Assam Flood: ଉବୁଟୁବୁ ଆସାମ, ଏରିଏଲ ସର୍ଭେ କଲେ ମୁଖ୍ୟମନ୍ତ୍ରୀ

author img

By

Published : Jun 24, 2022, 9:16 AM IST

Assam Flood: ଉବୁଟୁବୁ ଆସାମ, ଏରିଏଲ ସର୍ଭେ କଲେ ମୁଖ୍ୟମନ୍ତ୍ରୀ

ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଅଧିକ ପଢନ୍ତୁ

ଗୌହାଟୀ: ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ଏଥିରେ ଅନେକ ଲୋକଙ୍କ ଜୀବନ ଗଲାଣି । ଗୁରୁବାର ଆଉ ୭ ଜଣଙ୍କ ମୃତ୍ୟୁ ଘଟିବା ପରେ ରାଜ୍ୟରେ ବନ୍ୟା ଓ ଭୂସ୍ଖଳନଜନିତ ମୃତ୍ୟୁସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି । ହଜାର ହଜାର ପଶୁପକ୍ଷୀ ମଧ୍ୟ ବନ୍ୟାଜଳରେ ଭାସି ଯାଇଛନ୍ତି । ଏହାରି ଭିତରେ ଗୁରୁବାର ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ସିଲଚର ସହରର ଏରିଏଲ ସର୍ଭେ କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।

Assam Flood: ଉବୁଟୁବୁ ଆସାମ, ଏରିଏଲ ସର୍ଭେ କଲେ ମୁଖ୍ୟମନ୍ତ୍ରୀ
Assam Flood: ଉବୁଟୁବୁ ଆସାମ, ଏରିଏଲ ସର୍ଭେ କଲେ ମୁଖ୍ୟମନ୍ତ୍ରୀ

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ''ସିଲଚରର ବନ୍ୟା ବିପନ୍ନଙ୍କୁ ଭାରତୀୟ ବାୟୁସେନା ଯୋଗେ ପାନୀୟ ଜଳ ବୋତଲ ଯୋଗାଇ ଦିଆଯିବ । ବାୟୁସେନାର ସ୍ବତନ୍ତ୍ର କ୍ରାଫ୍ଟ ଯୋଗେ ପ୍ରତିଦିନ ଏକ ଲକ୍ଷ ପାଣି ବୋତଲ ବୁହାହୋଇ ଲୋକଙ୍କୁ ପ୍ରଦାନ କରାଯିବ । ବନ୍ୟାସ୍ଥିତି ଲାଗି ରହିଥିବା ଯୋଗୁଁ ଗତ କିଛି ଦିନ ହେଲା ସିଲଚର ସହରର ହଜାର ହଜାର ଲୋକେ ପାଣି ଏବଂ ବିଦ୍ୟୁତ ସମସ୍ୟା ଭୋଗୁଛନ୍ତି । ସେମାନଙ୍କୁ ପିଇବା ପାଇଁ ପାନୀୟ ଜଳ ମିଳୁନାହିଁ ।"

ବର୍ତ୍ତମାନ ରାଜ୍ୟରେ ବର୍ଷାର ପରିମାଣ କମିଛି । ମାତ୍ର ସ୍ଥିତିରେ ସୁଧାର ଆସିନାହିଁ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ୪୫ ଲକ୍ଷରୁ ଅଧିକ ଲୋକେ ଏବେ ବନ୍ୟା ପ୍ରଭାବିତ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରେ ପାଖାପାଖି ୩ ଲକ୍ଷ ଲୋକେ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି ।

ଅନ୍ୟପଟେ ବନ୍ୟା ସ୍ଥିତି ସମ୍ପର୍କରେ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ''ଆସାମ ବନ୍ୟା ସ୍ଥିତି ଉପରେ କେନ୍ଦ୍ରର ନଜର ରହିଛି । ଏହାର ମୁକାବିଲା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ରାଜ୍ୟ ସହ ମିଳିତ ଭାବେ କେନ୍ଦ୍ର କାର୍ଯ୍ୟ କରୁଛି ।'' ବର୍ତ୍ତମାନ ସେନା ଏବଂ NDRF ଟିମ୍ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉପସ୍ଥିତ ଅଛନ୍ତି । ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.