ଭାରତ ତୋଡ ଯାତ୍ରୀଙ୍କୁ ଥରାଇ ଦେଇଛି ଭାରତ ଯୋଡ଼ ଯାତ୍ରା: କଂଗ୍ରେସ

author img

By

Published : Sep 20, 2022, 1:58 PM IST

congress tagets ruling party

ଭାରତ ତୋଡା ଯାତ୍ରୀଙ୍କୁ ଛାନିଆ କରିଛି ଆମ ଏହି ଭାରତ ଯୋଡ ଯାତ୍ରା କହି ଶାସକ ଦଳ ଉପରେ ବର୍ଷିଛି କଂଗ୍ରେସ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସତ୍ତା ଫେରି ପାଇବା ପାଇଁ ଅଣ୍ଟା ଭିଡିଛି କଂଗ୍ରେସ । ସେପ୍ଟେମ୍ବର 7ରୁ ଭାରତ ଯୋଡ ଯାତ୍ରା ଆରମ୍ଭ କରିଛି ଦଳ । ଏହାରି ଭିତରେ ଦଳକୁ ସମାଲୋଚନା ଓ କଟାକ୍ଷର ଶିକାର ହେବାକୁ ପଡିଛି । ସୋମବାର ବିଜେପିର ଫଟୋସୁଟ୍‌କୁ ନେଇ କଂଗ୍ରେସ କହିଛି ଶାସକ ଦଳ 8 ବର୍ଷ ହେବ ଭାରତ ତୋଡା ଯାତ୍ରା କରୁଥିଲା । ବର୍ତ୍ତମାନ ଆମ 10 ଦିନିଆ ଭାରତ ଯୋଡ ଯାତ୍ରା ଦେଖି ଛାନିଆ ହୋଇଛନ୍ତି । ଆମ ଏ ଯାତ୍ରା ଶାସକ ଦଳକୁ ଥରାଇ ଦେଇଛି । ଭାରତ ତୋଡା ଯାତ୍ରୀଙ୍କୁ ଛାନିଆ କରିଛି ଆମ ଏହି ଯାତ୍ରା କହି ଶାସକ ଦଳ ଉପରେ ବର୍ଷିଛି କଂଗ୍ରେସ ।

8 ବର୍ଷ ହେବ ବିଜେପି ଭାରତ ତୋଡୋ ଯାତ୍ରା କରୁଛି । ଆଜି ଆମର ଏହି 10 ଦିନିଆ ଭାରତ ଯୋଡ ଯାତ୍ରାକୁ ଦେଖି ସେ ଛାନିଆ ହୋଇଯାଇଥିବା କହିଛନ୍ତି କଂଗ୍ରେସ ମୁଖପାତ୍ର ଗୌରଭ ଭଲ୍ଲା । ଭାରତ ଯୋଡ ଯାତ୍ରାର ସଫଳତା ହେଉଛି କଂଗ୍ରେସ ଏବଂ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବା ପାଇଁ ବିଜେପିର ମିଥ୍ୟା କାରଖାନା କାହିଁକି ଓଭର ଟାଇମ କାମ କରୁଛି ।''

ରାହୁଲ ଗାନ୍ଧୀଙ୍କୁ ଅସମ୍ମାନ କରିବା ପାଇଁ ଗତ 10 ଦିନ ମଧ୍ୟରେ ବିଜେପି ନେତାଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ମିଥ୍ୟା ଅଭିଯୋଗକୁ ନେଇ କଂଗ୍ରେସ ମୁଖପାତ୍ର କହିଛନ୍ତି, "ବିଜେପି ତାମିଲନାଡୁ ଆଇଟି ସେଲ ଦାୟିତ୍ୱରେ ଥିବା ସି.ଟି.ଆର ନିର୍ମଲ କୁମାର ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିରେ ସେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଝିଅଙ୍କ ଉପରେ ଟ୍ୱିଟ କରିଥିଲେ । ଟ୍ୱିଟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ନିର୍ମଳ କୁମାର ଏହି ପୋଷ୍ଟକୁ ଡିଲିଟ କରିଥିଲେ ।"

ଏହା ଏକ ଲଜ୍ଜାଜନକ ମନ୍ତବ୍ୟ ଥିଲା ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର । ଏହା ବିଜେପି ନେତାଙ୍କ ମାନସିକତାକୁ ପ୍ରତିଫଳିତ କରୁଛି । ତାଙ୍କ ଦଳର ନେତା ତଥା ନିର୍ମଳ କୁମାରଙ୍କୁ ବରଖାସ୍ତ କରିବା ସହ ମନ୍ତବ୍ୟ ପାଇଁ ପ୍ରଧାନମନ୍ତ୍ରୀ କ୍ଷମା ମାଗିବା ଆବଶ୍ୟକ ବୋଲି କହିଥିଲେ କଂଗ୍ରେସ ମୁଖପାତ୍ର ଗୌରଭ ଭଲ୍ଲା ।
ଏହା ବି ପଢନ୍ତୁ...ପୁଣେରେ ବୁଲୁଛି ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଡୁପ୍ଲିକେଟ୍‌, ଥାନାରେ ମାମଲା ରୁଜୁ

ପ୍ରକାଶ ଥାଉ କି, ସେପ୍ଟେମ୍ବର 7ରୁ କନ୍ୟାକୁମାରୀରୁ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଛି କଂଗ୍ରେସ । ଆଜିଯାଏ ଯାତ୍ରାକୁ 13 ଦିନ ପୂରଣ ହୋଇଛି । 50 ଦିନ ମଧ୍ୟରେ 3,570 କି.ମି ପରିକ୍ରମା କରିବ ଦଳ । 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ବହୁ ପ୍ରତୀକ୍ଷିତ 150 ଦିନିଆ ‘ଭାରତ ଯୋଡ଼ ଯାତ୍ରା’ ଆରମ୍ଭ କରିଛି । ଏଥିରେ ଦଳ 10 ରାଜ୍ୟ ଓ 2 କେନ୍ଦ୍ର ଶାସିତ ଅଞ୍ଚଳ ପରିକ୍ରମା କରିବ । ଆସନ୍ତା ବର୍ଷ ଫେବୃଆରୀ ପହିଲା ସୁଦ୍ଧା ଯାତ୍ରା ଶେଷ କରିବାକୁ ଲକ୍ଷ୍ୟ ରଖିଛି ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.