EC Appointment Case: ଅତି ତରବରିଆରେ ହୋଇଛି ଗୋଏଲଙ୍କ ନିଯୁକ୍ତି, କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

author img

By

Published : Nov 24, 2022, 4:10 PM IST

EC Appointment Case: ଅତି ତରବରିଆ ଭାବେ ହୋଇଛି ଅରୁଣ ଗୋଏଲଙ୍କ ନିଯୁକ୍ତି କହିଲେ ସୁପ୍ରିମକୋର୍ଟ

ଅରୁଣ ଗୋଏଲଙ୍କ ନିର୍ବାଚନ କମିଶନ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଲେ ସର୍ବୋଚ୍ଚ କୋର୍ଟ (Election Commissioner appointment case)। ମାତ୍ର 24 ଘଣ୍ଟା ମଧ୍ୟରେ ପ୍ରକ୍ରିୟା ସାରିବା ପରେ ପାରଦର୍ଶିତା ନେଇ ଉଠିଲା ପ୍ରଶ୍ନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ କୋର୍ଟ (Election Commissioner appointment case) । ଏହି ଗୁରୁତ୍ବପୂର୍ଣ୍ଣ ନିଯୁକ୍ତିର ସମସ୍ତ ପ୍ରକ୍ରିୟା ମାତ୍ର 24 ଘଣ୍ଟାରୁ କମ ସମୟ ମଧ୍ୟରେ ଶେଷ କରାଯାଇଛି । ଅତି ତରବରିଆ ଭାବେ ଏହି ପ୍ରକ୍ରିୟା ସାରିବାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ସର୍ବୋଚ୍ଚ କୋର୍ଟ (SC on Election Commissioner appointment)।

EC Appointment Case: ଅତି ତରବରିଆ ଭାବେ ହୋଇଛି ଅରୁଣ ଗୋଏଲଙ୍କ ନିଯୁକ୍ତି କହିଲେ ସୁପ୍ରିମକୋର୍ଟ
EC Appointment Case: ଅତି ତରବରିଆ ଭାବେ ହୋଇଛି ଅରୁଣ ଗୋଏଲଙ୍କ ନିଯୁକ୍ତି କହିଲେ ସୁପ୍ରିମକୋର୍ଟ

ଜଷ୍ଟିସ କେ.ଏମ ଜୋସେଫଙ୍କ ନେତୃତ୍ବାଧୀନ 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଥିଲେ । ତେବେ କେଉଁ ପରିସ୍ଥିତିରେ ଏତେ ସ୍ବଳ୍ପ ସମୟ ମଧ୍ୟରେ ଏହି ଚୟନ ପ୍ରକ୍ରିୟା ଶେଷ ହେଲା? ସେଥିରେ ପାରଦର୍ଶିତା ଅବଲମ୍ବନ କରାଯାଇଛି କି ନାହିଁ ? ପ୍ରଶ୍ନ ଉଠାଇଛନ୍ତି ଖଣ୍ଡପୀଠ ।

ଖଣ୍ଡପୀଠର ନେତୃତ୍ବ ନେଉଥିବା ଜଷ୍ଟିସ ଜୋସେଫ, ଚୟନ ପ୍ରକ୍ରିୟା କେନ୍ଦ୍ର ସରକାରଙ୍କ କାର୍ଯ୍ୟଶୈଳୀକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ । ମାତ୍ର ଗୋଟିଏ ଦିନରେ ପ୍ରକ୍ରିୟା ଆରମ୍ଭ, ସେହି ଦିନ କ୍ଲିୟରାନ୍ସ , ସେହିଦିନ ଆପ୍ଲିକେସନ ଓ ସେହିଦିନ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଶେଷ କରାଯାଇଛି । ଏହି ସମଗ୍ର ପ୍ରକ୍ରିୟା ମାତ୍ର 24 ଘଣ୍ଚାରୁ କମ ସମୟରେ ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ବରିଷ୍ଠତା ଓ ଅଭିଜ୍ଞତା ଭିତ୍ତିରେ ଗୋଏଲଙ୍କ ନାମ ସୁପାରିଶ କରିଥିବା କହିଛନ୍ତି । ତେବେ ମାତ୍ର 24 ଘଣ୍ଟା ମଧ୍ୟରେ ଯଦି ବିଜୁଳି ବେଗରେ ଏହି ସମସ୍ତ ପ୍ରକ୍ରିୟା ଶେଷ କରାଯାଇ ନିଯୁକ୍ତି ଚୂଡାନ୍ତ କାରଯାଏ, ତେବେ ଏହା କି ପ୍ରକାର ମୂଲ୍ୟାଙ୍କନ ବୋଲି ଖଣ୍ଡପୀଠର ମୁଖ୍ୟ ଜଷ୍ଟିସ ଜୋସେଫ ପ୍ରଶ୍ନ କରିଥିଲେ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆର୍ଟର୍ଣ୍ଣିଂ ଜେନେରାଲ ଆର.ଭେଙ୍କଟରମଣି ମାମଲାରେ ପକ୍ଷ ରଖିଥିଲେ। ତେବେ ପ୍ରକ୍ରିୟାରେ ସମସ୍ତ ନିୟମ ଅନୁପାଳନ କରାଯିବା ସହ ସମସ୍ତ ପାରଦର୍ଶି ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସେ କୋର୍ଟଙ୍କୁ ଅବଗତ କରିଥିଲେ । ତେବେ ପ୍ରଶ୍ନ ଅରୁଣ ଗୋଏଲଙ୍କ ବ୍ୟକ୍ତିତ୍ବ ଓ ଦକ୍ଷତା ଉପରେ ନୁହେଁ ବରଂ ତରବରିଆ ଭାବେ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କିତ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଥିଲେ । ଗତକାଲି ଏହି ମାମଲାରେ କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରକ୍ରିୟା ସମ୍ପର୍କିତ ସମସ୍ତ ଫାଇଲ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅରୁଣ ଗୋଏଲ ନଭେମ୍ବର 18 ରେ ନିଜ ପୂର୍ବ ଦାୟିତ୍ବରୁ ଇସ୍ତଫା ଦେବା ପରେ ଠିକ ତାର ପରଦିନ (19 ନଭେମ୍ବର) ରେ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଥିଲେ । 21 ତାରିଖରେ ଦାୟିତ୍ବ ମଧ୍ୟ ଗ୍ରହଣ କରିଥିଲେ ଗୋଏଲ । ମାତ୍ର 24 ଘଣ୍ଟା ମଧ୍ୟରେ ଏ ସମସ୍ତ ପ୍ରକ୍ରିୟା ଶେଷ କରିବା ନେଇ ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା । ଖଣ୍ଡପୀଠ ମଧ୍ୟ ଏପରି ଅତି ତରବରିଆ ଭାବେ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.