ବୃଦ୍ଧଙ୍କ ନିଆରା ପ୍ୟାସନ: ସଂଗ୍ରହ କଲେଣି 54ଟି ଦେଶର ପୋଷ୍ଟକାର୍ଡ, ୧୦ ହଜାରରୁ ଊର୍ଦ୍ଧ୍ବ ପୋଷ୍ଟାଲ ଷ୍ଟାମ୍ପ

author img

By

Published : Oct 14, 2021, 8:37 PM IST

old

ଆନ୍ଧ୍ରପ୍ରଦେଶ ବୃଦ୍ଧଙ୍କ ନିଆରା ପ୍ୟାସନ । ଏଯାବତ ୫୪ଟି ଦେଶର ପୋଷ୍ଟକାର୍ଡ ସଂଗ୍ରହ କରି ସୃଷ୍ଟି କରିଛନ୍ତି ନୂଆ ରେକର୍ଡ । ଅଧିକ ପଢନ୍ତୁ...

ଅମରାବତୀ: ପ୍ରତିଟି ବ୍ୟକ୍ତିଙ୍କ କିଛି ନିଆରା ସଉକ ରହିଥାଏ । ନିଜ ଜୀବନକୁ ଅନ୍ୟଠୁ ସ୍ବତନ୍ତ୍ର କରିବା ପାଇଁ କିଛି ପ୍ରୟାସ କରିଥାନ୍ତି । ଆନ୍ଧ୍ରପ୍ରଦେଶ ବିଜୟୱାଡ଼ାର ଅଧିବାସୀ ବାବୁ ରାଓ । ଯାହାଙ୍କ ହବି ହେଉଛି ବିଭିନ୍ନ ଜିନିଷକୁ ସଂଗ୍ରହ କରି ରଖିବା । ସେ ଏଯାବତ ପ୍ରାୟ ୫୪ଟି ଦେଶର ପୋଷ୍ଟକାର୍ଡ ସଂଗ୍ରହ କରିବା ସହିତ ୧୦ ହଜାରରୁ ଊର୍ଦ୍ଧ୍ବ ପୋଷ୍ଟାଲ ଷ୍ଟାମ୍ପ, ଏନଭଲପ୍‌ କଭର ଆଦି ସଂଗ୍ରହ କରି ରଖିଛନ୍ତି । ଏପରି କରି ସେ ଏକ ନୂଆ ରେକର୍ଡ ସୃଷ୍ଟି କରିଥିବା ଜଣାପଡ଼ିଛି ।

ବୃଦ୍ଧଙ୍କ ନିଆରା ପ୍ୟାସନ: ସଂଗ୍ରହ କଲେଣି 54ଟି ଦେଶର ପୋଷ୍ଟକାର୍ଡ, ୧୦ ହଜାରରୁ ଊର୍ଦ୍ଧ୍ବ ପୋଷ୍ଟାଲ ଷ୍ଟାମ୍ପ

ସେ ଗତ ୧୯୬୭ ମସିହାଠାରୁ ଏଭଳି କାର୍ଡ ସଂଗ୍ରହ କରିବା ଆରମ୍ଭ କରିଥିଲେ । ଏହାପରେ ସେ ପୋଷ୍ଟକାର୍ଡ ସହିତ ପୋଷ୍ଟାଲ ଷ୍ଟାମ୍ପ ଓ ଏନଭଲପ୍‌ କଭର ସଂଗ୍ରହ କରିବା ଆରମ୍ଭ କରିଥିଲେ । ସେ ୫୪ଟି ଦେଶର ପୋଷ୍ଟକାର୍ଡ ସଂଗ୍ରହ କରି ରେକର୍ଡ ସୃଷ୍ଟି କରିଛନ୍ତି । ଏଭଳି ସଉକ ରଖି ବିଭିନ୍ନ ଦେଶରେ ଉତ୍ତମ ସମ୍ପର୍କ ଗଢିବାରେ ସକ୍ଷମ ହୋଇଛନ୍ତି ବାବୁ ରାଓ । ସେ ବିଭିନ୍ନ ଦେଶ ଆମେରିକା, ଅଷ୍ଟ୍ରେଲିଆ, ଲଣ୍ଡନ, ଚୀନ, ମିଆଁମାର ଆଦି ଦେଶରୁ ପ୍ରାୟ ୧୨୦ଜଣ ସାଙ୍ଗ ବନାଇଛନ୍ତି ।

ସେ ଭିନ୍ନ ଭିନ୍ନ ବର୍ଷର ସାଙ୍ଗ ମଧ୍ୟ ବନାଇଛନ୍ତି । ସେ ଛାତ୍ର, ଶିକ୍ଷକ, ବ୍ୟାଙ୍କ କର୍ମଚାରୀ ଆଦିଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିଛନ୍ତି । ବାବୁରାଓଙ୍କ ନିକଟରେ ଅନେକ ଐତିହାସିକ ପୋଷ୍ଟକାର୍ଡ ରହିଛି । ଇଂରେଜମାନେ ଭାରତରେ ବାଣିଜ୍ୟ କରିବା ପାଇଁ ଆସିଥିବା ସମୟରେ ପ୍ରଚଳିତ ହେଉଥିବା ପୋଷ୍ଟକାର୍ଡ ମଧ୍ୟ ସଂଗ୍ରହ କରିଛନ୍ତି ବାବୁରାଓ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.