74th Republic Day: କର୍ତ୍ତବ୍ୟପଥର ଶୋଭାମଣ୍ଡନ କରିବ ଓଡିଶାର ଶାସ୍ତ୍ରୀୟ ଓ ଲୋକ ନୃତ୍ୟ

author img

By

Published : Jan 25, 2023, 6:41 PM IST

କର୍ତ୍ତବ୍ୟପଥରେ ପ୍ରଦର୍ଶିତ ହେବ ଓଡିଶାର ଶାସ୍ତ୍ରୀୟ ତଥା ଲୋକ ନୃତ୍ୟ

74ତମ ସାଧାରଣତନ୍ତ୍ର ଦିବସ ପରେଡରେ ସ୍ଥାନ ପାଇବ ଓଡିଶାର ଶାସ୍ତ୍ରୀୟ ଓ ଲୋକନୃତ୍ୟ । କର୍ତ୍ତବ୍ୟପଥରେ ପ୍ରଦର୍ଶିତ ହେବ ଓଡିଶୀ, ଝୁମୁରା ଓ ସହିଜାତ ନୃତ୍ୟ ହେବ ପ୍ରଦର୍ଶିତ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଦେଶ ପାଳିବାକୁ ଯାଉଛି 74ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଦିଲ୍ଲୀରୁ ପଲ୍ଲୀ ସବୁଠି ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ରାଜଧାନୀର କର୍ତ୍ତବ୍ୟପଥରେ ବିଶ୍ବ ଦେଖିବ ଭାରତର ସାମରିକ ଶକ୍ତି ସହ କଳା, ସଂସ୍କୃତି, ଐତିହ୍ୟ ସହ ସାମାଜିକ ବିବିଧତାର ଝଲକ । ଏହି ଗାରିମାମୟ ଜାତୀୟ ଉତ୍ସବରେ ପ୍ରଦର୍ଶିତ ହେବା ପାଇଁ ସ୍ଥାନ ପାଇଛି ଓଡିଶାର ଶାସ୍ତ୍ରୀୟ ତଥା ଲୋକନୃତ୍ୟ । ଓଡିଶାର ସଂସ୍କୃତି ବହନ କରୁଥିବା ଶାସ୍ତ୍ରୀୟ ନୃତ୍ୟ ଓଡିଶୀ, ଲୋକନୃତ୍ୟୁ ଝୁମୁରା ଓ ସହିଜାତ ନାଚ ରାଜଧାନୀ କର୍ତ୍ତବ୍ୟପଥର ଶୋଭାମଣ୍ଡନ କରିବ । ରାଜ୍ୟ ସଂସ୍କୃତି ବିଭାଗ ଦ୍ବାରା ପ୍ରଦର୍ଶିତ ହେବାକୁ ଥିବା ପ୍ରଜ୍ଞାପନ ମେଢ ପରେ ଏହି ନୃତ୍ୟଗୁଡିକ ପରିବେଷଣ ହେବ ।

ସହିଜାତ ନୃତ୍ୟ
ସହିଜାତ ନୃତ୍ୟ

ଓଡିଶୀ ଓଡିଶାର ପ୍ରାଦେଶିକ ଜାତୀୟ ନୃତ୍ୟ ହୋଇଥିବା ବେଳେ ଶ୍ରୀଜଗନ୍ନାଥ ମନ୍ଦିର ଓ ସଂସ୍କୃତି ସହ ଏହାର ହାଜର ବର୍ଷର ପ୍ରତ୍ୟେକ୍ଷ ସମ୍ପର୍କ ରହିଛି । ସେହିପରି ଝୁମୁରା କେନ୍ଦୁଝର ଜିଲ୍ଲାର ଏକ ଲୋକପ୍ରିୟ ତଥା ଆଦିବାସୀ ସମାଜରେ ବହୁଳ ପ୍ରଚଳିତ ଲୋକନୃତ୍ୟ । ପ୍ରଦର୍ଶିତ ହେବାକୁ ଥିବା ଅନ୍ୟ ଏକ ଲୋକନୃତ୍ୟ ହେଉଛି ସହିଜାତ ନୃତ୍ୟୁ । ଯାହାକି ଜଗନ୍ନାଥ ସଂସ୍କୃତି ସହ ମଧ୍ଯ ପ୍ରତ୍ୟେକ୍ଷ ଭାବେ ଜଡିତ ଓ ଏହା ବିଶେଷତଃ ଓଡିଶାର ଆଧ୍ୟାତ୍ମିର ରାଜଧାନୀ ଶ୍ରୀକ୍ଷେତ୍ର ପୁରୀରେ ପ୍ରଚଳିତ । ପ୍ରଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ନିବେଦିତା ମହାପାତ୍ର, କବିତା ଦ୍ବିବେଦୀ, ଜୟପ୍ରଭା ମେନନ୍ ଏବଂ ଉର୍ସିଲା ଡ୍ୟାନ୍ସ କମ୍ପାନୀର ନିର୍ଦ୍ଦେଶକ ଭବିନୀ ମିଶ୍ର ଏହି ନୃତ୍ୟ ପରିବେଷଣ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଦ୍ବାରା କୋରିଓଗ୍ରାଫର୍ ଭାବେ ମନୋନୀତ ହୋଇଛନ୍ତି । ରାଜ୍ୟରୁ ମୋଟ ନଅ ଓଡିଶୀ ନୃତ୍ୟଶିଳ୍ପୀ, 6 ଜଣ ଜୁମୁରା ନୃତ୍ୟଶିଳ୍ପୀ ଏବଂ ଚାରି ସହିଜାତ ନୃତ୍ୟଶିଳ୍ପୀ ଏହି ଭବ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ।

ଶାସ୍ତ୍ରୀୟ ଓଡିଶୀ ନୃତ୍ୟ
ଶାସ୍ତ୍ରୀୟ ଓଡିଶୀ ନୃତ୍ୟ

ଆସନ୍ତାକାଲି ହେବାକୁ ଥିବା କାର୍ଯ୍ୟକ୍ରମରେ ଦେଶବ୍ୟାପୀ ମୋଟ 479 କଳାକାର ଅଂଶଗ୍ରହଣ କରିବେ । ସେମାନେ ମଧ୍ୟରେ 326 ମହିଳା 153 ପୁରୁଷ କଳାକାର ରହିଛନ୍ତି । ସମସ୍ତଙ୍କ ବୟସ 17 ରୁ 30 ବର୍ଷ ମଧ୍ୟରେ ରହିଛି । ଏମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ବାରା ଚୟନ ହେବା ପରେ ପ୍ରାୟ ଏକ ମାସ ହେବ ଅକ୍ଳାନ୍ତ ପରିଶ୍ରମ କରି ଅଭ୍ୟାସ ଶେଷ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ସଂସ୍କୃତି ମନ୍ତ୍ରଣାଳୟ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ କଳାକାରକୁ ମନୋନୀତ କରିଥଲା । ଏଥିପାଇଁ ଏକ ମାସ ଧରି ଆଞ୍ଚଳିକ, ଜୋନାଲ ଓ ଜାତୀୟ ସ୍ତରରେ ‘‘ବନ୍ଦେ ଭାରତମ ଡ୍ୟାନ୍ସ କମ୍ପିଟିସନ’’ ଆୟୋଜିତ ହୋଇଥିଲା । ଦେଶର ଭିନ୍ନ ଭିନ୍ନ ପ୍ରାନ୍ତର ସଂସ୍କୃତିକୁ ପ୍ରତିନିଧିତ୍ବ କରୁଥିବା ଶାସ୍ତ୍ରୀୟ ତଥା ଲୋକନୃତ୍ୟକୁ ଯୋଗ୍ୟ ବିବେଚିତ କରାଯାଇ ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶନ ପାଇଁ ଚୂଡାନ୍ତ କରାଯାଇଥିଲା । ଲୋକନୃତ୍ୟ ବ୍ୟତୀତ କେତେକ ଡେୟାର ଡେଭିଲ୍ସ ସୋ ମଧ୍ୟ ଆୟୋଜିତ ହେବ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିବେ । ଭାରତୀୟ ତିନି ସଶସ୍ତ୍ର ବଳ ଓ ଅର୍ଦ୍ଧସାମରିକ ବାହିନୀ ରାଜଧାନୀ କର୍ତ୍ତବ୍ୟପଥରେ ଆୟୋଜିତ ପରେଡରେ ଭାରତର ସାର୍ବଭୌମତ୍ବ, ଅଖଣ୍ଡତା ଓ ସାମର୍ଥ୍ୟର ପ୍ରଦର୍ଶନ କରିବେ । ପରେ ଦେଶର କଳା, ସଂସ୍କୃତି ଓ ଐତିହର ପ୍ରତୀକ ଭାବେ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ମଧ୍ୟ ପ୍ରଦର୍ଶିତ ହେବ । ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ବିଦେଶୀ ରାଷ୍ଟ୍ରମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହେବାର ପରମ୍ପରା ରହିଆସିଛି । ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ଇଜିପ୍ଟ ରାଷ୍ଟ୍ରପତି ଅବଦ୍ଦଲ ଫତେହ ଇଲ-ସିସି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ସେ ଗତକାଲି ସଂଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.