ପୁଣେରେ ବୁଲୁଛି ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଡୁପ୍ଲିକେଟ୍‌, ଥାନାରେ ମାମଲା ରୁଜୁ

author img

By

Published : Sep 20, 2022, 12:33 PM IST

ପୁଣେରେ ବୁଲୁଛି ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଡୁପ୍ଲିକେଟ, ଥାନାରେ ମାମଲା ରୁଜୁ

ପୁଣେରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଡୁପ୍ଲିକେଟ ଠାବ । ମୁଖ୍ୟମନ୍ତ୍ରୀଙ୍କ ଛବି ନଷ୍ଟ କରିବା ଉଦ୍ଦେଶ୍ୟରେ ଅପରାଧି ସହ ଫଟୋ ଉଠାଇ ଛାଡୁଥିଲେ ଡୁପ୍ଲିକେଟ ସିନ୍ଦେ । ଅଧିକ ପଢନ୍ତୁ

ମୁମ୍ବାଇ: ପୁଣେରେ ବୁଲୁଛି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଡୁପ୍ଲିକେଟ (duplicate of Chief Minister Shinde) । ଯାହାଙ୍କୁ ଦେଖିଲେ ଯେ କେହି ବି ପ୍ରଥମେ ଧୋକ୍କା ଖାଇଯିବ । ସିନ୍ଦେଙ୍କ ସହ ତାଙ୍କ ଚେହେରା ମିଶୁ ଥିବାବେଳେ ସେ ମୁଖ୍ୟମନ୍ତ୍ରୀଙ୍କ ଭଳି ପୋଷାକ ପିନ୍ଧୁଛନ୍ତି ଏବଂ ସମାନ ଆଚରଣ କରୁଛନ୍ତି । ବ୍ୟକ୍ତି ଜଣକ ପ୍ରତିଦିନ ସିନ୍ଦେଙ୍କ ଭଳି ବେଶଭୂଷା ହୋଇ ସର୍ବସାଧାରଣ ସ୍ଥାନରେ ଘୁରି ବୁଲୁଛନ୍ତି । ଏପରିକି ସମାଜରେ ମୁଖ୍ୟମନ୍ତ୍ରୀ ଏକନାଥ ସନ୍ଦେଙ୍କ ଛବି ଖରାପ କରିବା ଉଦ୍ଦେଶ୍ୟରେ ସେ ଜଣେ କୁଖ୍ୟାତ ଅପରାଧି ସହ ଫଟୋ ଉଠାଇ ଏହାକୁ ଭାଇରାଲ କରିଥିବାର ମଧ୍ୟ ଅଭିଯୋଗ ହୋଇଛି । ଏହି ଘଟଣା ନଜରକୁ ଆସିବା ପରେ ପୋଲିସ ସମ୍ପୃକ୍ତ ଡୁପ୍ଲିକେଟ/ନକଲି ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ।

ସୂଚନା ମୁତବକ, ମହାରାଷ୍ଟ୍ରରେ ସିନ୍ଦେ ସରକାର ଆସିବା ପରେ ତାଙ୍କର ଡୁପ୍ଲିକେଟକୁ ଦେଖିବାକୁ ମିଳିଥିଲା । ଲୋକଙ୍କ ମଧ୍ୟରେ ସିନ୍ଦେଙ୍କ ପ୍ରତି ଭୁଲ୍ ଭାବନା ସୃଷ୍ଟି କରିବାକୁ ସେ ଶରଦ ମୋହୋଲ ନାମକ ଜଣେ ଗ୍ୟାଙ୍ଗଷ୍ଟାର ସହ ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡିଥିଲେ । ଫେସବୁକ ଓ ହ୍ବାର୍ଟ୍ସଆପ ଭଳି ସୋସିଆଲ ମିଡିଆ ଆପ୍‌ରେ ଏହି ଫଟୋଟି ଘୁରି ବୁଲିଥିଲା । ପୋଲିସ ନଜରରେ ଏହି ଘଟଣା ପଡିବା ପରେ ଅଭିଯୁକ୍ତ ବିରୁଦ୍ଧରେ ପୁଣେର ଏକ ଥାନାରେ ଆଇପିସିର ଧାରା ୪୧୯-୫୧୧, ୪୬୯, ୫୦୦, ୫୦୧ରେ ମାମଲା ରୁଜୁ ହୋଇଛି । ଏହି ଡୁପ୍ଲିକେଟର ନାମ ବିଜୟ ନନ୍ଦକୁମାର ମାନେ(Vijay Nandkumar Mane) ଏବଂ ତାଙ୍କ ଘର ପୁଣେର ହୋଇଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ: ଲଣ୍ଡନରୁ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବିଜୟ ପ୍ରତିଦିନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ(Chief Minister Eknath Shinde) ଭଳି ଅବିକଳ ବେଶଭୂଷା ହୋଇ ବାହାରକୁ ଯାଉଥିଲେ । ସର୍ବସାଧାରଣ ସ୍ଥାନରେ ଘୁରି ବୁଲିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ । ଏହାରି ଭିତରେ ସୋସିଆଲ ମିଡିଆରେ କୁଖ୍ୟାତ ଅପରାଧି ତଥା ଗ୍ୟାଙ୍ଗଷ୍ଟାର ଶଦର ମୋହୋଲ ସହ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା ।

ଅପରାଧି ଏକ ଚେୟାରରେ ବସିଥିବାବେଳେ ପାଖରେ ସେ ଛିଡା ହୋଇଥିବାର ଦେଖିବାକୁ ମିଳିଥିଲା । ଫଟୋରେ ଲୋକେ ଡୁପ୍ଲିକେଟ ସିନ୍ଦେକୁ ଅସଲି ବୋଲି ଭାବି ନେଇଥିଲେ । ଘଟଣାର ଖୋଳତାଡ ପରେ ପ୍ରକୃତ ସତ ସାମ୍ନାକୁ ଆସିଥିଲା । ବର୍ତ୍ତମାନ ପୋଲିସ ଅଭିଯୁକ୍ତ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.