Central Govt DA Hike: କେନ୍ଦ୍ର କର୍ମଚାରୀଙ୍କୁ ଦଶହରା ବୋନସ୍‌, ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି

author img

By

Published : Sep 28, 2022, 4:58 PM IST

central government hiked DA of govt employees before Dussehra

ଦଶହରା ପୂର୍ବରୁ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର(DA hike central government employees ) । ଏଣିକି ମହଙ୍ଗା ଭତ୍ତା ବୃଦ୍ଧି ପାଇ ସେମାନଙ୍କୁ ୩୮ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରାଯିବ । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କୁ ଦଶହରା ବୋନସ୍‌ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଦଶହରା ପୂର୍ବରୁ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏହାଦ୍ବାରା ୫୦ ଲକ୍ଷରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଉପକୃତ ହେବେ(DA hike central government employees)। ଏହି କ୍ରମରେ ୬୨ ଲକ୍ଷରୁ ଅଧିକ ପେନସନଭୋଗୀ ମଧ୍ୟ ଏହାର ଲାଭ ପାଇବେ ।

ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ୩୪ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରାଯାଉଥିଲା । ଏଣିକି ମହଙ୍ଗା ଭତ୍ତା ବୃଦ୍ଧି ପାଇ ସେମାନଙ୍କୁ ୩୮ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରାଯିବ । ମହଙ୍ଗା ଭତ୍ତା ମୂଳ ଦରମାର ଏକ ଅଂଶ । ମୂଳ ଦରମାର ସ୍ବତନ୍ତ୍ର କେତେ ପ୍ରତିଶତକୁ ହିସାବକୁ ନେଇ ମହଙ୍ଗା ଭତ୍ତା ପ୍ରଦାନ କରାଯାଇଥାଏ । ବର୍ତ୍ତମାନ ମୁଦ୍ରାସ୍ପୀତ୍ତି ହାର ଲଗାତାର ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ମହଙ୍ଗା ଭତ୍ତା ବୃଦ୍ଧି ସରକାରୀ କର୍ମଚାରୀଙ୍କୁ ସାମାନ୍ୟ ଆଶ୍ବସ୍ତି ଦେବ ।

ମହଙ୍ଗା ଭତ୍ତା ବୃଦ୍ଧି ପାଇଁ କେନ୍ଦ୍ର ଅର୍ଥନୈତିକ କ୍ୟାବିନେଟ୍‌ କମିଟିର ଆଜି ଏକ ବୈଠକ ହୋଇଥିଲା । ଏହି ବୈଠକରେ ମହଙ୍ଗା ଭତ୍ତା ବୃଦ୍ଧି ପ୍ରସ୍ତାବକୁ ଅନୁମୋଦିତ ହୋଇଛି । ୨୦୨୨ ଜୁଲାଇ ୧ ତାରିଖରୁ ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବରେ ଲାଗୁ ହେବ । ମହଙ୍ଗା ଭତ୍ତା ବୃଦ୍ଧି ପରେ ସରକାରୀ କର୍ମଚାରୀଙ୍କ ପାଇଁ ବାର୍ଷିକ ୬୫୯୧.୩୬ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ତେବେ ୨୦୨୨-୨୩ ବିତ୍ତୀୟ ବର୍ଷ ପାଇଁ କେନ୍ଦ୍ର ସରକାର ୪୩୯୪.୨୪ କୋଟି ଟଙ୍କା ଖର୍ଚ୍ଚ କରିବେ ।

ସେହିଭଳି ପେନସନଭୋଗୀଙ୍କ ପାଇଁ ବାର୍ଷିକ ୬୨୬୧.୨୦ କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ୨୦୨୨-୨୩ ବିତ୍ତୀୟ ବର୍ଷ ପାଇଁ କେନ୍ଦ୍ର ସରକାର ୪୧୭୪.୧୨ କୋଟି ଟଙ୍କା ଖର୍ଚ୍ଚ କରିବେ । ଉଭୟ ପେନସନଭୋଗୀ ଓ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା ବାବଦକୁ ୧୨୮୫୨.୫୬ କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ତେବେ ୨୦୨୨-୨୩ ବିତ୍ତୀୟ ବର୍ଷ ପାଇଁ କେନ୍ଦ୍ର ସରକାର ମୋଟ ୮୫୬୮.୩୬ କୋଟି ଟଙ୍କା ଖର୍ଚ୍ଚ କରିବେ ।

ପ୍ରତବର୍ଷ ସରକାରୀ କର୍ମଚାରୀଙ୍କ ଦରମାରେ ଦୁଇଥର ମହଙ୍ଗା ବୃଦ୍ଧି କରାଯାଇଥାଏ । ପ୍ରଥମଥର ଜାନୁଆରୀ ମାସରେ ମହଙ୍ଗା ଭତ୍ତା ପ୍ରଦାନ କରାଯାଇଥାଏ । ଏହାପରେ ଦ୍ବିତୀୟ ଥର ପାଇଁ ସେପ୍ଟେମ୍ବର ମାସରେ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥାଏ । ଏଣୁ ଚଳିତ ବର୍ଷ ସରକାରୀ କର୍ମଚାରୀଙ୍କ ଦ୍ବିତୀୟ ଥର ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.