ଟଙ୍କା ବଦଳରେ ଟିକେଟ୍ ବଣ୍ଟା ! AAP ବିଧାୟକଙ୍କୁ ନିର୍ଦ୍ଧୁମ ଛେଚିଲେ ଦଳୀୟ କର୍ମୀ

author img

By

Published : Nov 22, 2022, 11:49 AM IST

Updated : Nov 22, 2022, 11:55 AM IST

ଟଙ୍କା ବଦଳରେ ଟିକେଟ୍ ବଣ୍ଟା ! ଆପ୍ ବିଧାୟକଙ୍କୁ ନିର୍ଦ୍ଧୁମ ଛେଚିଲେ ଦଳୀୟ କର୍ମୀ

ଟଙ୍କା ବଦଳରେ ଟିକେଟ୍ ବଣ୍ଟନ ଅଭିଯୋଗରେ ଆପ୍ ବିଧାୟକଙ୍କୁ ନିର୍ଦ୍ଧୁମ ଛେଚିଲେ ଦଳୀୟ କର୍ମୀ । ଭିଡିଓ ସେୟାର କଲା ବିଜେପି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଟିକେଟ୍ ବିକ୍ରି ଅଭିଯୋଗରେ ଆପ୍ ବିଧାୟକଙ୍କୁ ନିର୍ଦ୍ଧୁମ ମାଡ । ଦିଲ୍ଲୀ ମହାନଗର ନିର୍ବାଚନରେ ଟିକେଟ୍ ବଣ୍ଟାକୁ ନେଇ ଆପ୍ କର୍ମୀମାନେ ଦଳୀୟ ବିଧାୟକ ଗୁଲାବ ସିଂହ ଯାଦବଙ୍କୁ ଗୋଡାଇ ଗୋଡାଇ ନିର୍ଦ୍ଧୁମ ଛେଚିଛନ୍ତି(AAP MLA Gulab Singh Yadav thrashed by party workers) । ଯାହାର ଭିଡିଓ ଦିଲ୍ଲୀ ବିଜେପି ପକ୍ଷରୁ ଟ୍ବିଟରରେ ସେୟାର କରାଯାଇଛି । ଟଙ୍କା ବଦଳରେ ଟିକେଟ୍ ବିକ୍ରି ହେଉଥିବା ଅଭିଯୋଗରେ ଆପ୍ କର୍ମକର୍ତ୍ତାମାନେ ବିଧାୟକଙ୍କୁ ଏପରି ମାଡ ମାରିଥିବା ବିଜେପି ଦାବି କରିଛି ।

ଟଙ୍କା ବଦଳରେ ଟିକେଟ୍ ବଣ୍ଟା ! AAP ବିଧାୟକଙ୍କୁ ନିର୍ଦ୍ଧୁମ ଛେଚିଲେ ଦଳୀୟ କର୍ମୀ

ଭିଡିଓରେ ଦେଖାଯାଇଛି, ଆପ୍ ବିଧାୟକ ଗୁଲାବ ସିଂହ ଯାଦବ(Gulab Singh Yadav) ଦଳୀୟ କର୍ମୀମାନଙ୍କ ସହ ବୈଠକ କରୁଥିଲେ । ଏହି ସମୟରେ ଟିକେଟ୍ ବିକ୍ରି ଅଭିଯୋଗରେ କର୍ମୀମାନେ ପାଟିତୁଣ୍ଡ କରିବା ସହ ବିଧାୟକଙ୍କୁ ମାଡ ମାରିବା ଆରମ୍ଭ କରିଥିଲେ । ଫଳରେ ଜୀବନ ବିକଳରେ ବିଧାୟକ ଗୁଲାବ ସିଂହ ଅଫିସ ଛାଡି ଦୌଡି ପଳାଇଥିଲେ । ତାଙ୍କ ପଛେ ପଛେ ଉତ୍ୟକ୍ତ କର୍ମୀମାନେ ମଧ୍ୟ ଗୋଡାଇଥିଲେ । ଶେଷରେ ବିଧାୟକ ଥାନାରେ ଶରଣ ନେଇଥିବା ଜଣାପଡିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅନେକ ବିଜେପି ନେତା ନିଜର ଟ୍ବିଟର ହ୍ୟାଣ୍ଡେଲରେ ବିଧାୟକଙ୍କ ମାଡ ମରାଯିବା ସମୟର ଭିଡିଓ ସେୟାର କରି କେଜ୍ରିଲାଲଙ୍କୁ ଟାର୍ଗେଟ କରିଛନ୍ତି । ଆଗକୁ ଏମିତି ଆପ୍‌ର ସବୁ ଦୁର୍ନୀତିଖୋର ବିଧାୟକଙ୍କ ନମ୍ବର ଆସିବ ବୋଲି ଦିଲ୍ଲୀ ବିଜେପି ପକ୍ଷରୁ କୁହାଯାଇଛି ।

Last Updated :Nov 22, 2022, 11:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.