Covid Scare: ଦେଶରେ ପୁଣି ଉପରମୁହାଁ କୋରୋନା, ୬ ରାଜ୍ୟକୁ କେନ୍ଦ୍ରର ଚିଠି

author img

By

Published : Mar 17, 2023, 7:24 AM IST

Covid 19

ଦୀର୍ଘ ୪ ମାସ ପରେ ଦେଶରେ ପୁଣି ବୃଦ୍ଧି ପାଇଲା କୋଭିଡ ସଂକ୍ରମିତଙ୍କ ସଂଖ୍ୟା । ୬ ରାଜ୍ୟକୁ ଚିଠି ଲେଖି ସତର୍କ କରାଇଲେ କେନ୍ଦ୍ର ସରକାର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ମୁଣ୍ଡ ଟେକିଛି କୋରୋନା ସଂକ୍ରମଣ । ଦେଶରେ ଦୀର୍ଘ ୪ ମାସ ପରେ କୋଭିଡ ସଂକ୍ରମଣ ମାମଲା ୭୦୦ ପାର କରିଛି । ଏହାକୁ ଦୃଷ୍ଟିରେ ରଖି ୬ ରାଜ୍ୟକୁ ଚିଠି ଲେଖି ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ଏହି ରାଜ୍ୟ ଗୁଡିକରେ କୋଭିଡ ପରୀକ୍ଷା ଏବଂ ଟ୍ରାକିଂ ଉପରେ ଗୁରୁତ୍ବ ଦେବା ପାଇଁ ଚିଠିରେ କୁହାଯାଇଛି ।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ୬ ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ, ତେଲେଙ୍ଗାନା, ତାମିଲନାଡୁ, କେରଳ ଏବଂ କର୍ଣ୍ଣାଟକରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଲେଖିଥିବା ଚିଠିରେ ୫ ସୁତ୍ରୀ ଋଣନୀତି ଯଥା ଟେଷ୍ଟ, ଟ୍ରାକ, ଟ୍ରିଟ, ଟୀକାକରଣ ଓ କୋଭିଡର ଅନୁରୂପ ବ୍ୟବହାର କଡାକଡି ଭାବେ ପାଳନ କରିବା ପାଇଁ କୁହାଯାଇଛି । କୋଭିଡ ବିରୋଧୀ ଲଢେଇରେ ଆଦୌ ଅବହେଳା ନକରି ମାଇକ୍ରୋ-କଣ୍ଟେନମେଣ୍ଟ କରି ସଂକ୍ରମଣକୁ ରୋକିବାର ଆବଶ୍ୟକତା ରହିଛି । ବିଦେଶରୁ ଆସୁଥିବା ଯାତ୍ରୀଙ୍କ ସହ ସ୍ଥାନୀୟ କ୍ଲଷ୍ଟରରେ ସଂକ୍ରମିତ ବ୍ୟକ୍ତିଙ୍କ ନମୁନା ଜେନୋମ ସିକ୍ବେନ୍ସିଂ ନିମନ୍ତେ ପଠାଇବା ପାଇଁ ଚିଠିରେ ଉଲ୍ଲେଖ ରହିଛି ।

କିଛି ସପ୍ତାହ ମଧ୍ୟରେ ବୃଦ୍ଧି ପାଇଲା ସଂକ୍ରମିତଙ୍କ ସଂଖ୍ୟା: କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଲେଖିଥିବା ଚିଠିରେ କୁହାଯାଇଛି ଯେ, ଗତ କିଛି ମାସ ହେବ ଭାରତରେ କୋଭିଡ ସଂକ୍ରମଣ ହ୍ରାସ ପାଇଥିଲା । କିନ୍ତୁ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ୍ଚ ୨-୮ ମଧ୍ୟରେ ୨୦୮୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯-୧୫ ମଧ୍ୟରେ ଏହି ସଂଖ୍ୟା ୩୨୬୪କୁ ବୃଦ୍ଧି ପାଇଛି ।

ମହାରାଷ୍ଟ୍ରରେ ବୁଧବାର ୧୭୬ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି: ଦେଶର ୬ଟି ରାଜ୍ୟରେ ସଂକ୍ରମଣ ମାମଲା ବୃଦ୍ଧି ପାଉଥିଲେ ହେଁ ମହାରାଷ୍ଟ୍ରରେ ପଜିଟିଭ ସଂଖ୍ୟା ଅଧିକ ରହୁଛି । ଗତ ବୁଧବାର ଦିନ ହିଁ ମହାରାଷ୍ଟ୍ରରରେ ୧୭୬ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ମଙ୍ଗଳବାର ଦିନ ୧୫୫ଜଣ କୋଭିଡ ପଜିଟିଭ ହୋଇଥିଲେ । କିନ୍ତୁ ସଂକ୍ରମଣରେ ମୃତ୍ୟୁ ନୋଇ କୌଣସି ମାମଲା ସାମ୍ନାକୁ ଆସିନାହିଁ । ଏହାସହ ରାଜ୍ୟରେ ମୋଟ କୋଭିଡ ପଜିଟିଭ ମାମଲା 81,38,829କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ପଜିଟିଭ ହାର ୧.୯୨ ପ୍ରତିଶତ ରହିଛି ।

H3N2 ଭୂତାଣୁ ନୂଆ ସମସ୍ୟା ସୃଷ୍ଟି କରିଛି: ପ୍ରକାଶଥାଉକି, କୋଭିଡ ସହ ଦେଶରେ H3N2ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଲୋକଙ୍କ ଚିନ୍ତା ବଢିଛି । ଗୋଟିଏ ପଟେ କୋରୋନା ଏବଂ ଅନ୍ୟ ପଟେ H3N2ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେତୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଇନଫ୍ଲୁଏଞ୍ଜା ଲକ୍ଷଣ ଅନ୍ୟ ସାଧାରଣ ଲକ୍ଷଣ କାଶ, ବାନ୍ତି, ଗଳା ଯନ୍ତ୍ରଣା, ଜ୍ୱର, ଶରୀରରେ ଯନ୍ତ୍ରଣା ଏବଂ ଝାଡ଼ା ଭଳି ରହିଛି । ଏହା ଜଣକ ଠାରୁ ଅନ୍ୟଜଣକୁ ବ୍ୟାପୁଛି । କେତେକ କ୍ଷେତ୍ରରେ ନାକ ସଂକ୍ରମଣ, ମୁଣ୍ଡବିନ୍ଧା ଏବଂ ଥକାପଣ ଦେଖାଯାଏ । ଶ୍ବାସକ୍ରିୟାରେ ଅସୁବିଧା ଦେଖାଯାଉଥିବା ବେଳେ 3 ସପ୍ତାହ ପର୍ଯ୍ୟନ୍ତ କାଶ ଲାଗିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.