ଉତ୍ତରଖଣ୍ଡ କ୍ୟାବିନେଟ୍ ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

author img

By

Published : Jan 15, 2022, 8:29 AM IST

ଉତ୍ତରଖଣ୍ଡ କ୍ୟାବିନେଟ୍ ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ଉତ୍ତରଖଣ୍ଡ କ୍ୟାବିନେଟ୍ ମନ୍ତ୍ରୀ ଧନ ସିଂହ ରାୱତଙ୍କ ସମେତ 13 ଜଣଙ୍କ ନାଁରେ ମାମଲା ରୁଜୁ ।

ଡେରାଡୁନ: ଉତ୍ତରଖଣ୍ଡ କ୍ୟାବିନେଟ୍ ମନ୍ତ୍ରୀ ଧନ ସିଂହ ରାୱତଙ୍କ ବିରୋଧରେ ମାମଲା ରୁଜୁ(case registered against uttarakhand cabinet minister dhan singh rawat) । ଧାରା 144 ଉଲ୍ଲଙ୍ଘନ କରିବା ଅଭିଯୋଗରେ ରାୱତ ଏବଂ ବିଜେପିର ଚମୋଲି ଜିଲ୍ଲା ଅଧ୍ୟକ୍ଷ ରଘୁବୀର ବିଷ୍ଟ(raghuveer bist)ଙ୍କ ସମେତ 13 ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ନିର୍ବାଚନ ଆୟୋଗ ଦ୍ବାରା ଗଠିତ ଫ୍ଲାଇଂ ସ୍କ୍ବାର୍ଡର ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଗୁରୁବାର ଦିନ ଚମୋଲି ଅନ୍ତର୍ଗତ ଗୋପେଶ୍ବର ଠାରେ ବିଜେପି କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ କୌଣସି ଅନୁମତି ନିଆଯାଇନଥିଲା । ବୈଠକରେ ଧାରା 188 ଉଲ୍ଲଙ୍ଘନ କରାଯାଇଥିବା ଫ୍ଲାଇଂ ସ୍କ୍ବାର୍ଡ ଟିମ୍‌ର ଗୋପେଶ୍ବର ଇନ ଚାର୍ଜ କମଲ ଭାରତୀ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଆଧାରରେ କ୍ୟାବିନେଟ୍ ମନ୍ତ୍ରୀ ଧନ ସିଂହ ରାୱତଙ୍କ ସମେତ 12 ଜଣ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଆଗାମୀ ବିଧାନସଭା ନିର୍ବାଚନ ପାଇଁ ନେଇ ଘୋଷଣା ପତ୍ର ଏବଂ ଭିଜନ ଡକ୍ୟୁମେଣ୍ଟ ସମ୍ବନ୍ଧରେ ଜନତାଙ୍କ ଠାରୁ ଚିଠି ବକ୍ସ ଯୋଗେ ପରାମର୍ଶ ନିଆଯିବାକୁ ବିଜେପି ପକ୍ଷରୁ ଏହି ବୈଠକ ଆୟୋଜିତ କରାଯାଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.