କନୌଜରୁ ଲୋକସଭା ନିର୍ବାଚନ ଲଢିବେ ଅଖିଳେଶ ଯାଦବ

author img

By

Published : Nov 25, 2022, 7:37 AM IST

କନୌଜରୁ ଲୋକସଭା ନିର୍ବାଚନ ଲଢିବେ ଅଖିଳେଶ ଯାଦବ

୨୦୨୪ ଲୋକସଭା ନିର୍ବାଚନରେ କନୌଜ ଆସନରୁ ପ୍ରତିଦ୍ବନ୍ଦିତା କରିବେ ଅଖିଳେଶ ଯାଦବ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବଡ ଘୋଷଣା କରିଛନ୍ତି(Akhilesh Yadav to contest Lok Sabha polls from Kannauj) । ସେ କନୌଜ ଆସନରୁ ଲୋକସଭା ନିର୍ବାଚନ ଲଢିବେ ବୋଲି ଜଣାଇଛନ୍ତି । ଏହି ଆସନକୁ ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ସପା ମୁଖ୍ୟ କହିଛନ୍ତି, ''ଯଦି ଖାଲିରେ ବସିବି ମୁଁ ଆଉ କ'ଣ କରିବି । ମୁଁ ନିର୍ବାଚନ ଲଢିବି । ଆମ କାମ ହେଲା ନିର୍ବାଚନ ଲଢିବା । ପ୍ରଥମ ଥର ଯେଉଁଠାରୁ ମୁଁ ନିର୍ବାଚନ ଲଢିଥିଲି ସେଠାରୁ ହିଁ ପ୍ରତିଦ୍ବନ୍ଦିତା କରିବି ।'' ଅର୍ଥାତ୍ ଅଖିଳେଶ କନୌଜରୁ ପ୍ରାର୍ଥୀ ହେବେ ବୋଲି ଇଙ୍ଗିତ କରିଛନ୍ତି । ତେବେ ନିର୍ବାଚନରେ କ'ଣ କରିବାକୁ ହେବ ତାହା ଦଳ ନିଷ୍ପତ୍ତି ନେବେ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।

ପ୍ରକାଶଥାଉ କି, ଅଖିଳେଶ ଯାଦବ କନୌଜ ଲୋକସଭା ଆସନରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । ୨୦୦୦ ମସିହା ଉପନିର୍ବାଚନରେ ସେ ଏଠାରୁ ସାଂସଦ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୪ରେ ଦ୍ବିତୀୟ ଥର ଓ ୨୦୦୯ରେ ତୃତୀୟ ଥର ଏହି ଲୋକସଭା ଆସନରେ ଜିତି ସାଂସଦ ହୋଇଥିଲେ । ହେଲେ ୨୦୧୨ରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାରୁ ତାଙ୍କୁ କନୌଜ ଆସନରୁ ଇସ୍ତଫା ଦେବାକୁ ପଡିଥିଲା । ଏହାପରେ ୨୦୧୨ରେ ଅଖିଳେଶଙ୍କ ପତ୍ନୀ ଡିମ୍ପଲ ଏଠାରେ ସାଂସଦ ହୋଇଥିଲେ । କିନ୍ତୁ ୨୦୧୯ ନିର୍ବାଚନରେ ବିଜେପି ସପା ହାତରୁ ଏହି ଆସନ ଛଡାଇ ନେଇଥିଲା । ବିଜେପି ନେତା ସୁବ୍ରତ ପାଠକ ଡିମ୍ପଲଙ୍କୁ ୧୨,୩୫୩ ଭୋଟରେ ହରାଇ ଏଠାରେ ସାଂସଦ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: PM Modis Security Breached: ପୁଣି ମୋଦିଙ୍କ ସୁରକ୍ଷାରେ ବିଭ୍ରାଟ, ଡ୍ରୋନକୁ ଗୁଳି କରି ଖସାଇଲା NSG

ତେଣୁ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ହାତରୁ କନୌଜ ଆସନ ଛଡାଇବାକୁ ସପା ମୁଖ୍ୟ ନିଜେ ମୈଦାନକୁ ଓହ୍ଲାଇବାକୁ ଘୋଷଣା କରିଛନ୍ତି । ଅନ୍ୟପଟେ ସପା ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ପରେ ଡିମ୍ପଲ ଯାଦବ ମୈନପୁର ଲୋକସଭା ଉପନିର୍ବାଚନରେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.