ରାମେଶ୍ବରମ ଉପକୂଳରୁ 12 ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କଲା କୋଷ୍ଟଗାର୍ଡ

author img

By

Published : Sep 20, 2022, 7:13 PM IST

ରାମେଶ୍ବରମ ଉପକୂଳରୁ 12 ଶ୍ରୀଲଙ୍କା  ନାଗରିକଙ୍କୁ ଉଦ୍ଧାର କଲା କୋଷ୍ଟଗାର୍ଡ

ରାମେଶ୍ବରମ ଉପକୂଳରୁ 12 ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କଲା କୋଷ୍ଟଗାର୍ଡ । ରହିଛନ୍ତି ଏକାଧିକ ଶିଶୁ ଓ ମହିଳା (Coast Guard rescued 12 Sri Lankans Tamils) । ପୁଣି ଚିନ୍ତା ବଢାଇଲା ଶରଣାର୍ଥୀ ସମସ୍ୟା । ଅଧିକ ପଢନ୍ତୁ

ଚେନ୍ନାଇ: ତାମିଲନାଡୁର ରାମେଶ୍ବରମ ଉପକୂଳରୁ 12 ଜଣ ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କରିଛି ଭାରତୀୟ ତଟରକ୍ଷୀ ବାହିନୀ (Coast Guard rescued 12 Sri Lankans Tamils)। ଏମାନଙ୍କ ମଧ୍ୟରେ ଏକାଧିକ ଶିଶୁ ଓ ମହିଳା ମଧ୍ୟ ରହିଛନ୍ତି । ଏମାନେ ଗୋଟିଏ ପରିବାରର ସଦସ୍ୟ କିମ୍ବା ସମ୍ପର୍କୀୟ ହୋଇଥିବା ନେଇ ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ଏମାନେ ସମସ୍ତେ ତାମିଲ ସମ୍ପ୍ରଦାୟର ଓ ଆଡାମ ବ୍ରିଜ ନିକଟରେ ଏକ ବାଲୁକାଖଣ୍ଡରେ ଫସି ରହିଥିଲେ । ଏମାନଙ୍କୁ କୋଷ୍ଟଗାର୍ଡ ଟିମ ଉଦ୍ଧାର କରିବା ପରେ କୋଷ୍ଟାଲ ସିକ୍ୟୁରିଟି ଗୃପକୁ ହସ୍ତାନ୍ତର କରିଛି । ପରେ ସମସ୍ତ ଆବଶ୍ୟକୀୟ ପ୍ରୋଟୋକଲ ମଧ୍ୟ ଗ୍ରହଣ କରିଛି କୋଷ୍ଟଗାର୍ଡ ।

  • Rameswaram | Indian Coast Guard rescued 12 Sri Lankans Tamils who were stranded near a sand dune islet in Adam's Bridge. Coastal Security Group took the 12 rescuees to the Mandapam (MMM) Railway Station; investigation underway: Coastal Security Group CID of Tamil Nadu Police pic.twitter.com/Ty3B7yjaFv

    — ANI (@ANI) September 20, 2022 " class="align-text-top noRightClick twitterSection" data=" ">

ସମସ୍ତଙ୍କୁ ରାମେଶ୍ବରମର ମଣ୍ଡପ ରେଲଓ୍ବେ ଷ୍ଟେସନକୁ ଆଣିଛି ଉପକୂଳ ସିକ୍ୟୁରିଟି ଗୃପ (Coastal Security Group) । ସେମାନଙ୍କୁ ଆବଶ୍ୟକ ସହୟତା ଯୋଗାଇ ଦେବା ପରେ ପଚରା ଉଚରା ଜାରି ରହିଛି । ଶ୍ରୀଲଙ୍କାରେ ଜାରି ରହିଥିବା ଆର୍ଥିକ ସଙ୍କଟ ଓ ସାମାଜିକ ଅସ୍ଥିରତା ମଧ୍ୟରେ ଏମାନେ ପଳାୟନ କରିଥିବା ମଧ୍ୟ ସନ୍ଦେହ କରାଯାଉଛି । କୌଣସି ମାଛଧରା ବୋଟରେ ରାତିରେ ଏମାନେ ଶ୍ରୀଲଙ୍କା ଉପକୂଳରୁ ନିକଟବର୍ତ୍ତୀ ରାମେଶ୍ବରମ ଉପକୂଳକୁ ପଳାଇ ଆସିଛନ୍ତି । କୌଣସି ଡଙ୍ଗା କିମ୍ବା ବୋଟ କୋଷ୍ଟଗାର୍ଡ ନଜରକୁ ଆସିନାହିଁ । ଏମାନଙ୍କୁ ପ୍ରାଥମିକ ଜେରା ପରେ ଅସ୍ଥାୟୀ ଭାବେ ଥଇଥାନ କେନ୍ଦ୍ରକୁ ପଠାଯାଇପାରେ । ପରେ ଆବଶ୍ୟକ ହେଲେ ଏମାନଙ୍କୁ ଶ୍ରୀଲଙ୍କା ଫେରାଇବା ପାଇଁ ମଧ୍ୟ ଦ୍ବିପାକ୍ଷିକ ପଦକ୍ଷେପ ଗ୍ରହଣ କରାଯାଇପାରେ ।

ଏବେ ମଧ୍ୟ ଦ୍ବୀପରାଷ୍ଟ୍ର ଶ୍ରୀଲଙ୍କାରେ ସମ୍ପୂର୍ଣ୍ଣ ସ୍ଥିରତା ଫେରିନାହିଁ (Sri Lanka crisis) ଜାରି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ଯଦି ପଳାୟନ ଓ ଶରଣାର୍ଥୀ ସମସ୍ୟା ସୃଷ୍ଟି ହୁଏ ତେବେ ନିକଟତମ ପଡୋଶୀ ଭାବେ ଭାରତ ସର୍ବାଧିକ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଥିଲା । କେନ୍ଦ୍ର ସରକାର ଏପରି ସମସ୍ୟା ଏବେ ସୁଦ୍ଧା ଦେଖିବାକୁ ମିଳି ନଥିବା ବେଳେ ସ୍ଥିତି ଉପରେ କଡା ନଜର ରଖାଯାଇଥିବା କହିଥିଲେ । ତାମିଲନାଡୁ ଉପକୂଳରେ ସାମୁଦ୍ରିକ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯାଇଥିଲା । କୋଷ୍ଟଗାର୍ଡ ଓ ରାଜ୍ୟ ପୋଲିସର ମେରାଇନ ଟିମ ଅନ୍ତର୍ଜାତୀୟ ଜଳ ସୀମାରେ ସର୍ଭିଲାନ୍ସ ବଢାଇଥିଲେ । ଶ୍ରୀଲଙ୍କାରେ ଗୃହଯୁଦ୍ଧ ପରି ଗମ୍ଭୀର ସ୍ଥିତି ସତ୍ତ୍ବେ ମଧ୍ୟ ସେପରି କିଛି ବଡ ଶରଣାର୍ଥୀ ସମସ୍ୟା ଦେଖିବାକୁ ମିଳିନଥିଲା । କାଁ ଭାଁ ଗୋଟିଏ ଦୁଇଟି ମାମଲା ସାମ୍ନାକୁ ଆସିଥିଲା ବେଳେ ପୁଣି ଏକ ଶ୍ରୀଲଙ୍କା ପରିବାର ଦେଶରୁ ପଳାୟନ କରି ଭାରତ ଆସିଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.