ଲିଫ୍ଟ ମାଗି ବାଇକଆରୋହୀଙ୍କୁ ହତ୍ୟା, ପିଠିରେ ବିଷ ଇନଜେକ୍ସନ ଦେଲେ ଅଭିଯୁକ୍ତ

author img

By

Published : Sep 20, 2022, 2:10 PM IST

Person killed a biker after asking for a lift

ପ୍ରଥମେ ଲିପ୍ଟ ମାଗିଲେ । କିଛି ବାଟ ଯିବା ପରେ ବାଇକଆହୋରୀଙ୍କୁ ବିଷ ଇନଜେକ୍ସନ ଦେଇ ହତ୍ୟା କରିଛନ୍ତି ଲିଫ୍ଟ ମାଗିଥିଲା ବ୍ୟକ୍ତି ଜଣକ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ତେଲେଙ୍ଗାନା ଖାମମାମ ଜିଲ୍ଲା ଛିନ୍ତାକାନିରେ ଚାଞ୍ଚଲ୍ୟ । ଜଣେ ବ୍ୟକ୍ତିଙ୍କୁ ଲିଫ୍ଟ ମାଗିଥିଲେ ଅନ୍ୟଜଣେ ବ୍ୟକ୍ତି । କିଛି ବାଟ ଯିବା ପରେ ତାଙ୍କୁ ସାହାଯ୍ୟ କରିଥିବା ବାଇକଆରେହୀଙ୍କ ପିଠିରେ ବିଷ ଇନଜେକ୍ସନ ଦେଇ ହତ୍ୟା କରିଛନ୍ତି ଲିଫ୍ଟ ମାଗିଥିବା ବ୍ୟକ୍ତି ଜଣକ । ଖାମମାମ ଜିଲ୍ଲା ମୁଡିଗୋଣ୍ଡା ମଣ୍ଡଳରେ ଏହି ଭୟଙ୍କର ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ବ୍ୟକ୍ତି ଜଣଙ୍କ ଏପରି କରିବା ପଛରେ କାରଣ କଣ ତାର ଖୋଳତାଡ ଆରମ୍ଭ କରିଛି ପୋଲିସ ।

ପୋଲିସ ଓ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଖାମମାମ ଜିଲ୍ଲା ବୋପାରାମ ଗାଁର ଶେଖ୍‌ ଜମାଲ ସାହେବଙ୍କ ବଡ ଝିଅ ଆନ୍ଧ୍ରପ୍ରଦେଶ ଜଗାୟାପେଟ ମଣ୍ଡଳର ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ଜମାଲ ସାହେବଙ୍କ ପତ୍ନୀ ଇମାମ୍ବି 3 ଦିନ ହେବ ତାଙ୍କ ଝିଅଙ୍କ ଘରେ ରହୁଥିଲେ । ତାଙ୍କୁ ଆଣିବାକୁ ତାଙ୍କ ସ୍ବାମୀ ବାଇକରେ ଯାଉଥିଲେ । ଏହି ସମୟରେ ତାଙ୍କୁ ଜଣେ ଲୋକ ଅଟକାଇ ଲିଫ୍ଟ ମାଗିଥିଲେ । ତାଙ୍କ ଗାଡିରୁ ପେଟ୍ରୋଲ ସରିଯାଇଛି ତେଣୁ ପେଟ୍ରୋଲ ଆଣିବାକୁ ହେଲେ ତାଙ୍କୁ ଲିପ୍ଟ ଦରକାର ।

ଏହାପରେ ଶେଖ୍‌ ଜମାଲ ସାହେବ ତାଙ୍କ କଥାରେ ରାଜି ହୋଇ ଲିଫ୍ଟ ଦେଇଥିଲେ । କିଛି ବାଟ ଯିବା ପରେ ଲିପ୍ଟ ମାଗିଥିବା ବ୍ୟକ୍ତି ଜଣଙ୍କ ତାଙ୍କ ପିଠିରେ ଏକ ଇନଜେକ୍ସନ ଦେଇଥିଲେ । କିଛି ସମୟରେ ସେ ତଳେ ପଡି ଯାଇଥିଲେ । ଏହା କଣ କଲ ବୋଲି ଶେଖ୍‌ ଜମାଲ ପଚାରିବାରୁ ବ୍ୟକ୍ତି ଜଣଙ୍କ ବାଇକରୁ ଡେଇଁ ପଡିଥିଲେ । କିଛି ବାଟ ଯିବାପରେ ଲୋକଙ୍କୁ ପାଣି ମାଗିଥିଲେ ଶେଖ୍‌ ଜାମାଲ । ଏହାପରେ ସେ ଲୋକଙ୍କୁ ତାଙ୍କ ପତ୍ନୀଙ୍କ ଡାକିବାକୁ କହିଥିଲେ ମାତ୍ର ତାଙ୍କ ପତ୍ନୀଙ୍କ ଫୋନ ଲାଗି ନ ନଥିଲା ।

ଘଟଣା ବିଷୟରେ ସ୍ଥାନୀୟ ଲୋକଙ୍କୁ କହିବା ପରେ ଶେଖ୍‌ ଜମାଲ ସାହେବ ବେହୋସ ହୋଇଯାଇଥିଲେ । ଲୋକମାନେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ସିରିଞ୍ଜ ଜବତ କରିଛି ପୋଲିସ । ଖାମମାମ ସିଆଇ ଶ୍ରୀନିବାସ ଶେଖ୍‌ ଜମାଲ ସାହେବଙ୍କ ଜ୍ବାଇଁଙ୍କ ଅଭିଯୋଗ ଆଧାରରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ ଚଳାଇଥିବା କହିଛନ୍ତି । ବାଇକ ଆହୋରୀଙ୍କୁ ବିଷ ଇନଜେକ୍ସନ ଦେଇ ହତ୍ୟା କରିବା ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ଏହା ବି ପଢନ୍ତୁ...ଅନନ୍ତନାଗରୁ ଦୁଇ ହାଇବ୍ରିଡ ଆତଙ୍କୀ ଗିରଫ

ସବୁ କିଛି ଥିଲା ଯୋଜନାବଦ୍ଧ...

ସେଖ ଜାମାଲ ସାହେବଙ୍କ ପୂର୍ବରୁ ଅଭିଯୁକ୍ତ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଲିଫ୍ଟ ମାଗିଥିଲେ । ସେ ବାଇକ ଅଟକାଇଥିଲେ ମାତ୍ର ସେ ଯାଇନଥିଲେ । ଏହାପରେ ଜମାଲ ସାହେବ ଆସିଥିଲେ ତାଙ୍କୁ ଦୁର୍ବୁତ୍ତ ଲିପ୍ଟ ମାଗିିଥିଲେ । ଯୋଜନା କରି ଜମାଲଙ୍କ ହତ୍ୟା କରାଯାଇଛି । ହତ୍ୟା ପଛର କାରଣ ଜଣାପଡିନାହିଁ । ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଚଳାଇଛି । କୁୁକୁରଙ୍କ ମାରିବା ପାଇଁ ବ୍ୟବହୃତ କେମିକାଲରେ ଜମାଲଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.