ଆତଙ୍କ ଖେଳାଉଥିଲା ମହାବଳ ବାଘ, ଫାଶରେ ପକାଇଲା ବନବିଭାଗ

author img

By

Published : Sep 22, 2022, 7:14 AM IST

Etv Bharକର୍ଣ୍ଣାଟକରେ ଆତଙ୍କ ଖେଳାଇଥିବା ବାଘକୁ କାବୁ କଲା ବନ ବିଭାଗat

କର୍ଣ୍ଣାଟକର କୋଡାଗୁ ଜିଲ୍ଲାରେ ଆତଙ୍କ ଖେଳାଇଥିବା ବାଘକୁ କାବୁ କଲା ବନବିଭାଗ (A tiger was trapped and caught in Kodagu village )। କିଛି ଦିନ ଧରି ଚଳାଇଥିଲା ଆତଙ୍କରାଜ । ଭୟଭୀତ ଗ୍ରାମବାସୀ ବାଘ ହଟାଇବା ପାଇଁ କରିଥିଲେ ଦାବି । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ସିଦ୍ଧପୁରା ଜଙ୍ଗଲ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଏକ ମହାବଳ ବାଘକୁ କାବୁ କରିବାରେ ସଫଳ ହୋଇଛି ବନ ବିଭାଗ (A tiger was trapped and caught in Kodagu village)। ଗତ କିଛି ଦିନ ହେବ ଏହି ବାଘଟି ଜଙ୍ଗଲ ନିକଟବର୍ତ୍ତୀ ଜନବସତି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବାରେ ଲାଗିଥିଲା । ଗାଈ, ମଇଁଷି ପରି ବହୁ ଗୃହପାଳିତ ପଶୁଙ୍କୁ ଆକ୍ରମଣ କରି ମାରିବା ପରେ ନିକଟବର୍ତ୍ତୀ ଗ୍ରାମଗୁଡିକରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ବାଘକୁ ଧରି ଅନ୍ୟତ୍ର ସ୍ଥାନାନ୍ତରଣ କରିବା ପାଇଁ ମଧ୍ୟ ଦୀର୍ଘ ଦିନ ହେବ ଦାବି କରି ଆସୁଥିଲେ ଗ୍ରାମବାସୀ ।

ଶେଷରେ ଏକାଧିକ ଅଭିଯୋଗ ପରେ ବାଘକୁ ଧରିବାକୁ ଅପରେସନ ଆରମ୍ଭ କରିଥିଲା ବନ ବିଭାଗ । ବାଘକୁ ଠାବ କରି ଟ୍ରାଙ୍କୁଲାଇଜ କରିବା ପାଇଁ ବନ ବିଭାଗର ପ୍ରଶିକ୍ଷିତ ଟିମ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ବାଘକୁ ଠାବ କରିବା ପରେ ଧରିବା ପାଇଁ ଗତକାଲି ରାତିରେ ସ୍ବତନ୍ତ୍ର ଯନ୍ତା ବସାଇଥିଲା ବନ ଟିମ । ବାଘଟି ଯନ୍ତାରେ ପଡିବା ପରେ ବୁଧବାର ସକାଳେ ତାକୁ ଉଦ୍ଧାର କରାଯାଇଛି (A tiger was trapped and caught in Kodagu village )।

ପ୍ରଶିକ୍ଷିତ ବନ ଅଧିକାରୀ ଓ କର୍ମଚାରୀଙ୍କ ସମେତ ପ୍ରଶିକ୍ଷିତ ହାତୀ ମଧ୍ୟ ଜଙ୍ଗଳରେ ନିୟୋଜିତ କରାଯାଇଥିଲା । ବୁଧବାର ବାଘଟି ଧରା ପଡିବା ପର ତାକୁ ସୁରକ୍ଷିତ ଅନ୍ୟସ୍ଥାନରେ ଛାଡିବା ପାଇଁ ବନ କର୍ମଚାରୀମାନେ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପ୍ରଥମେ ବାଘଟିର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା । ପରେ ଗ୍ରାମ ତଥା ଜନବସତି ଠାରୁ ସୁରକ୍ଷିତ ଜଙ୍ଗଲରେ ଛଡାଯିବା ନେଇ ସୂଚନା ଦେଇଛି ବନ ବିଭାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.