ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ଶେଷ ଦିବସ: କଂସ ମହାରାଜଙ୍କ ବଧ ସହିତ ମଥୁରାକୁ ଫେରିବ ଶାନ୍ତି - LAST DAY BARAGARH DHANUYATRA
🎬 Watch Now: Feature Video

Published : January 3, 2026 at 2:58 PM IST
Kansh Badh at Dhanuyatra, ବରଗଡ଼: ଆଜି ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ଶେଷ ଦିନ । ଚୂର୍ଣ୍ଣ ହେବ କଂସ ମହାରାଜଙ୍କ ଗର୍ବ । ଧନୁଯାତ୍ରାର ଦଶମ ଦିନରେ ମଥୁରାରେ ପାଦ ଦେଲେ କୃଷ୍ଣ ଓ ବଳରାମ । କଂସ ମହାରାଜଙ୍କ ବଧ ସହିତ ଆଜି ସରିବ ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ।
ଆଜି (ଶନିବାର) ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଅନ୍ତିମ ପର୍ଯ୍ୟାୟରେ କୃଷ୍ଣ ବଳରାମଙ୍କ ସହ ଗୋପାଳ ବାଳକମାନେ ମଥୁରା ଭ୍ରମଣ କରିବେ । ପରେ କୁବଳୟା ହସ୍ତିବଧ, ଚାଣୁର ଓ ମୁଷ୍ଟିକ ଭଳି ଅଷ୍ଟମଲ୍ଲ ଯୋଦ୍ଧାଙ୍କ ବଧ ପରେ ଶିବଧନୁ ଭାଙ୍ଗିବେ ଭଗବାନ । ପରିଶେଷରେ କଂସ ବଧ କରି ମଥୁରାବାସୀଙ୍କୁ ଆତଙ୍କରୁ ଉଦ୍ଧାର କରିବେ । କାରାଗାରରୁ ନିଜ ମାତା ପିତା ଦେବକୀ ବସୁଦେବଙ୍କୁ ମୁକ୍ତ କରିବା ସହିତ ଉଗ୍ରସେନଙ୍କ ରାଜ୍ୟାଭିଷେକ କରି ମଥୁରା ରାଜ୍ୟରେ ଶାନ୍ତିର ସ୍ଥାପନା କରିବେ ।
ଗତକାଲି ଧନୁଯାତ୍ରାର ଦଶମ ଦିନରେ ମଥୁରାରେ ପହଞ୍ଚିଛନ୍ତି କୃଷ୍ଣ ଓ ବଳରାମ । ମଥୁରାରେ ପ୍ରଭୁଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ହରିବୋଲ ଧ୍ୱନି, ହୁଳହୁଳି ଓ ପୂଜାର୍ଚ୍ଚନାରେ ପ୍ରକମ୍ପିତ ହୋଇ ପଡିଥିଲା ମହାରାଜ କଂସଙ୍କ ନଗରୀ । ମଥୁରା ନଗରୀରେ କୃଷ୍ଣ ବଳରାମଙ୍କ ସୁଦାମାଙ୍କ ସହିତ ସହ ଭେଟ ସହିତ ପ୍ରଭୁ ନିଜ ହାତ ସ୍ୱର୍ଶରେ କୁବୁଜାକୁ ପୁନଃ ସୌନ୍ଦର୍ଯ୍ୟ ପ୍ରଦାନ କରିଥିଲେ । ଏହା ସହିତ କଂସ ମହାରାଜଙ୍କ ନଗରରେ ଭ୍ରମଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା । ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିତରେ ଖୁବ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଥିଲା ।
ଏହା ମଧ୍ୟ ପଢନ୍ତୁ:ଧନୁଯାତ୍ରା ଦେଖି ବରଗଡ଼କୁ ବଡ଼ ଭେଟି ଦେଲେ ମୁଖ୍ୟମନ୍ତ୍ରୀ; ୧୩୬୨ କୋଟିର ୧୨୩ଟି ପ୍ରକଳ୍ପ ଶୁଭାରମ୍ଭ, 'ୟୁନେସ୍କୋ ମାନ୍ୟତା ଆମ ଲକ୍ଷ୍ୟ'
ଇଟିଭି ଭାରତ, ବରଗଡ଼