Air India Modifies Alcohol Service Policy: ବିମାନରେ କ୍ରୁ ମେମ୍ବର ପରଷିବେ ମଦ, ପଲିସି ପରିବର୍ତ୍ତନ କଲା ଏୟାର ଇଣ୍ଡିଆ

Air India Modifies Alcohol Service Policy: ବିମାନରେ କ୍ରୁ ମେମ୍ବର ପରଷିବେ ମଦ, ପଲିସି ପରିବର୍ତ୍ତନ କଲା ଏୟାର ଇଣ୍ଡିଆ
ବିମାନରେ ବିଶୃଙ୍ଖଳିତ ଯାତ୍ରୀଙ୍କ ଉପରେ ରୋକ ଲଗାଇବାକୁ ମଦ୍ୟପାନ ନେଇ ଥିବା ପଲିସିରେ ପରିବର୍ତ୍ତନ ଆଣିଛି ଏୟାର ଇଣ୍ଡିଆ । ଅଧିକ ପଢ଼ନ୍ତୁ
ନୂଆଦିଲ୍ଲୀ: ବିମାନ ମଧ୍ୟରେ ଯାତ୍ରୀଙ୍କ ଅଶ୍ଲୀଳ ଆଚରଣକୁ ଦୃଷ୍ଟିରେ ରଖି ମଦ୍ୟପାନ ନେଇ ଥିବା ପଲିସିରେ ପରିବର୍ତ୍ତନ ଆଣିଛି ଏୟାର ଇଣ୍ଡିଆ । ମଦ୍ୟପ ଯାତ୍ରୀଙ୍କ ବିଶୃଙ୍ଖଳିତ ଆଚରଣ ଉପରେ ରୋକ ଲଗାଇବାକୁ ବିମାନର କ୍ରୁ ସଦସ୍ୟଙ୍କୁ ପଦକ୍ଷେପ ଗ୍ରହଣ କରିବାକୁ ଅନୁମତି ଦେଇଛି ଏୟାର ଇଣ୍ଡିଆ । ଆବଶ୍ୟକ ସ୍ଥଳେ ଯାତ୍ରୀଙ୍କୁ ଅଧିକ ମଦ୍ୟପାନ ଲାଗି ବାରଣ କରିବାକୁ କ୍ରୁ ସଦସ୍ୟଙ୍କୁ ଅଧିକାର ଦିଆଯାଇଛି । ଏନେଇ ମଙ୍ଗଳବାର ଏୟାର ଇଣ୍ଡିଆ ପକ୍ଷରୁ ସଂଶୋଧିତ ଆଇନ ସହ ଜଡିତ ତାଲିକା ପ୍ରକାଶ କରିଛି ।
ଗତ କିଛି ଦିନ ମଧ୍ୟରେ ବିମାନରେ ଯାତ୍ରୀଙ୍କ ଅଶ୍ଲୀଳ ଆଚରଣ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା DGCA । ଏୟାର ଇଣ୍ଡିଆର ଦୁଇଟି ଅନ୍ତର୍ଜାତୀୟ ବିମାନ ଉପରେ DGCA ଜରିମାନା ଲଗାଇଛି । ନିୟମ ଉଲ୍ଲଘଂନ କରିଥିବାରୁ ବିମାନ କମ୍ପାନୀକୁ ୩୦ ଲକ୍ଷ ଟଙ୍କା ଜୋରିମାନା ଦେବା ଲାଗି ନିର୍ଦ୍ଦେଶ ହୋଇଥିଲା । ଏହାସହ ପାଇଲଟ-ଇନ-କମାଣ୍ଡଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇଛି । ସେ ନିଜ କାର୍ଯ୍ୟକୁ ସୁଚାରୁରୂପେ ତୁଲାଇବାରେ ବିଫଳ ହୋଇଥିବାରୁ ତାଙ୍କୁ ୩ ମାସ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି । ଏହାପରେ ଆକ୍ସନ ମୋଡ଼କୁ ଆସିଛି ଏୟାର ଇଣ୍ଡିଆ ।
ଏହା ମଧ୍ୟ ପଢ଼ନ୍ତୁ: Urinating in Air India Flight: ୩୦ଲକ୍ଷ ଟଙ୍କା ତଣ୍ଡ ଗଣିବ ଏୟାର ଇଣ୍ଡିଆ, ପାଇଲଟଙ୍କ ଲାଇସେନ୍ସ ରଦ୍ଦ
ଜାରି ହୋଇଥିବା ସଂଶୋଧିତ ନୀତି ଅନୁଯାୟୀ, କ୍ରୁ ମେମ୍ବର ହିଁ ବିମାନ ଯାତ୍ରୀଙ୍କୁ ମଦ ପରଷିବେ । ସେମାନେ ବାହାରୁ ମଦ ନେଇପାରିବେ ନାହିଁ । ଆବଶ୍ୟକ ପଡ଼ିଲେ ଯାତ୍ରୀଙ୍କୁ ମଦ୍ୟପାନ କରିବାକୁ କ୍ରୁ ସଦସ୍ୟ ବାରଣ କରିବେ । ହେଲେ ସୀମା ମଧ୍ୟରେ ରହି ଏହି ନିୟମକୁ ପାଳନ କରାଯିବ । ବିମାନ ମଧ୍ୟକୁ ପ୍ରବେଶ କରିଥିବା ଯାତ୍ରୀ ପୂର୍ବରୁ ମଦ୍ୟପାନ କରିଛନ୍ତି କି ନାହିଁ ତାହା ଉପରେ କ୍ରୁ ସଦସ୍ୟ କଡ଼ା ନଜର ରଖିବେ ବୋଲି ଏୟାର ଇଣ୍ଡିଆ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି ।
ଏହା ମଧ୍ୟ ପଢ଼ନ୍ତୁ: ଗଣତନ୍ତ୍ର ଦିବସରେ 901 ଜଣ ପୋଲିସକର୍ମୀ ପାଇବେ ପୋଲିସ ପଦକ, ଓଡିଶାରୁ ପାଇବେ 11ଜଣ
ଏପରିକି ଅତ୍ୟଧିକ ମଦ୍ୟପାନ କରିଥିବା ଯାତ୍ରୀ ନିଜ ନିୟନ୍ତ୍ରଣରେ ନରହି କୌଣସି ସମସ୍ୟା ଉପୁଜାଇଲେ ସେମାନଙ୍କୁ ବିମାନରୁ ବାହାର କରିବାକୁ ଅନୁମତି ମିଳିଛି । ନୂଆ ନିୟମକୁ ତର୍ଜମା କରାଯିବା ସହ ଆବଶ୍ୟକ ସ୍ଥଳରେ ପରିବର୍ତ୍ତନ କରାଯିବ ବୋଲି ଏୟାର ଇଣ୍ଡିଆ ପ୍ରବକ୍ତା ସୂଚନା ଦେଇଛନ୍ତି । ମଦ୍ୟପଙ୍କୁ ଚିହ୍ନଟ ସହ ସେମାନଙ୍କୁ ବ୍ୟବସ୍ଥିତ କରିବା ପାଇଁ NRAର ଟ୍ରାଫିକ ଲାଇଟ୍ ସିଷ୍ଟମ ବ୍ୟବହାର କରିବା ଆବଶ୍ୟକ ବୋଲି ଏୟାର ଲାଇନ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି ।
