BJP ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ କୋରୋନା

author img

By

Published : Jan 10, 2022, 9:59 PM IST

ବିଜେପି ମୁଖ୍ୟ ନଡ୍ଡା ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ କୋଭିଡ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କୋଭିଡ ସଂକ୍ରମିତ । ଉଭୟ ସଂକ୍ରମିତ ହୋଇଥିବା ସହ ଗୃହ ସଙ୍ଗରୋଧରେ ଥିବା ଟ୍ବିଟ କରି ଦେଲେ ସୂଚନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ/ବେଙ୍ଗାଲୁରୁ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ଉଭୟ ନେତା ଆକ୍ରାନ୍ତ ବୋଲି ଜଣାପଡିବା ପରେ ନିଜକୁ ସଙ୍ଗରୋଧରେ ରଖିଥିବା ଟ୍ବିଟରରେ ସୂଚନା ଦେଇଛନ୍ତି ।

  • शुरुआती लक्षण दिखने पर मैंने अपना कोविड टेस्ट करवाया।मेरी रिपोर्ट पॉज़िटिव आई है।अभी मैं स्वस्थ महसूस कर रहा हूँ। डॉक्टर्स की सलाह पर मैंने खुद को आइसोलेट कर लिया है।

    पिछले कुछ दिनों में जो लोग भी मेरे संपर्क में आए हैं, उनसे अनुरोध है कि अपनी जाँच करवा लें।

    — Jagat Prakash Nadda (@JPNadda) January 10, 2022 " class="align-text-top noRightClick twitterSection" data=" ">

ବିଜେପି ମୁଖ୍ୟ ନଡ୍ଡା କହିଛନ୍ତି, ତାଙ୍କ ଠାରେ ସାମାନ୍ୟ ଲକ୍ଷମ ପ୍ରକାଶ ପାଇବା ପରେ ସେ କୋଭିଡ ପରୀକ୍ଷା କରାଇଥିଲେ । ତେବେ ସେ ସଂକ୍ରମିତ ହୋଇଥିବା ରିପୋର୍ଟରୁ ସ୍ପଷ୍ଟ ହେବା ପରେ ସେ ଡାକ୍ତରଙ୍କ ପରାମର୍ଶରେ ନିଜକୁ ସଙ୍ଗରୋଧ ରଖିଛନ୍ତି ।

  • I have tested positive for COVID -19 today with mild symptoms. My health is fine, I am under home quarantine. I request everyone who have recently come in my contact to isolate themselves and get tested.

    — Basavaraj S Bommai (@BSBommai) January 10, 2022 " class="align-text-top noRightClick twitterSection" data=" ">


ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ମଧ୍ୟ ନିଜ କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ ସଙ୍ଗରୋଧରେ ଥିବା ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ତେବେ ବୋମାଇ ପୂର୍ବରୁ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି । ଏହା ତାଙ୍କ ଠାରେ ଦ୍ବିତୀୟ ସଂକ୍ରମଣ । ଆଜି ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ମଧ୍ୟ କୋଭିଡ ସଂକ୍ରମିତ ହୋଇଥିବା ଟେଷ୍ଟିଂରୁ ଜଣାପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.