ୟେଦିରପ୍ପାଙ୍କୁ ଆଶ୍ବସ୍ତି, ଦୁର୍ନୀତି ମାମଲାର ଶୁଣାଣି ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

author img

By

Published : Sep 23, 2022, 7:56 PM IST

Apex court stays proceeding of corruption case against BS yediyurappa

ବରିଷ୍ଠ ବିଜେପି ନେତା ୟେଦିରପ୍ପାଙ୍କ ବିରୋଧରେ ଦୁର୍ନୀତି ମାମଲାର ଶୁଣାଣି ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ । ୟେଦିରପ୍ପାଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାର ଶୁଣାଣି ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ କର୍ଣ୍ଣାଟକ ହାଇକୋର୍ଟ (corruption case against BS yediyurappa )। ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ୟେଦିରପ୍ପାଙ୍କ ବିରୋଧରେ ଦୁର୍ନୀତି ମାମଲାର ଶୁଣାଣି ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ । କର୍ଣ୍ଣାଟକ ହାଇକୋର୍ଟ ୟେଦିରପ୍ପାଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାର ଶୁଣାଣି ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ଉପରେ ରୋକ୍‌ ଲଗାଇବାକୁ କିଛି ଆବେଦନକାରୀ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ(Apex court stays proceeding against BS yediyurappa ) ।

ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଓ ହିମା କୋହଲି ଦୁର୍ନୀତି ମାମଲାର ଶୁଣାଣି ଉପରେ ରୋକ ଲଗାଇଛନ୍ତି । ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, "ଆବେଦନକାରୀଙ୍କ ସମସ୍ତ ଦିଲିଲ୍‌କୁ ଦୃଷ୍ଟିରେ ରଖି ୟେଦିରପ୍ପାଙ୍କ ବିରୋଧରେ ଚାଲିଥିବା ଦୁର୍ନୀତି ମାମଲା ଉପରେ ରୋକ୍‌ ଲାଗିବା ଦରକାର ।"

ଗତ ସପ୍ଟେମ୍ବର ୭ ତାରିଖରେ କର୍ଣ୍ଣାଟକ ହାଇକୋର୍ଟ ୟେଦିରପ୍ପା ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଦୁର୍ନୀତି ମାମଲାର ଶୁଣାଣି କରିବାକୁ ଅନୁମତି ପ୍ରଦାନ କରିଥିଲେ । ସରକାର କଣ୍ଟ୍ରାକ୍ଟ ଦେବାକୁ ୟେଦିରପ୍ପା ଲାଞ୍ଚ ନେଇଥିବା ଅଭିଯୋଗରେ ମାମଲା ଚାଲିଥିଲା । ଏହାପୂର୍ବରୁ ଏକ ସ୍ଥାନୀୟ କୋର୍ଟ ଏହି ମାମଲାରେ ଶୁଣାଣି ହେବନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଶୁଣାଣି କରାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିଥିଲା ।

ଟିଜେ ଆବ୍ରାହମ ନାମକ ଜଣେ ସାମାଜିକ କର୍ମକର୍ତ୍ତା ୟେଦିରପ୍ପା ଓ ତାଙ୍କ ପରିବାର ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ । ୟେଦିରପ୍ପା ଓ ତାଙ୍କ ପରିବାରବର୍ଗ ରାମଲିଙ୍ଗମ କନ୍‌ଷ୍ଟ୍ରକ୍ସନ୍‌ କମ୍ପାନୀ ଠାରୁ ବାଙ୍ଗାଲୋର ଡେଭେଲପମେଣ୍ଟ ଅଥୋରିଟି କଣ୍ଟ୍ରାକ୍ଟ ପାଇଁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । କେବଳ ରାମଲିଙ୍ଗମ କନ୍‌ଷ୍ଟ୍ରକ୍ସନ୍‌ କମ୍ପାନୀ ଠାରୁ ନୁହେଁ ବରଂ ଏହାର ଶାଖା କମ୍ପାନୀ ଗୁଡ଼ିକ ଠାରୁ ୟେଦିରପ୍ପା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ତେବେ ଏହି ମାମଲାର ଶୁଣାଣି ଉପରେ ରୋକ୍‌ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ୟେଦିରପ୍ପାଙ୍କୁ ଆଶ୍ବସ୍ତି ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.