Budget Session 2023: ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କଲେ ସୀତାରମଣ, 6.5% GDP ଆକଳନ

author img

By

Published : Jan 31, 2023, 4:53 PM IST

ଲୋକସଭାରେ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କଲେ ସୀତାରମଣ

ଲୋକସଭାରେ ପ୍ରାକ ବଜେଟ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କଲେ ସୀତାରମଣ । ଆର୍ଥିକବର୍ଷ (2023-24)ରେ ଜିଡିପି 6.5 ପ୍ରତିଶତ ରହିବା ରିପୋର୍ଟରେ ଆକଳନ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜି ଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମିଳିତ ସଦନକୁ ସମ୍ବୋଧନ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିମ୍ନସଦନ ଲୋକସଭାରେ ପ୍ରାକ ବଜେଟ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି । ପୂର୍ବାହ୍ନ ପ୍ରାୟ 12.50 ରେ ଏହି ଇକୋନୋମିକ ସର୍ଭେ ରିପୋର୍ଟକୁ ଗୃହରେ ଅର୍ଥମନ୍ତ୍ରୀଙ୍କ ଦ୍ବାରା ଉପସ୍ଥାପନ କରାଯାଇଥିଲା । ଏହା ପରେ ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ସହ ଆଜିର କାର୍ଯ୍ୟଦିବସକୁ ମୁଲତବୀ ଘୋଷଣା କରାଯାଇଛି ।

ପ୍ରାକ ବଜେଟ ଆର୍ଥିକ ରିପୋର୍ଟ ଭାବେ ଗୃହରେ ଉପସ୍ଥାପିତ ହୋଇଥିବା ଏହି ଏକୋନୋମିକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ, ଭାରତ ବିଶ୍ବର ଦୃତଗତିରେ ଆଗକୁ ବଢୁଥିବା ଅର୍ଥବ୍ୟବସ୍ଥା ମଧ୍ୟରୁ ଅନ୍ୟତମ । ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର 7 ପ୍ରତିଶତ ଥିବା ବେଳେ ଆଗାମୀ (2023-24) ରେ ଏହା 6.5 ପ୍ରତିଶତ ବୃଦ୍ଧି ପାଇବ । ସେହିପରି 2021-22 ଆର୍ଥିକ ବର୍ଷରେ ଏହି ହାର 11 ପ୍ରତିଶତ ରହିଥିଲା ।

ସେହିପରି ଭାରତୀୟ ଅର୍ଥବ୍ୟବସ୍ଥା ପିପିପି (purchasing power parity) ଏକୋନୋମିକ୍ସରେ ବିଶ୍ବରେ 3ୟ ସର୍ବବୃହତ ଓ ବିନିମୟ ହାରରେ (exchange rate)ରେ ବିଶ୍ବର 5 ବୃହତ୍ତମ ଅର୍ଥବ୍ୟବସ୍ଥା ବୋଲି ରିପୋର୍ଟରେ ଦର୍ଶାଯାଇଛି । ସେହିପରି ଦେଶର ପ୍ରକୃତ ଜିଡିପି ଅଭିବୃଦ୍ଧି ପ୍ରାୟ 6- 6.8 ପ୍ରତିଶତ ହୋଇପାରେ ବୋଲି ଆକଳନ ପ୍ରକାଶ ପାଇଛି । ଅବଶ୍ୟ ଏହି ହାରରେ ଅର୍ଥନୈତିକ ଏବଂ ରାଜନୈତିକ ପ୍ରଭାବରେ ପ୍ରଭାବିତ ହେବା ନେଇ ରିପୋର୍ଟରେ ଆକଳନ ପ୍ରକାଶ ପାଇଛି । ସେହିପରି ଚଳିତ ଆର୍ଥିକବର୍ଷରେ ମୁଦ୍ରାସ୍ଫିତି ହାର ମଧ୍ୟ 6.8 ପ୍ରତିଶତ ରହିବା ନେଇ ରିପୋର୍ଟରେ ଆକଳନ କରାଯାଇଛି ।

ସେହିପରି କରେଣ୍ଟ ଆକାଉଣ୍ଟ ଡେଫସିଟ୍‌ ହାର ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ସର୍ବଶେଷ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ତ୍ରୈମାସରେ କରେଣ୍ଟ ଆକାଉଣ୍ଟ ଡେଫସିଟ୍‌ ଜିଡିପିର 4.4 ପ୍ରତିଶତକୁ ବୃଦ୍ଧି ପାଇପାରେ, ଯାହା ଏପ୍ରିଲ-ଜୁନ୍ ତ୍ରୈମାସିକରେ ମୋଟ ଜିଡିପିର ମାତ୍ର 2.2 ପ୍ରତିଶତ ଥିଲା । ଏହି କାରଣରୁ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ମଧ୍ୟ ପ୍ରଭାବ ପଡିବା ନେଇ ରିପୋର୍ଟ କହୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.