ଅକ୍ଟୋବର ୨୦ ଯାଏଁ ଜେଲରେ ରହିବେ ଆର୍ଯ୍ୟନ, ଘୁଞ୍ଚିଲା ଜାମିନ ଆବେଦନର ଶୁଣାଣି

author img

By

Published : Oct 14, 2021, 5:19 PM IST

ଅକ୍ଟୋବର ୨୦ ଯାଏଁ ଜେଲରେ ବିତିବ ଆର୍ୟନଙ୍କ ରାତି, ଘୁଞ୍ଚିଲା ଜାମିନ ଆବେଦନର ଶୁଣାଣି

ପୁଣି ଥରେ ଘୁଞ୍ଚିଛି ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି । ବୁଧବାର କୋର୍ଟରେ ହୋଇଥିବା ଶୁଣାଣିରେ ଆର୍ଯ୍ୟନଙ୍କୁ ମିଳିପାରିନି ଜାମିନ । ଅଧିକ ପଢନ୍ତୁ...

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଝଟକା । ପୁଣି ଥରେ ଘୁଞ୍ଚିଛି ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି । ବୁଧବାର କୋର୍ଟରେ ହୋଇଥିବା ଶୁଣାଣିରେ ଆର୍ଯ୍ୟନଙ୍କୁ ମିଳିପାରିନି ଜାମିନ । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ୨୦ ଅକ୍ଟୋବରରେ ହେବ ।

କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିବ। ଜାମିନ ଆବେଦନ ଉପରେ ଦୀର୍ଘ ଦିନର ଶୁଣାଣି ପରେ ସେସନ କୋର୍ଟ ଏହି ରାୟ ସୁରକ୍ଷିତ ରଖିଛନ୍ତି । ଅକ୍ଟୋବର ୨ରେ ଆର୍ଯ୍ୟନ ଖାନ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଗିରଫ କରିଥିଲା ଏନସିବି । ଆର୍ଯ୍ୟନ ବର୍ତ୍ତମାନ ଆର୍ଥର ରୋଡ ଜେଲରେ ଅଛନ୍ତି ।

ବୁଧବାର ଆର୍ଯ୍ୟନଙ୍କ ଆଇନଜୀବୀ ଓ ଏନସିବି ମଧ୍ୟରେ ଦୀର୍ଘ ଘଣ୍ଟାର ତର୍କବିତର୍କ ପରେ କୋର୍ଟ ଗୁରୁବାରକୁ ଶୁଣାଣି ଘୁଞ୍ଚାଇଥିଲେ । ଗତ ସୋମବାର ମଧ୍ୟ ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି ସ୍ଥଗିତ ରଖାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.