ଲାଞ୍ଚ ନିଅନ୍ତି କଂଗ୍ରେସ ସଙ୍କଟମୋଚକ ଶିବକୁମାର ! ନିଜ ଦଳର ନେତାଙ୍କ ମହାଭିଯୋଗ

author img

By

Published : Oct 13, 2021, 4:11 PM IST

ଲାଞ୍ଚ ନିଅନ୍ତି କଂଗ୍ରେସ ସଙ୍କଟମୋଚକ ଶିବକୁମାର ! ନିଜ ଦଳର ନେତାଙ୍କ ଅଭିଯୋଗ

କଂଗ୍ରେସ ନେତା ଶିବକୁମାରଙ୍କ ଏକ ଭିଡିଓ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଛି । କଂଗ୍ରେସର ହିଁ 2 ନେତା ଶିବକୁମାରଙ୍କ ବିରୋଧରେ ଆଣିଛନ୍ତି ଗମ୍ଭୀର ଅଭିଯୋଗ । ଅଧିକ ପଢନ୍ତୁ...

ବେଙ୍ଗାଲୁରୁ: ପୁଣି ବିବାଦ ଘେରକୁ ଆସିଛନ୍ତି କଂଗ୍ରେସର ସଙ୍କଟମୋଚକ କୁହାଯାଉଥିବା କର୍ଣ୍ଣାଟକ ପିସିସି ସଭାପତି ଡିକେ ଶିବକୁମାର । କଂଗ୍ରେସ ନେତା ଶିବକୁମାରଙ୍କ ଏକ ଭିଡିଓ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଛି, ଯାହାକୁ ନେଇ କଂଗ୍ରେସ ଉପରେ ଆକ୍ରାମକ ହୋଇପଡିଛି କ୍ଷମତାସୀନ ଭାରତୀୟ ଜନତା ପାର୍ଟି । ଭାଇରାଲ ହେଉଥିବା ଭିଡିଓରେ କଂଗ୍ରେସର ହିଁ 2 ନେତା ଶିବକୁମାରଙ୍କ ବିରୋଧରେ ଆଣିଛନ୍ତି ଗମ୍ଭୀର ଅଭିଯୋଗ ।

ଭିଡିଓରେ କଂଗ୍ରେସର ପୂର୍ବତନ ଲୋକସଭା ସାଂସଦ ବିଏସ ଉଗରପ୍ପା ଓ କର୍ଣ୍ଣାଟକ କଂଗ୍ରେସ ମିଡିଆ ସଂଯୋଜକ ସଲିମ ଅହମଦ କିଛି ଗୁମର କଥା କହୁଥିବା ନଜର ଆସିଥିଲେ । ଭାଇରାଲ ଭିଡିଓରେ ସଲିମ କହୁଛନ୍ତି ଯେ ଶିବକୁମାର 10ରୁ 12 ପ୍ରତିଶତ ଲାଞ୍ଚ ନିଅନ୍ତି ଏବଂ ତାଙ୍କ ସହଯୋଗୀ ଏହା ଜରିଆରେ କୋଟି କୋଟି ଟଙ୍କାର ସମ୍ପତ୍ତି ନିଜ ନାଁରେ କରିଛନ୍ତି । ସଲିମ ଅଭିଯୋଗ ଆଣି କହିଛନ୍ତି, ଶିବକୁମାର ପ୍ରଥମେ 6 ପ୍ରତିଶତରୁ 8 ପ୍ରତିଶତ କମିଶନ ନେଉଥିଲେ । ହେଲେ ଏବେ ଏହା ବୃଦ୍ଧି ପାଇଁ 10ରୁ 20 ପ୍ରତିଶତ ହୋଇଯାଇଯାଇଛି । ଏହା ମହାଘୋଟାଲା । ଯେତେ ଖୋଳିବେ, ସେତେ ବାହାରିବ ବୋଲି କହିଛନ୍ତି ସଲିମ ।

କେବଳ ସେତିକି ନୁହେଁ, ସଲିମ ଶିବ କୁମାରଙ୍କ ଉପରେ ମଦ୍ୟପାନର ମଧ୍ୟ ଅଭିଯୋଗ କରୁଥିବା ଭିଡିଓରୁ ଶୁଣିବାକୁ ମିଳିଛି । ଶବକୁମାର ସର୍ବଦା ରହିରହି କଥା ହୁଅନ୍ତି । ତେବେ ସେ ସବୁବେଳେ ମଦନିଶାରେ ରହୁଥିବା କହିଛନ୍ତି ସଲିମ । ଭିଡିଓ ସାମ୍ନାକୁ ଆସିବା ପରେ ଦଳର ନେତା ବିଏସ ଉଗ୍ରପ୍ପାଙ୍କୁ କାରଣ ଦର୍ଶାଇ ନୋଟିସ ଜାରି କରାଯିବା ସହିତ ସଲିମ ଅହମଦଙ୍କୁ 6 ମାସ ପର୍ଯ୍ୟନ୍ତ ନିଲମ୍ବନ ଆଦେଶ ଦେଇଛି କଂଗ୍ରେସ କମିଟି ।

ଏହାପୂର୍ବରୁ ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଥିଲେ ଡିକେ ଶିବକୁମାର । ଅବୈଧ ସମ୍ପତ୍ତି ଠୁଳ ମାମଲାରେ ଇଡି ରାଡାରରେ ଅଛନ୍ତି ଶିବ କୁମାର । 2019ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କ ନାଁରେ ଅର୍ଥ ହେରଫେର ମାମଲା ରୁଜୁ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.