ଆଜି ଗୋଆ NFSUର ଭିତ୍ତିପ୍ରସ୍ତର ସ୍ଥାପନ କରିବେ କେନ୍ଦ୍ର ଗୃହମନ୍ତ୍ରୀ

author img

By

Published : Oct 14, 2021, 11:41 AM IST

ଆଜି NFSUର ଭିତ୍ତିପ୍ରସ୍ତର ସ୍ଥାପନ କରିବେ କେନ୍ଦ୍ର ଗୃହମନ୍ତ୍ରୀ

ଆଜି(ଗୁରୁବାର) ଧରବାନଦୋରାରେ ଥିବା ଜାତୀୟ ଫରେନ୍ସିକ ବିଜ୍ଞାନ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଗୃହମନ୍ତ୍ରୀ । ପୂର୍ବାହ୍ନ ୧୨ଟାରେ କାର୍ଯ୍ୟକ୍ରମ ଆରମ୍ଭ ହେବାନେଇ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ....

ନୂଆଦିଲ୍ଲୀ: ଗୋଆ ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଜି(ଗୁରୁବାର) ଧରବାନଦୋରାରେ ଥିବା ଜାତୀୟ ଫରେନ୍ସିକ ବିଜ୍ଞାନ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଗୃହମନ୍ତ୍ରୀ । ପୂର୍ବାହ୍ନ ୧୨ଟାରେ କାର୍ଯ୍ୟକ୍ରମ ଆରମ୍ଭ ହେବା ନେଇ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ଶାହା ସେଠାରେ ଭୂମିପୂଜା କରିବା ସହିତ ଶିଳାନ୍ୟାସ କରିବେ । ଏହାପରେ ସେଠାରେ ଏକ ଜନସଭାକୁ ସମ୍ବୋଧିତ କରିବେ ଶାହା । କୁର୍ତି ପୋଣ୍ଡାରେ ଏକ କ୍ୟାମ୍ପସର ଉଦଘାଟନ କରିବା ସହିତ ତେଲିଗାଓ କମ୍ୟୁନିଟି ହଲରେ ଆୟୋଜିତ ଏକ ବୈଠକରେ ଯୋଗ ଦେବେ । ଏହାପରେ ଆସନ୍ତାକାଲି ରାଜ୍ୟ ସରକାରଙ୍କ ସହିତ ଏକ ବୈଠକ କରିବେ ଶାହା ।

ଦ୍ବିତୀୟ ପର୍ଯ୍ୟାୟରେ ତାଲିଗାଓ ଗ୍ରାମରେ ବିଜେପି କର୍ମୀ ଓ ଦଳର ବରିଷ୍ଠ ନେତାଙ୍କୁ ସମ୍ବୋଧିତ କରିବେ ଶାହା । ଗୃହମନ୍ତ୍ରୀଙ୍କ ସହିତ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲା, ପୁନିଆସାଲିଲା ଶ୍ରୀବାସ୍ତବ, ଅତିରିକ୍ତ ସଚିବ ଏମଏଚଏ, ସାକେଟକୁମାର ଏବଂ ଅନ୍ୟାନ୍ୟ ଅଧିକାରୀ ଯୋଗଦେବେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.