Bank Holidays: ସାରି ଦିଅନ୍ତୁ ବ୍ୟାଙ୍କ କାମ, ଅକ୍ଟୋବରରେ 21ଦିନ ରହିବ ବନ୍ଦ

author img

By

Published : Sep 26, 2022, 11:47 AM IST

Bank Holidays: ଅକ୍ଟୋବରରେ ୨୧ଦିନ ବନ୍ଦ ରହିବ ବ୍ୟାଙ୍କ

ଅକ୍ଟୋବର ମାସରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ(Bank holiday in october 2022) । ନିଜର ବ୍ୟାଙ୍କ ଶାଖା ଯିବା ପୂର୍ବରୁ ଜାଣିରଖନ୍ତୁ ଏହି ଛୁଟି ଦିନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସ ସରିବା ପାଇଁ ଆଉ ୪ଦିନ ବାକି ରହିଥିବା ବେଳେ ଅକ୍ଟୋବର ମାସରେ ମଧ୍ୟ ଅନେକ ଦିନ ଛୁଟି ରହିବ ବ୍ୟାଙ୍କ((bank holiday in october 2022) । ଆସନ୍ତା ମାସରେ ମୋଟ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ । ଅକ୍ଟୋବର ମାସରେ ନବରାତ୍ରୀ(Navratri) ଠାରୁ ଆରମ୍ଭ କରି ଦଶହରା(Dussehra), ଦିପାବଳୀ(Deepawali) ଭଳି ଅନେକ ପର୍ବ ରହିଛି । ତେଣୁ ଅକ୍ଟୋବର ନିଜର ବ୍ୟାଙ୍କ ଶାଖା ଯିବା ପୂର୍ବରୁ ଏହି ଛୁଟି ଦିନ ଗୁଡିକ ଜାଣିରଖିବା ଉଚିତ୍ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ( Reserve Bank of India) ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ତେଣୁ ଆଗାମୀ ମାସରେ ନିଜର ବ୍ୟାଙ୍କ ଶାଖା ଯିବା ପୂର୍ବରୁ ଏହି ଛୁଟି ଦିନଗୁଡିକ ଜାଣିରଖିବା ଉଚିତ୍ ।

ରିଜର୍ଭ ବ୍ୟାଙ୍କ(RBI) ଗାଇଡଲାଇନ ଅନୁଯାୟୀ, ଅକ୍ଟୋବର ମାସର ପ୍ରଥମ ଭାଗରେ ହିଁ ୯ ଦିନ ଛୁଟି ରହିବ ବ୍ୟାଙ୍କ(Bank Holiday) । ଏହାସହ ମୋଟ ମାସରେ ୨୧ ଦିନ ଛୁଟି ରହିବ । ଏହି ଛୁଟି ରାଜ୍ୟ ଏବଂ ସେଠାକାର ପର୍ବପର୍ବାଣୀ ହିସାବରେ ଭିନ୍ନ ଭିନ୍ନ ହୋଇପାରେ । ବ୍ୟାଙ୍କର ଛୁଟି ତାଲିକା ଆରବିଆଇ ତରଫରୁ ଜାରି କରାଯାଇଥାଏ । ଏହି ତାଲିକା ଦେଶବ୍ୟାପୀ ପାଳନ ହେଉଥିବା ପର୍ବପର୍ବାଣୀ ଏବଂ ରାଜ୍ୟ ହିସାବରେ ହୋଇଥାଏ ।

ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସରେ ଅନେକ ପର୍ବ ପର୍ବାଣୀ ପଡିଥାଏ । ଏହାସହ ବ୍ୟାଙ୍କ ମଧ୍ୟ ଅଧିକ ଦିନ ଛୁଟି ରହିବ । ଆଗାମୀ ମାସରେ ଦୁର୍ଗା ପୂଜା(Durga Puja), ଦଶହରା(Dussehra), ଦୀପାବଳୀ(Diwali), ଇଦ୍(Eid) ସମେତ ଅନେକ ପର୍ବପର୍ବାଣୀରେ ବ୍ୟାଙ୍କଗୁଡିକ ବନ୍ଦ ରହିବ । ତେଣୁ ଅକ୍ଟୋବରରେ ନିଜର ବ୍ୟାଙ୍କ ଶାଖା ଯିବା ପୂର୍ବରୁ ଏହି ଛୁଟି ଦିନ ଗୁଡିକ ଜାଣିରଖିବା ଉଚିତ୍ ।

ଏହା ବ୍ୟତୀତ ବ୍ୟାଙ୍କ ଗୁଡିକର ଅନଲାଇନ୍ ସେବା(Online Banking) ଦିନସାରା କାର୍ଯ୍ୟକ୍ଷମ ହେବ । ଛୁଟିଦିନରେ ମଧ୍ୟ ଆପଣ ଏହାର ଫାଇଦା ଉଠାଇ ପାରିବେ । ବିଭିନ୍ନ ରାଜ୍ୟର ପର୍ବପର୍ବାଣୀକୁ ଉପରେ ବ୍ୟାଙ୍କ ଛୁଟି ମଧ୍ୟ ନିର୍ଭର କରେ । ତେବେ ବ୍ୟାଙ୍କ ବନ୍ଦ ରହିବା ସମୟରେ ଆପଣ ଅନଲାଇନ ମୋଡରେ କାମ କରିପାରିବେ ।

ଅକ୍ଟୋବର ମାସରେ ବ୍ୟାଙ୍କ ଛୁଟିର ତାଲିକା (Bank Holiday List):

ତାରିଖ କାହିଁକି ବନ୍ଦ ରହିବ ବ୍ୟାଙ୍କ କେଉଁ ସ୍ଥାନରେ ବନ୍ଦ ରହିବ ବ୍ୟାଙ୍କ
୧ ଅକ୍ଟୋବର ବ୍ୟାଙ୍କର ଅର୍ଦ୍ଧବାର୍ଷିକ କ୍ଲୋଜିଙ୍ଗ୍‌ ସିକିମ
୨ ଅକ୍ଟୋବରରବିବାର ଏବଂ ଗାନ୍ଧୀ ଜୟନ୍ତୀ ସମଗ୍ର ଦେଶରେ ଛୁଟି
୩ ଅକ୍ଟୋବରମହାଷ୍ଟମୀ (ଦୁର୍ଗା ପୂଜା) ସିକିମ, ତ୍ରୀପୁରା, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ମେଘାଳୟ, କେରଳ, ବିହାର ଏବଂ ମଣିପୁର
୪ ଅକ୍ଟୋବର ଦୁର୍ଗାପୂଜା/ଦଶହରାକର୍ଣ୍ଣାଟକ, ଓଡିଶା, ସିକିମ, କରଳ, ବଙ୍ଗ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ବିହାର, ଝା଼ଡଖଣ୍ଡ, ମେଘାଳୟ
୫ ଅକ୍ଟୋବର

ଦୁର୍ଗାପୂଜା/ଦଶହରା

(ବିଜୟ ଦଶମୀ)

ମଣିପୁର ବ୍ୟତିତ ସମଗ୍ର ଦେଶରେ ଛୁଟି
୬ଅକ୍ଟୋବର ଦୁର୍ଗା ପୂଜା (ଦସାଇ) ଗ୍ୟାଙ୍ଗ୍‌ଟକ
୮ଅକ୍ଟୋବର ଦ୍ବିତୀୟ ଶନିବାର ସମଗ୍ର ଦେଶରେ ଛୁଟି
୯ଅକ୍ଟୋବର ରବିବାର ସମଗ୍ର ଦେଶରେ ଛୁଟି
୧୩ଅକ୍ଟୋବର କରଓ୍ଵା ଚୌଥ୍‌ ସିମଲା
୧୪ଅକ୍ଟୋବର ଇଦ୍-ଏ-ମିଲାଦ-ଉଲ-ନବି ଜମ୍ମୁ, ଶ୍ରୀନଗର
୧୬ଅକ୍ଟୋବର ରବିବାର ସମଗ୍ର ଦେଶରେ ଛୁଟି
୧୮ଅକ୍ଟୋବର କଟି ବିହୁ ଆସାମ
୨୨ଅକ୍ଟୋବର ଚତୁର୍ଥ ଶନିବାର ସମଗ୍ର ଦେଶରେ ଛୁଟି
୨୩ଅକ୍ଟୋବର ରବିବାର ସମଗ୍ର ଦେଶରେ ଛୁଟି
୨୪ଅକ୍ଟୋବର କାଳୀ ପୂଜା, ଦୀପାବଳି, ନରକ ଚତୁର୍ଦ୍ଦଶୀ

ଗ୍ୟାଙ୍ଗ୍‌ଟକ, ହାଇଦ୍ରାବାଦ ଏବଂ ଇମ୍ଫାଲକୁ ଛାଡ଼ି

ପୂରା ଦେଶରେ ଛୁଟି

୨୫ଅକ୍ଟୋବରଲକ୍ଷ୍ମୀ ପୂଜା, ଦୀପାବଳି, ଗୋବର୍ଦ୍ଧନ ପୂଜା ଗ୍ୟାଙ୍ଗ୍‌ଟକ, ହାଇଦ୍ରାବାଦ, ଇମ୍ଫାଲ ଏବଂ ଜୟପୁର
୨୬ ଅକ୍ଟୋବରଗୋବର୍ଦ୍ଧନ ପୂଜା, ବିକ୍ରମ ସମ୍ୱତ ନବବର୍ଷ ଦିବସ ଅହମ୍ମଦାବାଦ, ବେଲାପୁର, ବାଙ୍ଗାଲୁର, ଡେରାଡୁନ, ଗ୍ୟଙ୍ଗଟକ,ଜମ୍ମୁ, କାନପୁର, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ସିମଲା, ଶ୍ରୀନଗର
୨୭ ଅକ୍ଟୋବର ଭାଇ ଦୂଜ ଗ୍ୟଙ୍ଗଟକ, ଇମ୍ଫାଲ, କାନପୁର ଏବଂ ଲକ୍ଷ୍ନୌ
୩୦ ଅକ୍ଟୋବର ରବିବାର ସମଗ୍ର ଦେଶରେ ଛୁଟି
୩୧ ଅକ୍ଟୋବର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜୟନ୍ତୀ ରାଞ୍ଚି, ପାଟଣା ଏବଂ ଅହମ୍ମଦାବାଦ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.