Omicron ବିରୋଧରେ କାମ କରିବ ଆଷ୍ଟ୍ରାଜେନେକା ତୃତୀୟ ବୁଷ୍ଟର ଡୋଜ

author img

By

Published : Jan 13, 2022, 8:25 PM IST

Omicron ବିରୋଧରେ କାମ କରିବ ଆଷ୍ଟ୍ରାଜେନେକା ତୃତୀୟ ବୁଷ୍ଟର ଡୋଜ

ଓମିକ୍ରନ ବିରୁଦ୍ଧରେ କାମ କରିବ ଆଷ୍ଟ୍ରାଜେନେକାର ଭାକ୍ସଜେଭରିଆର ତୃତୀୟ ବୁଷ୍ଟର ଡୋଜ୍(AstraZeneca Vaxzevaria vaccine ୩rd Dose) । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଓମିକ୍ରନ ବିରୁଦ୍ଧରେ କାମ କରିବ ଆଷ୍ଟ୍ରାଜେନେକାର ଭାକ୍ସଜେଭରିଆ ଭ୍ୟାକ୍ସିନ(AstraZeneca Vaxzevaria vaccine) । ଏହାର ତୃତୀୟ ବୁଷ୍ଟର ଡୋଜ୍ ନେବା ଦ୍ବାରା ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ ଏବଂ ଏହା ଦ୍ରୁତ ସଂକ୍ରାମକ ଭୂତାଣୁ ଓମିକ୍ରନ ବିରୋଧରେ ଫଳପ୍ରଦ ବୋଲି କମ୍ପାନୀ ଦାବି କରିଛି ।

କେବଳ ଓମିକ୍ରନ କାହିଁକି, ଭାକ୍ସଜେଭରିଆର ତୃତୀୟ ବୁଷ୍ଟର ଡୋଜ୍ ଡେଲ୍ଟା, ଆଲ୍ଫା, ବିଟା, ଗାମା ଭଳି ଭାରିଏଣ୍ଟକୁ ମଧ୍ୟ ମାତ ଦେଇ ପାରୁଛି ବୋଲି ପ୍ରାଥମିକ ଟ୍ରାଏଲରୁ ସ୍ପଷ୍ଟ ହୋଇଥିବା ଆଷ୍ଟ୍ରାଜେନେକା ଦାବି କରିଛି । କମ୍ପାନୀ କହିଛି ଯେ, ପୂର୍ବରୁ ଯେଉଁମାନେ ଭାକ୍ସଜେଭରିଆ କିମ୍ବା କୌଣସି mRNA ଭ୍ୟାକ୍ସିନ ନେଇଥିଲେ, ସେମାନଙ୍କ ଶରୀରରେ ବୁଷ୍ଟର ଡୋଜ୍ ଅଧିକ ଆଣ୍ଟିବଡି ସୃଷ୍ଟି କରିପାରୁଛି ।

ଖୁବଶୀଘ୍ର କମ୍ପାନୀ ବିଶ୍ୱର ବିଭିନ୍ନ ଟିକା ଅନୁମୋଦନକାରୀ ସଂସ୍ଥାଗୁଡ଼ିକ ନିକଟରେ ଏହାର ବୁଷ୍ଟର ଡୋଜ୍‌ ଆରମ୍ଭ କରିବାକୁ ଆବେଦନ କରିବ। ଅନ୍ୟପଟେ ଗତକାଲି(ବୁଧବାର) ଭାରତ ବାୟୋଟେକ ମଧ୍ୟ କୋଭାକ୍ସିନର ବୁଷ୍ଟର ଡୋଜକୁ ନେଇ ସମାନ ଦାବି କରିଥିଲା । କୋଭାକ୍ସିନ ଓମିକ୍ରନ ବିରୋଧରେ ବେଶ ଫଳପ୍ରଦ ବୋଲି କମ୍ପାନୀ କହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.