ETV Bharat / bharat

ଧାନ ଅଗାଡିରୁ ତିଆରି ହେଲା କାଠ

author img

By

Published : Jul 15, 2022, 2:22 PM IST

ଚେନ୍ନାଇ ସିମିଲାନିରେ ରହୁଥିବା ବେଙ୍ଘାନି ନାମକ ଜଣେ ବ୍ୟବସାୟୀ ଧାନ ଅଗାଡିରେ କାଠ ପଟା ତିଆରି କରି ଲାଭବାନ ହୋଇପାରିଛନ୍ତି । ଅଧିକ ପଢ଼ନ୍ତୁ

a private company producing artificial wood from the husk of paddy in chennai
ଧାନ ଅଗାଡିରୁ ତିଆରି ହେଲା କାଠ

ଚେନ୍ନାଇ: ଦେଶରେ ଜଙ୍ଗଲ ନଷ୍ଟ ଏକ ପ୍ରମୁଖ ସମସ୍ୟା । କାଠ ସାମଗ୍ରୀ ତିଆରି କରିବା ପାଇଁ ପ୍ରତି ବର୍ଷ ଲକ୍ଷ ଲକ୍ଷ ଗଛ କଟା ହେଉଛି । ହେଲେ ଚେନ୍ନାଇର ଜଣେ ବ୍ୟକ୍ତି ଏକ ଉନ୍ନତ ଧରଣର ପଦ୍ଧତି ଆବିଷ୍କାର କରିଛନ୍ତି । ପ୍ରାକୃତିକ ଉପାୟରେ ଧାନ ଅଗାଡିରୁ କାଠ ପଟା ତିଆରି କରିବାରେ ସକ୍ଷମ ହୋଇଛନ୍ତି । ଫଳରେ ପରିବେଶ ସୁରକ୍ଷା ସହ ଅଦରକାରୀ ଅଗାଡି ହୋଇପାରିଛି ବ୍ୟବହାର ଉପଯୋଗୀ ।

ଚେନ୍ନାଇ ସିମିଲାନିରେ ରହୁଥିବା ବେଙ୍ଘାନି ନାମକ ଜଣେ ବ୍ୟବସାୟୀ କାଠ କମ୍ପାନୀ ଖୋଲିଛନ୍ତି । ଯେଉଁଥିରେ ସେ ଧାନ ଅଗାଡ଼ିରୁ ପ୍ରାକୃତିକ ପ୍ରଣାଳୀରେ କାଠ ପଟା ତିଆରି କରୁଛନ୍ତି । ମାନବ ଏବଂ ବ୍ୟବସାୟିକ ବ୍ୟବହାର ପାଇଁ ପ୍ରତିବର୍ଷ 15 ମିଲିୟନରୁ ଅଧିକ ବୃକ୍ଷ ନଷ୍ଟ କରାଯାଉଥିବାବେଳେ, ଏହାକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନେଇଥିବା ବେଙ୍ଘାନି କହିଛନ୍ତି । ସେ 2019ରେ ଏକ କାଠ କମ୍ପାନୀ ଆରମ୍ଭ କରିଥିଲେ ।

ଚାଷୀଙ୍କଠାରୁ ଅଗାଡି ଆଣି ତାକୁ ଭଲ ଭାବରେ ଗୁଣ୍ଡ କରାଯାଏ । ଏହାପରେ କାଠ ଦ୍ରବ୍ୟ ତିଆରି ହୋଇଥାଏ । ଏଥିପାଇଁ ଅନେକ ବିଶେଷଜ୍ଞଙ୍କଠାରୁ ପରାମର୍ଶ ନେଇଥିବା ବେଙ୍ଘାନି କହିଛନ୍ତି । ଅଗାଡିରୁ ପ୍ରସ୍ତୁତ କାଠ ସାମଗ୍ରୀରେ ପାଣି କିମ୍ବା ନିଆଁରେ ନଷ୍ଟ ହୋଇନଥାଏ ଏବଂ ଦୀର୍ଘ ଦିନ ଧରି ଏହା ରହିଥାଏ । କାଠରେ କୌଣସି ରାସାୟନିକ ପଦାର୍ଥ ମିଶିନାହିଁ ।

ତାମିଲନାଡୁ ବ୍ୟତୀତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ରାଜ୍ୟକୁ ବେଙ୍ଘାନି କାଠ ପଟା ବିକ୍ରି ହେଉଛି । ରାଜ୍ୟ ସରକାର ମଧ୍ୟ ଏଥିପ୍ରତି ଅନୁମତି ପ୍ରଦାନ କରିଛନ୍ତି ବୋଲି ସେ କହିଛନ୍ତି । ବେଙ୍ଘାନି ଏହି ବ୍ୟବସାୟରେ ଅନେକ ଲାଭବାନ ହେବା ସହ ସେଠାରେ କାମ କରୁଥିବା ଲୋକଙ୍କୁ ରୋଜଗାରକ୍ଷମ କରାଇ ପାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.