IPL betting: 93 ଲକ୍ଷ ଟଙ୍କା ଜବତ, 2 ଗିରଫ

author img

By

Published : Sep 27, 2021, 5:31 PM IST

IPL betting: ଜବତ ହେଲା ୯୩ ଲକ୍ଷ ଟଙ୍କା, ବନ୍ଧା ହେଲେ ୨

ରବିବାର IPLର 2 ଟି ବଡ ମ୍ୟାଚକୁ ନେଇ ମହାରାଷ୍ଟ୍ରରେ ଚାଲିଥିଲା ବେଟିଂ । ପୁଣେ ପୋଲିସ ଚଢାଉ କରି 2 ଜଣ ବୁକିଜଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ମୁମ୍ବାଇ: କ୍ରିକେଟର ଲୋକପ୍ରିୟ ଟି-20 ଲିଗ IPL ମ୍ୟାଚକୁ ନଇ ବେଟିଂ ସାମନାକୁ ଆସିଛି । ମହାରାଷ୍ଟ୍ରର ପୁଣେ ଅଞ୍ଚଳରେ ଆଇପିଏଲ ମ୍ୟାଚରେ ଟିମର ହାରଜିତ୍‌କୁ ନେଇ ଚାଲିଥିବା ବେଟିଂ ସ୍ଥଳରେ ରବିବାର ପୁଣେ ପୋଲିସ ଚଢାଉ କରିବା ପରେ 2 ଜଣଙ୍କୁ ଗିରଫ କରିଛି । ଏହାସହିତ ପ୍ରାୟ ୯୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାକୁ ଜବତ କରିଛି ।

ପୋଲିସ ବିଶେଷ ସୂତ୍ରରୁ ଖବର ପାଇବା ପରେ ପୁଣେର 2ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା । ଏହି ଚଢାଉ ସମୟରେ ପୋଲିସ 2 ଜଣ ବିଦେଶୀ ବୁକିଜଙ୍କୁ ମଧ୍ୟ ଗିରଫ କରିଛି । ପୋଲିସ ଡାଏରୀ, ମୋବାଇଲ ଫୋନ ସହିତ କିଛି କାଗଜପତ୍ର ମଧ୍ୟ ଜବତ କରିଛି । ଏହି IPL ବେଟିଂକୁ ନେଇ ବ୍ୟାଙ୍କରେ ଟ୍ରାନଜାକ୍ସନ ହୋଇଥିବା ପୋଲିସ କହିଛି । ମଙ୍ଗଲୱାର ପିଠେ ଅଞ୍ଚଳରେ ପୋଲିସର ଚଢାଉ ସମୟରେ ଗଣେଶ ଭଦୁଦାଙ୍କୁ ଗିରଫ ହୋଇଥିବା ବେଳେ ଏଠାରେ 92 ଲକ୍ଷ 65 ହଜାର ଟଙ୍କା ଜବତ ହୋଇଥିଲା ।

ସେପଟେ ମାର୍କେଟ ୱାର୍ଡ ଅଞ୍ଚଳରୁ ଅଶୋକ ଜୈନଙ୍କୁ ଗିରଫ କରିବା ସହିତ 51 ହଜାର ଟଙ୍କା ଜବତ କରାଯାଇଛି । ମିଳିତ ଭାବରେ ଏହି 2 ଟି ସ୍ଥାନରେ ଚଢାଉ କରାଯାଇଥିଲା । ରବିବାରର 2 ଟି ବଡ ମ୍ୟାଚକୁ ନେଇ ଆଇପିଏଲ ବେଟିଂ ଚାଲିଥିଲା ବୋଲି ପୋଲିସକୁ ଖବର ମିଳିଥିଲା । ଏହାପରେ ପୋଲିସ ପକ୍ଷରୁ ଚଢାଉ ପ୍ରକ୍ରିୟା ଆରମ୍ଭ ହୋଇ ଅପରାଧୀଙ୍କୁ ଗିରଫ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.