ଗଣତନ୍ତ୍ର ଦିବସରେ 901ଜଣ ପୋଲିସକର୍ମୀ ପାଇବେ ପୋଲିସ ପଦକ, ଓଡିଶାରୁ 11ଜଣ

author img

By

Published : Jan 25, 2023, 12:56 PM IST

Updated : Jan 25, 2023, 2:52 PM IST

police medal to policemen on republic day

ଆସନ୍ତାକାଲି 74ତମ ଗଣତନ୍ତ୍ର ଦିବସ ପାଳିବ ଦେଶ । ଗଣତନ୍ତ୍ର ଦିବସରେ 901ଜଣଙ୍କୁ ପୋଲିସ ମେଡାଲ ପ୍ରଦାନ କରାଯିବ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ରାତି ପାହିଲେ ଗଣତନ୍ତ୍ର ଦିବସ । 74ତମ ଗଣତନ୍ତ୍ର ଦିବସ ପାଳିବେ ଦେଶବାସୀ । ଏହି ଅବସରରେ 901 ଜଣଙ୍କୁ ପୋଲିସ ପଦକ ପ୍ରଦାନ କରାଯିବ । ସେମାନଙ୍କ ମଧ୍ୟରୁ ଓଡିଶାରୁ ଦୁଇଜଣ ପାଇବେ ରାଷ୍ଟ୍ରପତି ପୋଲିସ ପଦକ । ସାହାସିକତା ପୁରସ୍କାର ପାଇବେ 140 ପୋଲିସ କର୍ମଚାରୀ । ଉଲ୍ଲେଖନୀୟ ସେବା ପାଇଁ 93 ଜଣଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ ପ୍ରଦାନ କରାଯିବ । ସେମାନଙ୍କ ମଧ୍ୟରେ ଦୁଇଜଣ ଓଡିଆ ରହିଛନ୍ତି। ସେହିପିର ସମ୍ମାନଜନକ ସେବା ପାଇଁ 668 ପୋଲିସ କର୍ମଚାରୀ ସମ୍ମାନିତ ହେବେ । ସମ୍ମାନଜନକ ସେବା ପାଇଁ ଓଡ଼ିଶାରୁ 11ଜଣ ପୋଲିସ କର୍ମଚାରୀ ପୁରସ୍କୃତ ହେବେ ।

ପିଆଇବି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 140 ଜଣଙ୍କୁ ବିରତ୍ବ ପୁରସ୍କାର ମଧ୍ୟରେ ଅଧିକାଂଶ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ 80 ଜଣ ପୋଲିସକର୍ମୀ ଏବଂ ଜମ୍ମୁ କାଶ୍ମୀରର 45 ଜଣଙ୍କୁ ସମ୍ମାନିତ କରାଯିବ । ପିଆଇବି ସୂଚନା ମୁତାବକ 140 ଜଣଙ୍କୁ ସାହାସିକତା ପାଇଁ ସମ୍ମାନିତ କରାଯିବ । ପୁରସ୍କୃତ ହେବାକୁ ଯାଉଥିବା ପୋଲିସ କର୍ମୀଙ୍କ ମଧ୍ୟରେ 48ଜଣ CRPF, 31 ଜଣ ମହାରାଷ୍ଟ୍ର, 25 ଜଣ ଜମ୍ମୁ କାଶ୍ମୀର ପୋଲିସ, 9 ଜଣ ଝାଡଖଣ୍ଡ, 7 ଜଣ ଦିଲ୍ଲୀ, ଛତିଶଗଡ ଏବଂ ବିଏସଏଫର ପୋଲିସ କର୍ମୀ ରହଛନ୍ତି । ଓଡିଶାକୁ 11 ଜଣ ରହିଥିବାବେଳେ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର CAPF ଅଛନ୍ତି ।

ଏହା ବି ପଢନ୍ତୁ...ନୂଆଦିଲ୍ଲୀରେ ପହଞ୍ଚିଲେ ଇଜିପ୍ଟ ରାଷ୍ଟ୍ରପତି, ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ହେବେ ସାମିଲ

ଓଡିଶାରୁ 11 ଜଣ ପାଇବେ ପୋଲିସ ପଦକ:- ଗଣତନ୍ତ୍ର ଦିବସରେ ଓଡିଶାରୁ 11 ଜଣ ରାଷ୍ଟ୍ରପତି ପୋଲିସ ପଦକ ପାଇବେ । ଉଲ୍ଲେଖନୀୟ ସେବା ପାଇଁ ଡି.ଏସ କୁଟ୍ଟେ ଓ କନଷ୍ଟେବଳ ପ୍ରହଲ୍ଲାଦ ରାଉତ ପାଇବେ ରାଷ୍ଟ୍ରପତି ପୋଲିସ ପଦକ ଏବଂ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ପାଇବେ 9 ଜଣ । ବୀରତା ପାଇଁ ପୋଲିସ ପଦକ ଜୀବନ ଏବଂ ସମ୍ପତ୍ତି ବଞ୍ଚାଇବା କିମ୍ବା ଅପରାଧ ରୋକିବା ସହ ଅପରାଧୀଙ୍କୁ ରୋକିବା ଦିଗରେ ସାହାସିକତା ଆଧାରରେ ପୋଲିସ ପଦକ ପ୍ରଦାନ କରାଯାଏ । ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯାଏ । ପୋଲିସ ସେବାରେ ବିଶେଷ ରେକର୍ଡ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଏ । ସେହିପରି ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକ ଯାହା କର୍ତ୍ତବ୍ୟ ପ୍ରତି ସମର୍ପଣ ପାଇଁ ପଦକ ପ୍ରଦାନ କରାଯାଏ ।

ଆସନ୍ତାକାଲି ଗଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଭାରତୀୟ ତିନି ସଶସ୍ତ୍ର ବଳ ଓ ଅର୍ଦ୍ଧସାମରିକ ବାହିନୀ ରାଜଧାନୀ କର୍ତ୍ତବ୍ୟପଥରେ ଆୟୋଜିତ ପରେଡରେ ଭାରତର ସାର୍ବଭୌମତ୍ବ, ଅଖଣ୍ଡତା ଓ ସାମର୍ଥ୍ୟର ପ୍ରଦର୍ଶନ କରିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିବେ । ପରେ ଦେଶର କଳା, ସଂସ୍କୃତି ଓ ଐତିହର ପ୍ରତୀକ ଭାବେ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ମଧ୍ୟ ପ୍ରଦର୍ଶିତ ହେବ । ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ କେହି ଜଣେ କିମ୍ବା ଏକାଧିକ ବିଦେଶୀ ରାଷ୍ଟ୍ରମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହେବାର ପରମ୍ପରା ରହି ଆସିଛି । ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଇଜିପ୍ଟ ରାଷ୍ଟ୍ରପତି ଅବଦ୍ଦଲ ଫତେହ ଇଲ-ସିସି ଯୋଗ ଦେବେ ।

Last Updated :Jan 25, 2023, 2:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.