ଗୁଜୁରାଟ ଉପକୂଳରୁ 3 ପାକିସ୍ତାନୀ ବୋଟ ଜବତ କଲା BSF

author img

By

Published : Jun 23, 2022, 8:44 PM IST

ଗୁଜୁରାଟ ଉପକୂଳରୁ 3 ପାକିସ୍ତାନୀ ବୋଟ ଜବତ କଲା BSF

ଗୁଜୁରାଟ ଉପକୂଳରୁ ଜବତ ହେଲା 3 ପାକିସ୍ତାନୀ ବୋଟ । ଖସିଗଲେ ପାକିସ୍ତାନୀ ମତ୍ସ୍ୟଜୀବୀ । ପାଟ୍ରୋଲିଂ କଡାକଡି କଲା BSF । ନିକଟ ଅତୀତରେ ବିପୁଳ ନିଶାଦ୍ରବ୍ୟ ସହ ଗିରଫ ହୋଇଥିଲେ 9 ପାକିସ୍ତାନୀ ନାଗରିକ । ଅଧିକ ପଢନ୍ତୁ

ଅହମ୍ମଦାବାଦ: ପୁଣି ଭାରତୀୟ ଜଳସୀମାରେ ପାକିସ୍ତାନୀ ମାଛଧରା ବୋଟ । ଆଜି ଗୁଜୁରାଟର ହାରାମୀ ନଳା ଅଞ୍ଚଳରୁ 3 ପାକିସ୍ତାନୀ ମାଛଧାର ବୋଟକୁ ଜବତ କରିଛି ସୀମା ସୁରକ୍ଷା ବଳ । ଆଜି ପାଟ୍ରୋଲିଂ ସମୟରେ ବିଏସଏଫକୁ ଏହି ସଫଳତା ମିଳିଛି । ସେଥିରେ ଥିବା ପାକିସ୍ତାନୀ ମତ୍ସ୍ଯଜୀବୀ କିନ୍ତୁ ପାଟ୍ରୋଲିଂ ଟିମକୁ ଚମକା ଦେଇ ପାକିସ୍ତାନ ସୀମାକୁ ଖସି ଯିବାରେ ସଫଳ ହୋଇଛନ୍ତି ।

  • BSF seized three Pakistani fishing boats from Harami Nala area, today. On seeing the BSF patrol party approaching them, Pakistani fishermen left the boats and escaped. An intensive search of the area is going on: BSF Gujarat Frontier PRO pic.twitter.com/Xz9GQcnydo

    — ANI (@ANI) June 23, 2022 " class="align-text-top noRightClick twitterSection" data=" ">

ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ କଡାକଡି କରିଛି । ଉକ୍ତ ବୋଟକୁ ଯାଞ୍ଚ ମଧ୍ୟ ଜାରି ରହିଛି । ଜାଲ ସମେତ କିଛି ମାଛଧରା ସାମଗ୍ରୀ ସେଠାରୁ ଜବତ କରିଛି ସୁରକ୍ଷା ବଳ । ତେବେ ଭାରତୀୟ ଜଳ ସୀମାରେ ପଶି ମାଛ ଧରିବା ବେଳେ ପାକିସ୍ତାନୀ ମତ୍ସ୍ୟଜୀବୀ ଗିରଫ ହେବା ଘଟଣା ପ୍ରଥମ ନୁହେଁ । ଏହା ପୂର୍ବରୁ ନିକଟରେ ଏକ ପାକିସ୍ତାନୀ ବୋଟ ସହ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରିଥିଲା ବିଏସଏଫ । ଏହି ଘଟଣାରେ 9 ପାକିସ୍ତାନୀ ନାଗରିକଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏହି ନିଶା କାରବାର ରାକେଟ ପାକିସ୍ତାନର କରାଚୀରୁ କରାଯାଇଥିବା ସନ୍ଦେହ କରିଥିଲା ପୋଲିସ । ତେବେ କଡା ପାଟ୍ରୋଲିଂ ସତ୍ତ୍ବେ ମଧ୍ୟ ବାରମ୍ବାର ଏପରି ଅନୁପ୍ରବେଶ ଭାରତୀୟ ତଟ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.