାରେ ପହଞ୍ଚି ଯାଇଛି । ଜୁନ ୧୬ ପରଠାରୁ ବିମାନ ଇନ୍ଧନ ମୂଲ୍ୟ ଅପରିବର୍ତ୍ତିତ ରହିଥିଲା । ସେହିପରି ଗତ ୬ ମାସ ହେଲାଣି ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.