ବଦଳିଲା ଅଟୋ ଚାଳକଙ୍କ ଭାଗ୍ୟ, ଜିତିଲେ ୨୫ କୋଟି ଟଙ୍କାର ଲଟେରୀ

author img

By

Published : Sep 18, 2022, 10:58 PM IST

Updated : Sep 19, 2022, 4:09 PM IST

ବଦଳିଲା ଅଟୋଚାଳକଙ୍କ ଭାଗ୍ୟ, ଜିତିଲେ ୨୫ କୋଟି ଟଙ୍କାର ଲେଟରୀ

ଜଣେ ଅଟୋ ଚାଳକ ୨୫ କୋଟି ଟଙ୍କାର ଓନାମ୍‌ ବମ୍ପର ଲଟେରୀ ଜିତିଛନ୍ତି(Auto driver cum chef wons 25 crore rupees )। ଯିଏକି ମାଲେସିଆ ଯାଇ ଜଣେ ରୋଷେୟା ଭାବେ କାର୍ଯ୍ୟ କରିବାକୁ ୩ ଲକ୍ଷ ଟଙ୍କାର ଲୋନ୍‌ ଆବେଦନ କରିଥିଲେ । ଅଧିକ ପଢ଼ନ୍ତୁ

ଥିରୁଅନନ୍ତପୁରମ: ହିନ୍ଦୀରେ ଗୋଟିଏ କଥା ଅଛି "ଉପରୱାଲା ଜବ୍‌ ଭି ଦେତା ହୈ, ଛପଡ଼ ଫାଡ଼୍‌କେ ଦେତା ହୈ ।" ଏହାର ଏକ ଉଦାହରଣ କେରଳରେ ଦେଖିବାକୁ ମିଳିଛି । ଏଠାରେ ଜଣେ ଅଟୋ ଚାଳକ ୨୫ କୋଟି ଟଙ୍କାର ଓନାମ୍‌ ବମ୍ପର ଲଟେରୀ ଜିତିଛନ୍ତି (Auto driver cum chef wons 25 crore rupees )। ଯିଏକି ମାଲେସିଆ ଯାଇ ଜଣେ ରୋଷେୟା ଭାବେ କାର୍ଯ୍ୟ କରିବାକୁ ୩ ଲକ୍ଷ ଟଙ୍କାର ଲୋନ୍‌ ଆବେଦନ କରିଥିଲେ ।

କେରଳର ଶ୍ରୀବରହମ୍‌ ଅଞ୍ଚଳ ବାସିନ୍ଦା ହେଉଛନ୍ତି ଲଟେରୀ ବିଜେତା ଅନୁପ । ଅନୁପ ଦୀର୍ଘ ୨୨ ବର୍ଷ ହେଲା ଲଟେରୀ ଟିକେଟ୍‌ କିଣି ଆସୁଛନ୍ତି । ଏଥର ଲେଟେରୀ ଟିକେଟ କିଣିବା ପୂର୍ବରୁ ସେ କିଛି ନିଆରା ନମ୍ବର କିଣି ନେବେ ବୋଲି ଭାବିଥିଲେ । ଅନୁପ୍‌ଙ୍କ ଲେଟେରୀ ନମ୍ବର ହେଉଛି TJ 750605 । ଗତ ଶନିବାର ଲଟେରୀ ଟିକେଟ୍‌ ବିଜେତାଙ୍କ ନାମ ଘୋଷଣା ହୋଇଥିଲା । ଅନୁପ ଏହି ଲଟେରୀର ପ୍ରଥମ ବିଜେତା ଭାବରେ ୨୫ କୋଟି ଟଙ୍କା ଜିତିଛନ୍ତି । ତେବେ ଲଟେରୀ ଟିକେଟ କିଣିବା ପାଇଁ ତାଙ୍କ ପାଖରେ ଅର୍ଥର ଅଭାବ ରହିଥିଲା ଏବଂ ସେ ତାଙ୍କ କୁମ୍ପି ଭାଙ୍ଗି ଟଙ୍କା ଯୋଗାଡ କରି ଲଟେରୀ ଟିକେଟ କଣିଥିଲେ । ସେ 50 ଟଙ୍କା ଦେଇ ଗୋଟିଏ ଟିକେଟ କିଣିଥିଲେ ।

ଲଟେରୀ ଜିତିବା ପରେ ଅନୁପଙ୍କୁ ବ୍ୟାଙ୍କ୍‌ ଆପ୍ରୁଭ୍‌ ହୋଇଥିବା ନେଇ ବ୍ୟାଙ୍କ୍‌ରୁ ଫୋନ୍‌ ଆସିଥିଲା । ତେବେ ସେ ଲୋନ୍‌ ନେବାକୁ ମନା କରି ଦେଇଛନ୍ତି । ଏହାପରେ ସେ ମାଲେସିଆ ଯିବା ଯୋଜନାକୁ ମଧ୍ୟ ବଦଳାଇ ଦେଇଛନ୍ତି । ଏହାପୂର୍ବରୁ କିଣୁଥିବା ଲଟେରୀ ଟିକେଟ୍‌ରେ ଅନୁପଙ୍କୁ କେବଳ ୧୦୦, ୫୦୦ ଅଧିକରୁ ଅଧିକ ୫୦୦୦ ଟଙ୍କା ପୁରସ୍କାର ଭାବରେ ମିଳିଥିଲା ।

ଏହାକୁ ନେଇ ଅନୁପ କହିଛନ୍ତି, "ମୁଁ ଲଟେରୀ ଜିତିବି ବୋଲି ମୋର ଆଶା ନଥିଲା । ଏଥିପାଇଁ ମୁଁ ଟିଭିରେ ଲଟେରୀ ରେଜଲ୍ଟ ଦେଖୁନଥିଲି । କିନ୍ତୁ ଲଟେରୀ ଜିତିଥିବା ନେଇ ମୁଁ ମୋ ଫୋନ୍‌ରେ ଏକ ମେସେଜ୍‌ ପାଇଥିଲି । ଏହାକୁ ମୁଁ ମୋର ପତ୍ନୀଙ୍କୁ ଦେଖାଇଥିଲି । ସେ ମଧ୍ୟ ଲେଟେରୀ ଟିକେଟ ନମ୍ବର ମିଶାଇ ଆମେ ଟଙ୍କା ଜିତିଥିବା କଥା କହିଥିଲେ ।"

୨୫ କୋଟି ଲଟେରୀ ଟଙ୍କା ମଧ୍ୟରୁ ଅନୁପ୍‌ଙ୍କୁ ଟ୍ୟାକ୍ସ କାଟି ୧୫ କୋଟି ଟଙ୍କା ମିଳିବ । ଏହି ଟଙ୍କାରେ ସେ କେରଳରେ ଏକ ହୋଟେଲ୍‌ ବ୍ୟବସାୟ ଆରମ୍ଭ କରିବେ ବୋଲି କହିଛନ୍ତି । ତା ସହିତ କିଛି ଟଙ୍କାରେ ସେ ବାକି ସୁଝିବା ସହ ପରିଜନଙ୍କୁ ସହାୟତା କରିବେ ବୋଲି କହିଛନ୍ତି । ଏହାପରେ କିଛି ଟଙ୍କା ଦାନ କରିବେ ଓ ନିଜ ଘର ତିଆରି କରିବେ ବୋଲି କହିଛନ୍ତି । ଏହାପରେ ସେ ପୁଣି ଆଉ ଏକ ଲଟେରୀ ଟିକେଟ କିଣିବେ ବୋଲି କହିଛନ୍ତି ।

ଅନୁପ ପ୍ରଥମ ବିଜେତା ଭାବରେ ୨୫ କୋଟି ଟଙ୍କା ଜିତିଥିବା ବେଳେ ଦ୍ବିତୀୟ ବିଜେତାଙ୍କୁ ଏହି ଲଟେରୀ ମାଧ୍ୟମରେ ୫ କୋଟି ଟଙ୍କା ମିଳିବ । ଅନ୍ୟ ୧୦ ଜଣଙ୍କୁ ଏହି ଲଟେରୀ ମାଧ୍ୟମରେ କୋଟିଏ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ । ଗତ ବର୍ଷ ଆଉ ଜଣ ଅଟୋ ଚାଳକ ୧୨ କୋଟି ଟଙ୍କା ଓନାମ୍‌ ଲଟେରୀ ପୁରସ୍କାର ଜିତିଥିଲେ ।

Last Updated :Sep 19, 2022, 4:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.