ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ କିଙ୍ଗପିନ ନାଇଡୁ: ଜଗନ ମୋହନ ରେଡ୍ଡି

ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ କିଙ୍ଗପିନ ନାଇଡୁ: ଜଗନ ମୋହନ ରେଡ୍ଡି
ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀ ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ମୋହନ ରେଡ୍ଡି । ସିଆଇଡି ପ୍ରମାଣ ଆଧାରରେ ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ କିଙ୍ଗପିନ ହୋଇଥିବା କହିଛନ୍ତି ରେଡ୍ଡି ।
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ପୂର୍ବତନ ମୁ୍ଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀ ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ମୋହନ ରେଡ୍ଡି । ଶନିବାର ଦିନ ଇଷ୍ଟ ଗୋଦାବରୀ ଜିଲ୍ଲା ସ୍ଥିତ ନିଦାଦାଭୋଲୁ ଠାରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ନାଇଡୁଙ୍କୁ ଟାର୍ଗେଟ କରିଛନ୍ତି ଜଗନ ମୋହନ ରେଡ୍ଡି । ସିଆଇଡି ପ୍ରମାଣ ଆଧାରରେ ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ କିଙ୍ଗପିନ ହୋଇଥିବା କହିଛନ୍ତି ରେଡ୍ଡି ।
-
East Godavari, AP | Andhra Pradesh CM YS Jagan Mohan Reddy says "Former CM and TDP chief Chandrababu Naidu was caught with audio and video tapes in cash for vote Telangana MLC elections. No one is ready to fearlessly tell the truth because they are stakeholders in what he has… pic.twitter.com/uuEaQWf2cS
— ANI (@ANI) September 17, 2023
ସେ ଆଉ ମଧ୍ୟ କହିଛନ୍ତି ଯେ, ନାଇଡୁଙ୍କ ଗିରଫଦାରୀରୁ ଏହା ସ୍ପଷ୍ଟ ହେଉଛି ଯେ କେହି ଆଇନରୁ ଊର୍ଦ୍ଧ୍ବରେ ନାହାନ୍ତି । ସମସ୍ତଙ୍କ ପାଇଁ ଆଇନ ସମାନ । କାହାର ପଦ ମର୍ଯ୍ୟାଦା କିମ୍ୱା ଷ୍ଟାଟସ ଦେଖି ଆଇନ ବଦଳେ ନାହିଁ । ତେବେ ତେଲେଙ୍ଗାନା ଏମଏଲସି ନିର୍ବାଚନ ବେଳେ ଭୋଟ ପାଇଁ ନୋଟ ଦୁର୍ନୀତିରେ ଚନ୍ଦ୍ରବାବୁ ନାଇଡୁଙ୍କୁ ସମ୍ପୃକ୍ତି ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ଜଗନ ମୋହନ । ନିର୍ବାଚନ ବେଳେ ଭୋଟ ପାଇଁ ଟଙ୍କା କାରବାର ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କ ଅଡିଓ ଓ ଭିଡିଓ ଭାଇରାଲ ହୋଇଥିଲା । ତେବେ ଫରେନସିକ ଯାଞ୍ଚରେ ସେହି ଅଡିଓ ନାଇଡୁଙ୍କର ବୋଲି ସ୍ପଷ୍ଟ ହୋଇଥିଲା ।
ସେ ଆଉ ମଧ୍ୟ କହିଛନ୍ତି ଯେ, ସାଧାରଣ ଜନତାଙ୍କ ପାଣ୍ଠି ଆତ୍ମସାତ କରିବା ନେଇ ନାଇଡୁଙ୍କ ହାତ ଥିବା ନେଇ ପ୍ରମାଣ ସିଆଇଡି ପାଖରେ ରହିଛି । ନାଇଡୁଙ୍କ ବିରୋଧରେ ଅପରାଧିକ ତଦନ୍ତକାରୀ ବିଭାଗ(ସିଆଇଡି) ପାଖରେ ସମସ୍ତ ପ୍ରମାଣ ରହିଛି ଓ ଦକ୍ଷତା ବିକାଶ ଯୋଜନା ସହ ଜଡିତ ସରକାରୀ ଫାଇଲ ଗୁଡିକରେ ପାଖପାଖି 13 ସ୍ଥାନରେ ତାଙ୍କର ଦସ୍ତଖତ ଥିବା ସିଆଇଡି ହାତରେ ପ୍ରମାଣ ରହିଛି । ଏହି ଦୁର୍ନୀତି ପଛରେ ମାଷ୍ଟର ମାଇଣ୍ଡ ନାଇଡୁ ହୋଇଥିବା ପ୍ରମାଣରୁ ଜଣାପଡୁଛି ବୋଲି କହି ନାଇଡୁଙ୍କ ଉପରେ ବର୍ଷିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ।
ଏହାମଧ୍ୟ ପଢନ୍ତୁ.. ୧୯ରେ ଚନ୍ଦ୍ରବାବୁ ନାଇଡ଼ୁଙ୍କ ମାମଲା ରଦ୍ଦ ଆବେଦନର ପରବର୍ତ୍ତୀ ଶୁଣାଣି
ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଶନିବାର ଦିନ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଥିଲା ଆନ୍ଧ୍ରପ୍ରଦେଶ ଅପରାଧିକ ଯାଞ୍ଚ ବିଭାଗ (ସିଆଇଡି) । ଏହି ଦୁର୍ନୀତି ବିରୋଧରେ 2021ମସିହାରେ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା । ଯୋଜନାରେ 250କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଘୋଟାଲା ହୋଇଥିବା ନେଇ ତାଙ୍କ ବିରୋଧରେ ମାମଲା ଚାଲିଛି । ଏହି ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଚନ୍ଦ୍ରବାବୁ ନାଇଡୁ ।
