Gujarat Assembly Election: ଖାତା ଖୋଲିପାରିବ ନାହିଁ AAP କହିଲେ ଶାହ

author img

By

Published : Nov 30, 2022, 11:01 PM IST

Updated : Dec 1, 2022, 6:04 AM IST

Gujarat Assembly Election

ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ (Arvind Kejriwa)ଙ୍କ ସମସ୍ତ ଦାବି ଦମ୍ଭୋକ୍ତିକୁ ପ୍ରତ୍ୟାଖାନ କରିଦେଇଛନ୍ତି ବିଜେପି ଚାଣକ୍ୟ ତଥା କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ( Union Home Minister Amit Shah rejected the Aam Aadmi Party's challenge in the Gujarat assembly election) । ଏକ ସମ୍ବାଦ ସରାବହ ସଂସ୍ଥା (PTI) କୁ ସାକ୍ଷାତକାର ଦେଇ ଶାହ କହିଛନ୍ତି ପ୍ରତ୍ୟେକ ରାଜନୀତି ଦଳର ଅଧିକାର ଅଛି ନିର୍ବାଚନ ଲଢିବା । ଅଧିକ ପଢନ୍ତୁ

ଗାନ୍ଧୀନଗର: ଗୁଜରାଟ ବିଧାନସଭା ନିର୍ବାଚନ (Gujarat assembly election 2022) ପାଇଁ ଆସନ୍ତାକାଲି ପଡିବ ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ପୁରା ପ୍ରସ୍ତୁତି ଶେଷ ହୋଇଛି । ସକାଳୁ ଆରମ୍ଭ ହେବ ମତଦାନ । ଦ୍ବିତୀୟ ପର୍ଯ୍ୟାୟ ମଧ୍ୟ ଯୋରଦାର ହୋଇଛି ପ୍ରଚାର । ତେବେ ଦୀର୍ଘ 27 ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ବିଜେପି ପୁଣି ଥରେ କ୍ଷମତା ବଜାୟ ରଖିବ ନା କଂଗ୍ରେସ କ୍ଷମତାକୁ ଫେରିବ କି ଆମ ଆଦମୀ କ୍ଷମତାକୁ ଧସେଇ ପଶିବ ତାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଆଲୋଚନା ବିଶ୍ଲେଷଣ ଜାରି ରହିଛି । ପୁଣି ଆମ ଆଦାମୀ ପାର୍ଟି( Aam Aadmi Party's) ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଦମ୍ଭୋକ୍ତିକୁ ନେଇ ଆହୁରୀ ରାଜନୀତି ସରଗରମ ହୋଇଛି ।

ଏହାବି ପଢନ୍ତୁ- Watch Video: ମେକ ଇନ ଓଡିଶା କନକ୍ଲେଭ, ରୂପାନ୍ତରିତ ଓଡିଶାର ନୂଆ ଝଲକ

ତେବେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ (Arvind Kejriwa) ଙ୍କ ସମସ୍ତ ଦାବି ଦମ୍ଭୋକ୍ତିକୁ ପ୍ରତ୍ୟାଖାନ କରିଦେଇଛନ୍ତି ବିଜେପି ଚାଣକ୍ୟ ତଥା କେନ୍ଦ୍ରଗୃହ ରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ( Union Home Minister Amit Shah rejected the Aam Aadmi Party's challenge in the Gujarat assembly election) । ଏକ ସମ୍ବାଦ ସରାବହ ସଂସ୍ଥା (PTI) କୁ ସାକ୍ଷାତକାର ଦେଇ ଶାହ କହିଛନ୍ତି ପ୍ରତ୍ୟେକ ରାଜନୀତି ଦଳର ଅଧିକାର ଅଛି ନିର୍ବାଚନ ଲଢିବା । କିନ୍ତୁ ଜନତା କାହାକୁ ଗ୍ରହଣ କରୁଛନ୍ତି କେଉଁ ଦଳକୁ ବିଶ୍ବାସ କରୁଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ । ବିଜେପି ଏକ ଐତିହାସିକ ବିଜୟ ପାଇବାକୁ ଯାଉଛି । ପ୍ରତ୍ୟେକ ଗୁଜରାଟି ଆମ ଦଳ ପାଇଁ ଆମ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଙ୍କ ପାଇଁ ନିର୍ବାଚନ ଲଢୁଛନ୍ତି ।

ଏହାବି ପଢନ୍ତୁ- First Phase Voting: ରାତି ପାହିଲେ ଗୁଜୁରାଟରେ ଭୋଟ, 788 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 2.39 କୋଟି ଭୋଟର

ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ସରକାର ଗଠନ ଦମ୍ଭୋକ୍ତିକୁ ନେଇ ଶାହ କହିଛନ୍ତି ଯେଉଁ ମାନେ ସରକାର ଗଠନ ସ୍ବପ୍ନ ଦେଖୁଛନ୍ତି, ସେମାନେ ରାଜ୍ୟରେ ଖାତା ଖୋଲିପାରିବେ କି ନାହିଁ ତାହା ମଧ୍ୟ ସନ୍ଦେହ ବୋଲି ଶାହ କହିଛନ୍ତି । କିଏ କେତେ କଣ ଦାବି କରିବାରେ କିଛି ଅସୁବିଧା ନାହିଁ । କିନ୍ତୁ ବିଜେପିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚି ସରକାରଙ୍କ ସଫଳତା ପହଞ୍ଚାଇଛନ୍ତି । ତେଣୁ ବିଜେପି ଏକ ଐତିହାସିକ ବିଜୟ ପାଇବ ବୋଲି ଶାହ କହିଛନ୍ତି ।

ସାକ୍ଷାତକାରରେ ଶାହ ଆହୁରି କହିଛନ୍ତି ଯେ କାହିଁକି ବିଜେପିକୁ ଜନତା ଭୋଟ ଦେବେ । ଶାହ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଦକ୍ଷ ନେତୃତ୍ବ, ବିକାଶ ମୂଳକ କାର୍ଯ୍ୟ, ସୁଶାନ ପାଇଁ ଭୋଟ ଦେବେ । କାରଣ ପ୍ରଧାନମନ୍ତ୍ରୀ ରାଜ୍ଯର ମୁଖ୍ୟମନ୍ତ୍ରୀ ଥିବା ବେଳେ, ଦୂର୍ନୀତିମୁକ୍ତ ଶାସନ, ଗୁଜରାଟର ପୂର୍ଣ୍ଣାଙ୍ଗ ବିକାଶ ସହ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିଛନ୍ତି । ଦଳ 27 ବର୍ଷ ହେଲା ଶାସନରେ ଅଛି । ଏହାର ଅର୍ଥ ରାଜ୍ୟବାସୀ ବିଜେପିକୁ ବିଶ୍ବାସ କରନ୍ତି । ବିଜେପି ଲୋକଙ୍କ ବିଶ୍ବାସକୁ ବିକାଶରେ ପରିଣତ କରିଛି । ପ୍ରଧାନମନ୍ତ୍ରୀଙ୍କ ସହ ପୁରା ରାଜ୍ୟବାସୀ ରହିଛନ୍ତି । ତେଣୁ ବିଜେପିର ବିଜୟକୁ ନେଇ କୌଣସି ସନ୍ଦେହ ନାହିଁ ।

ଏହାବି ପଢନ୍ତୁ- ବୋହୂକୁ ଭୋଟ ନଦେବାକୁ ଜାଡେଜାଙ୍କ ବାପାଙ୍କ ପ୍ରଚାର, କହିଲେ କଂଗ୍ରେସକୁ ଦିଅ ଭୋଟ୍‌

ଆମ ଆଦମୀ ପାର୍ଟିକୁ ନେଇ ଶାହ ଆହୁରି କହିଛନ୍ତି ଗୁଜରାଟି ଲୋକଙ୍କ ମନରେ ଆପ ପାଇଁ କୌଣସି ସ୍ଥାନ ନାହିଁ । ନିର୍ବାଚନ ଫଳାଫଳ ପରେ ଏହା ସ୍ପଷ୍ଟ ହେବ । ଆପ ପ୍ରାର୍ଥୀ ଲୋକଙ୍କ ଆସ୍ଥା ଜିଣିବାରେ ସଫଳ ହେବେ ନାହିଁ । ରାଜ୍ୟରେ ବିଜେପିର ପ୍ରତିଦ୍ବନ୍ଦି ହେଉଛି କଂଗ୍ରେସ । କିନ୍ତୁ ତାଙ୍କର ଜାତୀୟ ସ୍ତରର ସମସ୍ୟା କାରଣରୁ ରାଜ୍ୟରେ ମଧ୍ୟ ତାହାର ପ୍ରଭାବ ଦେଖିବାକୁ ମିଳୁଛି ବୋଲି ଶାହ କହିଛନ୍ତି ।

Last Updated :Dec 1, 2022, 6:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.